ETV Bharat / politics

ନବରଙ୍ଗପୁର ମହାସଂଗ୍ରାମ: ମାଝୀ ବନାମ ମାଝୀ ଫାଇଟ, କିଏ ମାରିବ ବାଜିମାତ୍ ? - Lok Sabha Election 2024

author img

By ETV Bharat Odisha Team

Published : Apr 19, 2024, 3:30 PM IST

Nabarangpur Lok Sabha constituency:
Nabarangpur Lok Sabha constituency:

Nabarangpur Lok Sabha constituency: ନବରଙ୍ଗପୁରରେ ମାଝୀ ବନାମ ମାଝୀ ଫାଇଟର ରିପିଟ୍ । ବିଜେଡିରୁ ପ୍ରଦୀପ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ଓ କଂଗ୍ରେସରୁ ଭୁଜବଳ ମାଝୀଙ୍କ ମଧ୍ୟରେ ଲଢେଇ ଜୋରଦାର ହେବାକୁ ଯାଉଛି । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ ।

Nabarangpur Lok Sabha constituency

ନବରଙ୍ଗପୁର: ୨୦୨୪ ନିର୍ବାଚନ ମହାସଂଗ୍ରାମରେ କିଏ ମାରିବ ବାଜି ? ନବରଙ୍ଗପୁର ସଂସଦୀୟ କ୍ଷେତ୍ର ନିର୍ବାଚନ ରଣାଙ୍ଗନାରେ ମାଝୀ ଫାଇଟ ପୁଣି ରିପିଟ ହୋଇଛି । 3 ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଯଥାକ୍ରମେ ପ୍ରଦୀପ ମାଝୀ, ବଳଭଦ୍ର ମାଝୀ ଓ ଭୁଜବଳ ମାଝୀଙ୍କୁ ଲୋକସଭା ସାଂସଦ ପ୍ରାର୍ଥୀ କରିଛନ୍ତି । ତେବେ ତିନି ମାଝୀଙ୍କ ବଳିଷ୍ଠ ରାଜନୈତିକ ଇତିହାସ ରହିଥିବାରୁ ବର୍ତ୍ତମାନ ସାଂସଦ ପ୍ରାର୍ଥୀ ଘୋଷଣା ପରେ ସରଗରମ ହୋଇଉଠିଛି ନବରଙ୍ଗପୁର ରାଜନୈତିକ ବାତାବରଣ ।

ପାଖେଇ ଆସିଲାଣି ନିର୍ବାଚନ । ସଜବାଜ ହେଲେଣି ନେତା ଓ ଜନତା । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ନିର୍ବାଚନ ମୈଦାନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜର ଚର୍ଚ୍ଚିତ ଓ ଅଭିଜ୍ଞ ଚେହେରାଙ୍କୁ ଯୋଦ୍ଧା କରିଛନ୍ତି । ତେବେ ଗତ ନିର୍ବାଚନରେ ପ୍ରଦୀପ ମାଝୀ କଂଗ୍ରେସରୁ, ବଳଭଦ୍ର ମାଝୀ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟ ସମ୍ପୂର୍ଣ୍ଣ ଓଲଟା । ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବର୍ତ୍ତମାନ ଶଙ୍ଖର ଶରଣରେ ଯାଇ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ଗତ ଥରର ସାଂସଦ ପ୍ରାର୍ଥୀ ଥିବା ବଳଭଦ୍ର ମାଝୀଙ୍କ ଉପରେ ବିଜେପି ପୁଣି ଭରସା କରି ପ୍ରାର୍ଥୀ କରିଛି । ତେବେ କଂଗ୍ରେସ ମଧ୍ୟ ତିନି ଥରର ଡାବୁଗାଁ ବିଧାୟକ ଥିବା ଭୁଜବଳ ମାଝୀଙ୍କୁ ପ୍ରାର୍ଥୀ କରିଛି ।

3 ପ୍ରମୁଖ ଦଳର ପ୍ରାର୍ଥୀମାନେ ବି ଘରେ ଘରେ ପହଞ୍ଚି ପ୍ରଚାର କାର୍ଯ୍ୟ ଚଳାଇଥିବା ବେଳେ ବିଜୟ ନେଇ ସମସ୍ତ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଭୋଟରଙ୍କ କହିବା କଥା ଯେଉଁମାନେ ସମସ୍ୟାର ସମାଧାନ କରିପାରିବେ ତାଙ୍କୁ ହିଁ ଭୋଟ ଦେବୁ ।

ଏହାମଧ୍ୟ ପଢନ୍ତୁ.. କାହାର ହେବ ଜୁନାଗଡ଼: ମୈଦାନରେ 3 ପ୍ରମୁଖ ଯୋଦ୍ଧା, ଏଥର ରିପିଟ୍‌ ନା ପରିବର୍ତ୍ତନ ! - Junagarh Assembly Constituency

୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ଥାତ୍ ନବରଙ୍ଗପୁର, ଉମରକୋଟ, ଝରିଗାଁ, ଡାବୁଗାଁ ,କୋଟପାଡ଼, ଚିତ୍ରକୋଣ୍ଡା ଓ ମାଲକାନଗିରିକୁ ନେଇ ଗଠିତ ନବରଙ୍ଗପୁର ଲୋକସଭା କ୍ଷେତ୍ର । ନବରଙ୍ଗପୁର ଲୋକସଭା ସଂସଦୀୟ କ୍ଷେତ୍ରର ଭୋଟର ସବୁବେଳେ ନିର୍ବାଚନ ମୈଦାନରେ ମାଝୀ ବନାମ ମାଝୀ ଲଢେଇ ଦେଖି ଆସୁଛନ୍ତି ।

2009 ଲୋକସଭା ନିର୍ବାଚନ: 2009 ନିର୍ବାଚନରେ ନବରଙ୍ଗପୁର ଉପରେ ନଜର ପକାଇଲେ ଦେଖିବା ଯେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ମାଝୀ 3 ଲକ୍ଷ 8ହଜାର 307 ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ । ବିଜେଡିରୁ ଡମ୍ୱୁରୁ ମାଝୀ 2 ଲକ୍ଷ 78ହଜାର 330 ଓ ବିଜେପିରୁ ପର୍ଶୁରାମ ରାମ 1 ଲକ୍ଷ 56 ହଜାର 784 ଖଣ୍ଡ ପାଇଥିଲେ ।

2014 ଲୋକସଭା ନିର୍ବାଚନ: ୨୦୧୪ ମସିହାର ନିର୍ବାଚନରେ ୩ ପ୍ରମୁଖ ରାଜନୈତିକ ଦଳରେ ପ୍ରାର୍ଥୀ ଥିଲେ ୩ ମାଝୀ । 2014 ନିର୍ବାଚନ ଉପରେ ନଜର ପକାଇଲେ ବିଜେଡିରୁ ବଳଭଦ୍ର ମାଝୀ 3 ଲକ୍ଷ 73 ହଜାର 887 ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ କଂଗ୍ରେସରୁ ପ୍ରଦୀପ କୁମାର ମାଝୀ 3 ଲକ୍ଷ 71 ହଜାର 845 ପାଇଥିଲେ । ସେହିଭଳି ବିଜେପିରୁ ଲଢିଥିବା ପର୍ଶୁରାମ ମାଝୀ 1 ଲକ୍ଷ 38 ହଜାର 430 ଭୋଟ ପାଇଥିଲେ ।

2019 ଲୋକସଭା ନିର୍ବାଚନ: 2019 ନିର୍ବାଚନରେ ମଧ୍ୟ ମାଝୀ ବନାମ ମାଝୀ ଲଢେଇ ଦେଖିଥିଲା ନବରଙ୍ଗପୁର । ୨୦୧୯ ନିର୍ବାଚନରେ ରମେଶ ମାଝୀ ୩ ଲକ୍ଷ ୯୨ ହଜାର ୫୦୪ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ଦ୍ଵିତୀୟ ସ୍ଥାନରେ କଂଗ୍ରେସର ପ୍ରଦୀପ ମାଝୀ ୩ ଲକ୍ଷ ୫୦ ହଜାର ୮୭୦ ଖଣ୍ଡ ଭୋଟ ପାଇଥିଲେ । ସେହିଭଳି ତୃତୀୟ ସ୍ଥାନରେ ବିଜେପିର ବଳଭଦ୍ର ମାଝୀ 3 ଲକ୍ଷ 42 ହଜାର 839 ଖଣ୍ଡ ଭୋଟ ପାଇଥିଲେ । ଗତ 3ଟି ନିର୍ବାଚନରେ ମାଝୀ ବନାମ ମାଝୀ ଲଢେଇ ହେଇଥିବା ବେଳେ ୨୦୨୪ ନିର୍ବାଚନରେ ମଧ୍ୟ ସମାନ ଲଢେଇ ଦେଖିବାକୁ ମିଳିବ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ୨୦୨୪ ନିର୍ବାଚନର ମହା ସଂଗ୍ରାମରେ କିଏ ବାଜିମାତ କରିବ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.