ETV Bharat / politics

ଖରା ଦେଉଛି ନେତାଙ୍କୁ ଟେନସନ, ସଂଧ୍ୟା ସମୟରେ ଜମୁଛି ନିର୍ବାଚନ ପ୍ରଚାର - Heat wave Impact over Campaign

author img

By ETV Bharat Odisha Team

Published : Apr 29, 2024, 11:32 AM IST

Heat wave
Heat wave

Heat wave Impact over Campaign: ଖରା ଦେଉଛି ନେତାଙ୍କୁ ଟେନସନ । ସଂଧ୍ୟା ସମୟରେ ଜମୁଛି ନିର୍ବାଚନ ପ୍ରଚାର । ବେଣ୍ଟପୁରରେ ଅପରାଜିତା ଓ ବାଲିଅନ୍ତାରେ ସତ୍ୟପ୍ରିୟଙ୍କ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Heat wave


ନିଆଳି: ପ୍ରାର୍ଥୀଙ୍କ ପାଇଁ ଟେନସନ ସାଜିଛି ଟାଣ ଖରା । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନରେ ବେଳା ପ୍ରଚାର କଷ୍ଟସାଧ୍ୟ ହୋଇପଡୁଛି । ଯେଉଁଥିପାଇଁ ସନ୍ଧ୍ୟାରେ ଘର ଘର ବୁଲି ପ୍ରଚାର କାର୍ଯ୍ୟ ଚଳାଉଛନ୍ତି ନେତା ଓ କର୍ମୀମାନେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜୟଦେବ ବିଧାନସଭା ଆସନ ପାଇଁ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ । ମତଦାନକୁ ଆଉ ଏକ ମାସରୁ କମ ସମୟ ଥିବା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁ ପ୍ରଭାବିତ ହେଉଛି ପ୍ରଚାର ।


ରବିବାର ରାତିରେ ବିଜେପି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେପି ନେତା ସତ୍ୟପ୍ରିୟ ବେହେରା ଭିନ୍ନ ଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିଛନ୍ତି । ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ବେଣ୍ଟପୁର ପଞ୍ଚାୟତସ୍ଥିତ ଓଡିଆ ଆଦର୍ଶ ବିଦ୍ୟାଳୟ ନିକଟରେ କର୍ମୀ ସମ୍ମିଳନୀ କରି ସ୍ଥାନୀୟ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଏଥିସହ ବିଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ କାର୍ଯ୍ୟକାଳରେ ଜୟଦେବରେ କ'ଣ ସବୁ ବିକାଶ ହୋଇଛି ଏବଂ ଆଗକୁ କ'ଣ ସବୁ ବାକି ରହିଛି ତା'ର ସମାଧାନ କିପରି ହେବ ଏ ନେଇ ଉପସ୍ଥିତ ଭୋଟରଙ୍କୁ ହିସାବ ଦେଇଥିଲେ ।

ଏହି ଅବସରରେ ଅପରାଜିତା ଷଡଙ୍ଗୀ କହିଛନ୍ତି, " ଜନ ସମ୍ପର୍କ ଓ ଲୋକସେବା ରାଜନୀତିର ଆଧାର । ବଞ୍ଚିଥିବା ଯାଏ ଭୁବନେଶ୍ୱର ଲୋକସଭା ଆସନ କ୍ଷେତ୍ରରେ କାମ କରୁଥିବି । ଗରିବର ବିକାଶ ହେଉ, ସମସ୍ତଙ୍କ ମୁହଁରେ ହସ ଫୁଟୁ ।"

ଏହାମଧ୍ୟ ପଢନ୍ତୁ.. ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ: ମୋଦି ଗ୍ୟାରେଣ୍ଟି ଓ ଡବଲ ଇଞ୍ଜିନ ସରକାର ନାରାରେ ବିଜେପି ପ୍ରଚାର ଜୋରଦାର - Bhubaneswar Constituency

ସେହିପରି ବିଜେପି ନେତା ତଥା ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା ବାଲିଅନ୍ତା ବ୍ଲକ ମଝିଗଡ ଏବଂ ବାଲିପାଟଣା ବ୍ଲକ ମଝିହରା ଅଞ୍ଚଳରେ କର୍ମୀ ସମ୍ମିଳନୀ ମାଧ୍ୟମରେ ନିଜର ପ୍ରଚାର ଆରମ୍ଭ କରିଛନ୍ତି । ଜୟଦେବର ବିକାଶ ପାଇଁ ଭୋଟର ଠିକ ପ୍ରାର୍ଥୀ ବାଛିବାକୁ କହିଛନ୍ତି ସତ୍ୟପ୍ରିୟ । ଟାଣ ଖରା ଯୋଗୁ ରାତିରେ ପ୍ରଚାର କରାଯାଉଥିବା କହିଛନ୍ତି ସତ୍ୟପ୍ରିୟ । ଅଭିନେତ୍ରୀ ବିଦ୍ଯୁସ୍ମିତା ସତ୍ୟପ୍ରିୟ ବେହେରାଙ୍କ ପାଇଁ ପ୍ରଚାର ଚଳାଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ସତ୍ୟପ୍ରିୟ ବେହେରା ବିଜେପି ଟିକେଟ ପାଇଁ ଚେଷ୍ଟା କରି ବିଫଳ ହେବା ପରେ ସ୍ବାଧିନ ପ୍ରାର୍ଥୀ ଭାବରେ ଲଢିବା ପାଇଁ ସିଧ ସଳଖ ଖୋଲା ଖୋଲି ଆହ୍ୱାନ ଦେଇଛନ୍ତି । କର୍ମୀ ସମ୍ମିଳନୀ ମାଧ୍ୟମରେ ଜୟଦେବ ଭୋଟରଙ୍କ ନିକଟତର ହେବା ସହିତ ଆର୍ଶୀବାଦ ଭିକ୍ଷା କରୁଥିବା ନେଇ ସୂଚନା ମିଳିଛି । ତେବେ ଜୟଦେବ ବିଧାନସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବି ସତ୍ୟପ୍ରିୟ ବେହେରା ସ୍ବାଧିନ ପ୍ରାର୍ଥୀ ଭାବରେ ଲଢିବା ପାଇଁ ଆହ୍ବାନ ଦେବା ପରେ ବିଜେପି ପାଇଁ ଅଡୁଆ ହୋଇପାରେ ବୋଲି ଜୟଦେବରେ ଚର୍ଚ୍ଚା ହେଉଛି । ଜୟଦେବରେ ବିଜେପି ଭୋଟ ଭାଗ ଭାଗ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ତେବେ ନାମାଙ୍କନ ପତ୍ର ଦାଖଲ ପରେ ସ୍ପଷ୍ଟ ହେବ ଜୟଦେବ ଗତି କେଉଁ ଆଡ଼କୁ ଯାଉଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.