ETV Bharat / politics

ନିଆଳିରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର - BJD Candidates Campaign in Niali

author img

By ETV Bharat Odisha Team

Published : Apr 30, 2024, 4:12 PM IST

Etv Bharat
Etv Bharat

Odisha Lok Sabha Election 2024: ନିଆଳିରେ ଜଗତସିଂହପୁର ବିଜେଡି ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ନିଆଳି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କ ପ୍ରଚାର ଜୋରଦାର । ଅଧିକ ପଢନ୍ତୁ

niali

ନିଆଳି: ନିର୍ବାଚନ ଯେତିକି ପାଖେଇ ଆସୁଛି ନିଆଳି ରାଜନୀତି ପାଣିପାଗ ସେତିକି ସରଗରମ ହେଉଛି । ଜଗତସିଂହପୁର ସଂସଦୀୟ କ୍ଷେତ୍ର ତଥା କଟକ ଜିଲ୍ଲା ନିଆଳି ବିଧାନସଭା ଆସନ ସଂରକ୍ଷିତ ଆସନ ଭାବରେ ଗତ ୨୦୦୯ ମସିହାଠାରୁ ପୁନଃ ଗଠିତ ହୋଇଛି । ଏହି ଆସନ ବିଜେଡି ଗଡରେ ପରିଣତ ହୋଇଛି । ଏଠାରୁ ଲଗାତର ଭାବରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ବିଜୟୀ ହୋଇଆସିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ନିଆଳି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି ।

୨୦୦୯ ମସିହାଠାରୁ ନିଆଳି ଆସନ ବିଜେଡି ହାତରେ ରହିଛି । ୨୦୨୪ ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାରୁ ଚତୁର୍ଥ ଥର ବିଜେଡି ଦଖଲ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି । ବିଭିନ୍ନ ଅଞ୍ଚଳରେ ବିଜେଡି ବୈଠକ ଓ କର୍ମୀ ସମ୍ମିଳନୀ ମାଧ୍ୟମରେ ଭୋଟରଙ୍କ ନିକଟତର ହେଉଛି । ସେହିପରି ଜଗତସିଂହପୁର ଲୋକସଭା ଆସନ ହାତେଇବା ପାଇଁ ବିଜେଡି ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ ମଧ୍ୟ ଭୋଟ ଭିକ୍ଷା କରିଛନ୍ତି ।‌

ଏହାମଧ୍ୟ ପଢନ୍ତୁ.. ନିଆଳି ବିଜେପିର ମହାମିଳନ ପର୍ବ - Bjp Joining Program In Niali

କଟକ ଜିଲ୍ଲା ନିଆଳି ବ୍ଳକର ପୋଖରୀ ଗାଁ ପଞ୍ଚାୟତରେ ସୋମବାର ରାତିରେ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଗତସିଂହପୁର ଲୋକସଭା ଆସନ ବିଜେଡି ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଏବଂ ନିଆଳି ବିଧାୟକ ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବିଷୟରେ ଭୋଟରଙ୍କୁ କହିବା ସହିତ ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବିଜୟୀ ପାଇଁ ଅପିଲ କରିଥିଲେ । ଏଥର ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଭୋଟରଙ୍କୁ କହିଥିଲେ ଉଭୟ ପ୍ରାର୍ଥୀ । ନିଆଳି କୃଷି ପ୍ରାଧାନ୍ୟ ଅଞ୍ଚଳ ହୋଇଥିବାରୁ କୃଷି ଉପରେ ଅଧିକ ପ୍ରାଧାନ୍ୟ ଦେବା ପାଇଁ କହିଛନ୍ତି ସାଂସଦ ପ୍ରାର୍ଥୀ ରାଜଶ୍ରୀ ।

୨୦୦୯ ମସିହା ଠାରୁ ନିଆଳିରୁ ବିଜେଡି କିପରି ରହିଛି ଭୋଟ ପ୍ରତିଶତ ଥରେ ନଜର ପକାଇବା-

୨୦୦୯ ମସିହାରେ ବିଜେଡି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ୬୫.୪୫ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ । ସେହିପରି ୨୦୧୪ ମସିହାରେ ୫୩.୨୭ ପ୍ରତିଶତ ଏବଂ ୨୦୧୯ ନିର୍ବାଚନରେ ୫୩.୬୫ ପ୍ରତିଶତ ଭୋଟ ପାଇ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଥିଲେ । ତେବେ ନିଆଳିରେ ବିଜେଡି ଦଳର ଭୋଟ ହାର ବିଜେପି ଓ କଂଗ୍ରେସ ଠାରୁ ଢେର ଅଧିକ ରହିଛି ।

ସେହିପରି ୨୦୧୯ ମସିହାରେ ୫୦.୪୪ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ ରାଜଶ୍ରୀ ମଲ୍ଲିକ । ଦେଖିବାକୁ ଗଲେ ବିଜେଡି ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଭୋଟ ବ୍ୟବଧାନ ଭଲ ରହିଛି । ତେବେ ଚଳିତ ସାଧାରଣ ନିର୍ବାଚନରେ ବିଜେପି ଓ କଂଗ୍ରେସ କିପରି ବିଜେଡି ଦଳର ଭୋଟ ହାର ହ୍ରାସ କରିବ ତାହା ସମୟ ହିଁ କହିବ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.