ETV Bharat / politics

ଓଡ଼ିଶାରେ କେମିତି ସରକାର ଗଢିବ ବିଜେପି, ବିଜୟମନ୍ତ୍ର ଫୁଙ୍କିଲେ ଶାହ - Lok Sabha Election 2024

author img

By ETV Bharat Odisha Team

Published : Apr 26, 2024, 7:47 AM IST

Updated : Apr 26, 2024, 2:18 PM IST

Amit Shah shares victory mantra: ଭୁବନେଶ୍ବରରେ ବିଜେପି ରାଜ୍ୟ କାର୍ଯ୍ୟକର୍ତ୍ତା ବୈଠକ । କେମିତି ଏଥର ୪୦୦ ପାର୍ ହେବ ଏବଂ ବିଜେପି ଓଡ଼ିଶାରେ ସରକାର ଗଢିବ, ସେନେଇ ବୈଠକରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ରୀ ଦେଲେ ଅମିତ ଶାହ । ଅଧିକ ପଢନ୍ତୁ

ଓଡ଼ିଶାରେ କେମିତି ସରକାର ଗଢିବ ବିଜେପି, ବିଜୟମନ୍ତ୍ର ଫୁଙ୍କିଲେ ଶାହ
ଓଡ଼ିଶାରେ କେମିତି ସରକାର ଗଢିବ ବିଜେପି, ବିଜୟମନ୍ତ୍ର ଫୁଙ୍କିଲେ ଶାହ

ଓଡ଼ିଶାରେ କେମିତି ସରକାର ଗଢିବ ବିଜେପି, ବିଜୟମନ୍ତ୍ର ଫୁଙ୍କିଲେ ଶାହ

ଭୁବନେଶ୍ବର: ସୋନପୁରରେ ବିଜେଡି ସରକାରକୁ କଡା ସମାଲୋଚନା କରିବା ପରେ ଭୁବନେଶ୍ବର ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଅମିତ ଶାହା । ଭୁବନେଶ୍ବରରେ ଅନୁଷ୍ଠିତ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ କେମିତି ନିର୍ବାଚନ ଲଢିବେ, ଦଳ କିଭଳି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ସେନେଇ ରୁଦ୍ଧଦ୍ବାର ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । ଦେଶରେ ତୃତୀୟ ଥର ପାଇଁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସେ ଆହ୍ବାନ କରିଛନ୍ତି । ଏଥିସହ ରାଜ୍ୟରେ ବିଜେପି ସରକାର କରିବ ଏବଂ କେନ୍ଦ୍ରର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ଶାହ କାର୍ଯ୍ୟକର୍ତ୍ତାଙ୍କୁ କହିଥିବା ବେଳେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି ।

ବୈଠକ ପରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି ଯେ, ଅମିତ ଶାହ ରାଜ୍ୟରେ ବିଜେପି ସରକାର କରିବାକୁ ୧୩ଟି ସଂସଦୀୟ କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି । ଦେଶରେ ୪୦୦ ପାର୍ ସହ ରାଜ୍ୟରେ ସରକାର ଗଠନ ପାଇଁ ମନ୍ତ୍ର ଦେଇଛନ୍ତି । ରାଜ୍ୟରେ ବିଜେପି ସରକାର କରିବ ଏବଂ ଏଥିରେ କେନ୍ଦ୍ର ସମ୍ପୂର୍ଣ୍ଣ ସହଯୋଗ କରିବ। ଓଡିଶାରେ ଜଣେ ଯୁବକ, ସୁସ୍ଥ ଏବଂ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ସେପଟେ ସୋନପୁରରେ ଅମିତ ଶାହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେପି କର୍ମୀମାନଙ୍କ ମଧ୍ୟରେ ଜୋସ୍ ଦେଖିବାକୁ ମିଳିଛି।

ଭୁବନେଶ୍ବରରେ ବିଜେପିର କାର୍ଯ୍ୟକର୍ତ୍ତା ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ବିଜୟ ପାଲ ସିଂ ତୋମାର, ଲତା ଉସେଣ୍ଡ, ଭୂପିନ୍ଦର ଯାଦବ ଏବଂ ରାଜ୍ୟର ସମସ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ । ଏଥିରେ ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡିଶାର ନେତାଙ୍କ ସହ ଆଲୋଚନା କରିଛନ୍ତି ଶାହ । ୧୩ଟି ସଂସଦୀୟ କ୍ଷେତ୍ରର ନେତାଙ୍କ ସହ ବୈଠକ ବେଳେ ଦଳ କିଭଳି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଏବଂ ରାଜ୍ୟରେ ସରକାର ଗଢିବ ସେ ଦିଗରେ କାମ କରିବାକୁ ନେତାଙ୍କୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନବୀନଙ୍କ ଉପରେ ବର୍ଷିଲେ ଶାହ, ମତଦାତାଙ୍କୁ ଦେଲେ ମାଳ ମାଳ ପ୍ରତିଶ୍ରୁତି - AMIT SHAH ATTACKS BJD GOVT

ପ୍ରକାଶଯୋଗ୍ୟ, ସୋନପୁରରେ ପ୍ରଚାର ଆରମ୍ଭ କରି ଶାହ କହିଥିଲେ ଯେ ଓଡ଼ିଶାକୁ ପ୍ରଥମ ଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି । ସାରା ଦେଶରେ ଯୁଆଡ଼େ ଯାଇଛି ସବୁଠି ମୋଦି ନାରା । ଆଜି ଓଡ଼ିଶାରେ ବି ପୁରା ମାହୋଲ ମୋଦିମୟ ରହିଛି। ଓଡ଼ିଶା ଲୋକ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ। ଓଡ଼ିଶାର ଭାଷା, ସଂସ୍କୃତି ଗୌରବ ପାଇଁ ବିଜେପି ସରକାର ବନିବା ଦରକାର।

ଏଥିସହ ଜନସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଶାହ। ଏଠାକାର ସରକାର ଓଡ଼ିଶାକୁ ବିକାଶରୁ ଦୂରରେ ରଖିଛି। ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର ଚାଲିଛି । ଓଡ଼ିଆ ଭାଷା, ସଂସ୍କୃତି ଗୌରବରୁ ବଞ୍ଚିତ ରଖିଛି । ଓଡ଼ିଶା ସବୁଠୁ ଅଧିକ ପ୍ରାକୃତିକ ସଂପଦରେ ଭରପୂର । କିନ୍ତୁ ସବୁଥାଇ ବି ଓଡ଼ିଶା ସମୃଦ୍ଧିଠାରୁ ଦୂରରେ ରହିଛି। ଓଡ଼ିଶା ଲୋକ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଯାଉଛନ୍ତି । ତେଣୁ ଏଠି ନବୀନ ସରକାରକୁ ଓପାଡ଼ି ବିଜେପି ସରକାର ବନାନ୍ତୁ ବୋଲି ଆହ୍ବାନ କରିଥିଲେ ଗୃହମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 26, 2024, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.