ବାଲେଶ୍ବରରେ ବିଜେଡିର ପ୍ରଚାର; ଘର ଘର ବୁଲି ଯୋଡି ଶଙ୍ଖରେ ଭୋଟ ଦେବାକୁ ପ୍ରାର୍ଥୀଙ୍କ ଅପିଲ୍ - BJD election campaign

By ETV Bharat Odisha Team

Published : Apr 24, 2024, 1:12 PM IST

Updated : Apr 24, 2024, 3:33 PM IST

thumbnail
()

ବାଲେଶ୍ୱର: ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ନେତାଙ୍କ ହୁଙ୍କାରରେ କମ୍ପିଲାଣି ପ୍ରଚାର ମୈଦାନ  । ଡହ ଡହ ଖରାରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ  । ଏହି କ୍ରମରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ଏବଂ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର ପ୍ରଚାର ଆରମ୍ଭ କରିଛନ୍ତି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ଦୁଇ ପ୍ରାର୍ଥୀ ଲୋକମାନଙ୍କ ଘରେ ପହଞ୍ଚି ନିଜର ପ୍ରଚାର କରିବା ସହ ଶଙ୍ଖ ଷ୍ଟିକର ଲଗାଇଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୫ ନଂ ୱାର୍ଡରେ ଉଭୟ ପ୍ରାର୍ଥୀ ପହଞ୍ଚି କାଉନସିଲର ମିତା ପଟ୍ଟନାୟକଙ୍କ ସହ ମିଶି ପ୍ରଚାର କରିଥିଲେ । ଘରକୁ ଘର ବୁଲି ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ସଚେତନତା କରାଇବା ସହିତ ଆସନ୍ତା ଜୁନ ୧ ତାରିଖରେ ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଆଶୀର୍ବାଦ ଭିକ୍ଷା କରିଥିଲେ । 

ଏହା ମଧ୍ୟ ପଢନ୍ତୁ: ପ୍ରଚାର ବେଳେ ହଟହଟା ହେଲେ ଅରୁନ୍ଧତୀ ଦେବୀ, ଗାଁ ଦାଣ୍ଡରେ ବସାଇ ବିକାଶ ହିସାବ ମାଗିଲେ ଲୋକେ - Odisha Assembly Election 2024

ଏହି ଅବସରରେ ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କୁ ବେଶ ସହାୟକ ହୋଇଛି  । ୨୫ ବର୍ଷ ହେଲାଣି ଲୋକମାନେ ନବୀନଙ୍କ ବିକାଶ ଧାରାରେ ସାମିଲ ହୋଇଛନ୍ତି । ଏଥିପାଇଁ ନିଶ୍ଚିତ ଭାବେ ବିଜେଡି ବାଲେଶ୍ୱରରେ ଏକପାଖିଆ ଭାବେ ଜିତିବ । ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଲୋକଙ୍କ ସହ ରହିଛନ୍ତି । ସବୁ ପରିସ୍ଥିତିରେ ଲୋକଙ୍କ ପାଇଁ ସେ ଚିନ୍ତା କରିଛନ୍ତି ବୋଲି ବିଧାୟକ ପ୍ରାର୍ଥୀ କହିଛନ୍ତି । ଏଥିସହ ବାଲେଶ୍ଵର ବିଜେଡିର କୌଣସି କନ୍ଦଳ ନାହିଁ  । ସଭିଏଁ ଏକ ଏବଂ ଅସନ୍ତୁଷ୍ଟ କଥା ବିରୋଧୀଙ୍କ ଏକ ମିଥ୍ୟା ପ୍ରଚାର ବୋଲି କହିଛନ୍ତି ସ୍ୱରୂପ ଦାସ । 

ଇଟିଭି ଭାରତ, ବାଲେଶ୍ବର

Last Updated : Apr 24, 2024, 3:33 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.