ETV Bharat / politics

କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର, ବିଜେଡି ଓ ବିଜେପି ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା - Congress Campaign in Balasore

author img

By ETV Bharat Odisha Team

Published : Apr 29, 2024, 12:06 PM IST

Congress Campaign in Balasore
Congress Campaign in Balasore

Congress Campaign in Balasore: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଜୋରଦାର ରହିଛି ।ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କଲେ ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା । ଅଧିକ ପଢନ୍ତୁ

Congress Campaign in Balasore

ବାଲେଶ୍ୱର: ରାଜ୍ୟ ତମାମ ନିର୍ବାଚନୀ ଉଷ୍ମତା । ସବୁଠି ପ୍ରଚାର ଜୋରଦାର । ରେମୁଣା ନିର୍ବାଚନ ମଣ୍ଡଳୀ କୁରୁଡ଼ା ଯାତ୍ରା ପଡ଼ିଆଠାରେ କଂଗ୍ରେସ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନୀ ସଭା ଓ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ପ୍ରଥମେ କୁରୁଡ଼ା ଛକରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାସ୍ଥଳରେ ପହଞ୍ଚିଥିଲେ । ନିର୍ବାଚନୀ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ନିଜର ଅଭିଭାଷଣ ରଖିଥିଲେ ।

ଏ ଅବସରରେ କଂଗ୍ରେସ ସଭାପତି ସଂଜୀବ ଗିରି କହିଛନ୍ତି, "ଏ ନିର୍ବାଚନରେ ସମ୍ବିଧାନ ବଞ୍ଚାଇବାକୁ ହେଲେ କଂଗ୍ରେସର ପ୍ରାର୍ଥୀମାନଙ୍କୁ ଜିତାଇବାକୁ ହେବ । ଏହାସହ ବାଲେଶ୍ୱରର ବିକାଶ ଧାରା ଆଗକୁ ନେବାକୁ ହେଲେ ଚଳିତ ନିର୍ବାଚନରେ ହାତ ଚିହ୍ନରେ ମୋହର ମାରନ୍ତୁ ।" ସେହିଭଳି ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ୨୦୦୯ ରୁ ୨୦୧୪ ଯାଏଁ ବାଲେଶ୍ୱରର ସାଂସଦ ଶ୍ରୀକାନ୍ତ ଜେନା ଥିବା ବେଳେ ସେତେବେଳେ ସେ ରେମୁଣାର ବିଧାୟକ ଥିଲେ । ସେହି ସମୟରେ ବାଲେଶ୍ୱରର ବିଶେଷ ଭାବେ ରେମୁଣା ଅଞ୍ଚଳରେ ବିକାଶ ଅତୁଳନୀୟ ଥିଲା ।

ଏହାମଧ୍ୟ ପଢନ୍ତୁ.. ବାଲେଶ୍ବରରେ ବିଜେଡିର ପ୍ରଚାର; ଘର ଘର ବୁଲି ଯୋଡି ଶଙ୍ଖରେ ଭୋଟ ଦେବାକୁ ପ୍ରାର୍ଥୀଙ୍କ ଅପିଲ୍ - BJD Election Campaign

ବାଲେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା କହିଛନ୍ତି, "୨୦୧୪ ମସିହା ପରେ ଦୁଇ ଜଣ ସାଂସଦ ବାଲେଶ୍ୱରରୁ ସଂସଦକୁ ଯାଇଛନ୍ତି ହେଲେ ବାଲେଶ୍ଵରର ବିକାଶରେ ସେମାନଙ୍କର ଭୂମିକା କଣ ରହିଛି ? ଗୋଟିଏ ଦଳ ଦୁଇଟି ଅଖା ବ୍ୟାଗ ଓ ୧୦୦୦ ଟଙ୍କା ଦେଉଥିବା ବେଳେ ଅନ୍ୟ ଏକ ଦଳ କେବଳ ଭାଷଣ ବାଜିରେ ସୀମିତ ରହିଗଲା । ଯଦି ଏ ଦୁଇ ନିର୍ବାଚନରେ ସାଂସଦ ଆସନରେ ବସିଥିବା ପ୍ରାର୍ଥୀମାନେ ବାଲେଶ୍ୱର ବିକାଶ ବିଷୟରେ ଆଲୋଚନା କରିବାକୁ ଚାହୁଁଥାନ୍ତି ତେବେ ଖୋଲା ବିତର୍କକୁ ଆସି ଆଲୋଚନା କରନ୍ତୁ । ଯଦି ମୁଁ ବାଲେଶ୍ୱର ପାଇଁ କିଛି କରି ନାହିଁ ବୋଲି ଲୋକମାନେ କହିବେ ତା ହେଲେ ପ୍ରାର୍ଥୀତ୍ବରୁ ଓହରି ଯିବି ।

ଦେଶର ପ୍ରଥମ ଜିଲ୍ଲା ବାଲେଶ୍ୱର ଜିଲ୍ଲାକୁ ନାବାର୍ଡ଼ ଚାଷୀ ଓ ଚାଷର ଉନ୍ନତି ପାଇଁ ୧୦୦୦ କୋଟି ଟଙ୍କା ଦେଇଥିବା ବେଳେ ସେ ୧୦୦୦ କୋଟି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ । ମହିଳାମାନଙ୍କ ପାଇଁ ଦରଦ ଦେଖାଉଥିବା ମୁଖ୍ୟମନ୍ତ୍ରୀ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ କାହିଁକି ବସାଉ ନାହାନ୍ତି ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଥିଲେ । ଏହି ନିର୍ବାଚନୀ ପ୍ରଚାରରେ ରେମୁଣା ବିଧାୟକ ପ୍ରାର୍ଥୀଙ୍କ ସମେତ ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିଵ ଦାସ, ଅକ୍ଷୟ ଆଚାର୍ଯ୍ୟ, ବିକାଶ ଦାସ,ରଞ୍ଜନ ଦାସ, ତରୁଣ ଦାସ, ଗଣେଶ ପଣ୍ଡା, ସୁଧାଂଶୁ ଜେନା, ଜ୍ୟୋତ୍ସ୍ନା ସେନାପତି, ଅକ୍ଷୟ ମଲ୍ଲିକ, ତୁଷାର ତପସ୍ୱୀ ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.