ETV Bharat / politics

ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ: ମୋଦି ଗ୍ୟାରେଣ୍ଟି ଓ ଡବଲ ଇଞ୍ଜିନ ସରକାର ନାରାରେ ବିଜେପି ପ୍ରଚାର ଜୋରଦାର - Bhubaneswar Constituency

author img

By ETV Bharat Odisha Team

Published : Apr 26, 2024, 9:28 AM IST

Bhubaneswar Constituency: ରାଜ୍ୟର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱରରେ ବିଜେପିର ପ୍ରଚାର ଜୋରଦାର । ଡବଲ ଇଞ୍ଜିନ ସରକାର ଓ ମୋଦି ନାରା ଦେଇ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି ପ୍ରାର୍ଥୀ । ଅଧିକ ପଢନ୍ତୁ

Bhubaneswar Constituency
Bhubaneswar Constituency

Bhubaneswar Constituency

ଭୁବନେଶ୍ୱର: ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜଧାନୀ ଭୁବନେଶ୍ୱର । ପ୍ରମୁଖ ଦଳଗୁଡିକ ଏହି ନିର୍ବାଚନ ମଣ୍ଡଳୀଗୁଡିକରେ ହେଭିଓ୍ୱେଟ ନେତା ଦେଇଥିବା ବେଳେ ଆରମ୍ଭ ହୋଇଗଲାଣି ପ୍ରଚାର । ନିଜ ନିଜର ଦଳର ମୁଖିଆଙ୍କ ଗୁଣଗାନ କରି ପ୍ରଚାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ । ଏହିକ୍ରମରେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ, ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ରାତି ଦିନ ଘର ଘର ବୁଲି ଆରମ୍ଭ କରିଦେଇଛନ୍ତି ପ୍ରଚାର ।

ଭୁବନେଶ୍ୱର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚଲାଇଛନ୍ତି ପ୍ରାର୍ଥୀ । ଏହାରି ଭିତରେ ସାଂସଦ ଅପରାଜିତା ଷଡଙ୍ଗୀ ତିନି ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ନେଇ ଜୋରଦାର ପ୍ରଚାର ଚଲାଇଛନ୍ତି । ବିଧାୟକମାନେ ବି ନିଜର ଇସ୍ତାହାର ସହ ଦଳର ମୁଦ୍ଦା ନେଇ ପ୍ରଚାର କରୁଥିବା ବେଳେ ଲୋକଙ୍କ ପାଖକୁ ଯାଇ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଓଡ଼ିଶାରେ କେମିତି ସରକାର ଗଢିବ ବିଜେପି, ବିଜୟମନ୍ତ୍ର ଫୁଙ୍କିଲେ ଶାହ - Lok Sabha Election 2024

ମୋଦି ଗ୍ୟାରେଣ୍ଟି ସହ ଡବଲ ଇଂଜିନ ସରକାର ନାରା ନେଇ ବିଜେପି ଜନସମ୍ପର୍କ ପଦଯାତ୍ରା ଓ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କ ପାଖକୁ ଯାଉଛନ୍ତି ଆଉ ଭୋଟ ମାଗୁଛନ୍ତି ପ୍ରାର୍ଥୀମାନେ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଡବଲ ଇଂଜିନ ସରକାର ଆସିଲେ ରାଜ୍ୟରେ ବିକାଶ ହେବ ବୋଲି ନାରା ଦେଉଛନ୍ତି ବିଜେପି ପ୍ରାର୍ଥୀ । ଅପରାଜିତା ଷଡ଼ଙ୍ଗୀ ୫ ବର୍ଷର ସାଂସଦ ରହିସାରିଥିବା ବେଳେ ଜନସମ୍ପର୍କ ପଦଯାତ୍ରା ଆଧାରରେ ଲୋକନୀତି, ଲୋକସେବା ଓ ବିକାଶର ବିଷୟକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ୨୪ ବର୍ଷର ସ୍ୱେଚ୍ଛାଚାରିତ ଶାସନକୁ ତ୍ୟାଗ କରି ପରିବର୍ତ୍ତନ ସରକାରର ନାରା ନେଇ ବିଳଳ୍ପ ସରକାର ଭାବେ ବିଜେପିକୁ ଜିତାଇବା ପାଇଁ ଭୋଟରଙ୍କୁ କହୁଛନ୍ତି ।

ଅପରାଜିତାଙ୍କ ସହ ବିଜେପିର ଅନ୍ୟ ବିଧାୟକ ପ୍ରାର୍ଥୀ ବାବୁ ସିଂ, ଜଗନ୍ନାଥ ପ୍ରଧାନ ପ୍ରମୁଖ ସାମିଲ ହୋଇଛନ୍ତି । ପ୍ରଚାର ସମୟରେ ବାବୁ ସିଂ କହିଛନ୍ତି, "ଭୁବନେଶ୍ୱର ଜନତା ମୋଦିଙ୍କ ସହ ଅଛନ୍ତି । ତେଣୁ ମୋଦିଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ପ୍ରବଳ ଜନସମର୍ଥନ ମିଳୁଛି । ଏହାସହ ୨୪ ବର୍ଷର କଳଙ୍କିତ, ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଥିବା ସରକାର ଓ ନେତାଙ୍କୁ ଲୋକେ ହଟାଇଭାକୁ ମନସ୍ଥ କରିସାରିଲେଣି ।"

ସେହିଭଳି ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିଛନ୍ତି, "ଜନତାଙ୍କ ସମର୍ଥନ ବିସ୍ମତି କରିଛନତି । ଲୋକେ ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି । ଜନତା ମୁଡ ଚେଞ୍ଜ କରିଛନ୍ତି । ଜନତା ଚାହୁଁଛନ୍ତି ଡବଲ ଇଞ୍ଜିନ ସରକାର ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.