ETV Bharat / politics

କମଳାକାନ୍ତ ପାଣ୍ଡେଙ୍କ ଘର ବାହୁଡା - BJD joining program

author img

By ETV Bharat Odisha Team

Published : Apr 18, 2024, 7:53 PM IST

ବିଜେଡ଼ିରେ ଯୋଗ ଦେଲେ ବିଜେପି ନେତା କମଳାକାନ୍ତ ପାଣ୍ଡେ
ବିଜେଡ଼ିରେ ଯୋଗ ଦେଲେ ବିଜେପି ନେତା କମଳାକାନ୍ତ ପାଣ୍ଡେ

BJD JOINING PROGRAM: ନିର୍ବାଚନ ପୂର୍ବରୁ କନ୍ଧମାଳର ବିଜେପିକୁ ବଡ଼ ଝଟକା । ବିଜେଡ଼ିରେ ମିଶିଲେ ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ସମର୍ଥକ । ଅଧିକ ପଢନ୍ତୁ

ବିଜେଡ଼ିରେ ଯୋଗ ଦେଲେ ବିଜେପି ନେତା କମଳାକାନ୍ତ ପାଣ୍ଡେ

ଭୁବନେଶ୍ବର: କନ୍ଧମାଳର ବିଜେପିକୁ ଲାଗିଲା ବଡ଼ ଝଟକା । ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ବିଜେଡିରେ ସାମିଲ ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ଓ କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ସାମିଲ୍ ହୋଇଥିବା କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ବିଜେଡି ନେତା ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଜେଡି ପକ୍ଷରୁ ଆଶା ରଖାଯାଇଛି ।

ବିଜେପି ଛାଡି କମଳାକାନ୍ତ ପାଣ୍ଡେଙ୍କ ସହ ବିଳାସିନୀ ନାୟକ, ରାଧାମୋହନ ମହାପାତ୍ର, କାଳୀ ମଲ୍ଲିକ, ରଂଜିତ ପ୍ରଧାନ, ସତ୍ୟ ନାରାୟଣ ବେହେରା, କୈଳାସ ମୁଖି, ସୋମନାଥ ବାଗ, ସୁବାସ ପ୍ରଧାନ ବିଜେଡିରେ ସାମିଲ ହୋଇଛନ୍ତି । ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଏସପି, ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ବିଭିନ୍ନ ସଂଗଠନରୁ ଲୋକ ବିଜେଡିରେ ମିଶିଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, କନ୍ଧମାଳ ଜିଲ୍ଲା ବିଜେଡି ସହ ରାଜ୍ୟ ବିକାଶ ଆହୁରି ସଶକ୍ତ ହେବାର ଆଶା ଅଛି । କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ କହିଛନ୍ତି ଯେ, ସମସ୍ତଙ୍କ ଯୋଗଦାନ ବିଜେଡିକୁ କନ୍ଧମାଳରେ ଆହୁରି ସଶକ୍ତ କରିବ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମରେ ସେମାନେ ଅନୁପ୍ରାଣିତ ହୋଇ ମିଶିଛନ୍ତି । ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ କହିଛନ୍ତି ଯେ, ଆଜି ମହାମିଶ୍ରଣ ହୋଇଛି । ମୁଖ୍ୟମନ୍ତ୍ରୀ ଓ ବିଜେଡି ଆଦର୍ଶ ଯୋଗୁ ବିଜେଡିକୁ କମଳାକାନ୍ତ ପାଣ୍ଡେଙ୍କ ଘର ବାହୁଡା଼ ହୋଇଛି । ଏହା ଦ୍ୱାରା କନ୍ଧମାଳର ବିଜେଡି ସଂଗଠନ ଆହୁରି ମଜବୁତ ହେବ । ଆଗାମୀ ନିର୍ବାଚନରେ ସବୁ ବିଧାୟକ ଓ ଲୋକସଭା ପ୍ରାର୍ଥୀଙ୍କୁ ଡବଲ ଶଙ୍ଖରେ ଭୋଟ ଦେଇ ଜିତାଇବୁ ।

ଏହା ମଧ୍ୟ ପଢନ୍ତୁ....ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶନୀ, ଲଢିବେ ନିର୍ବାଚନ ! - Actress Varsha Priyadarshini

ବିଜେଡିରେ ସାମିଲ କମଳାକାନ୍ତ ପାଣ୍ଡେ କହିଛନ୍ତି," ମୋ ପ୍ରତି ବିଶ୍ୱାସ ରଖିଲେ ସମସ୍ତେ । ଏହା ମୋର ଘର ବାହୁଡା଼ ନୁହେଁ । ଏହା ମୋ ନିଜ ଘର । ଜରୁରୀକାଳୀନ ସମୟରେ ବିଜୁ ବାବୁଙ୍କ ସହ ଜେଲରୁ ଫେରି ଜନତା ଦଳରେ ଯୋଗ ଦେଲି । ବିଜୁ ବାବୁ ମତେ ପ୍ରଭାରୀ କରିଥିଲେ । ସଂଗଠନ କଲୁ । ମୁଁ ଯେଉଁ ଦଳରେ ରୁହେ, ଦଲାଲି କରେନି । ବିଜେପି ମୋର 10 ବର୍ଷ ନଷ୍ଟ କରି ଦେଲା । ତାଙ୍କ ଭୋଟ କମୁଛି କି ବଢୁଛି, ତାହା ଜଣା ପଡିବ । ସବୁ ଆସନ ବିଜେଡି ଜିତିବି । "

ସେହିପରି ସତ୍ୟ ନାରାୟଣ ବେହେରା କହିଛନ୍ତି," ମୁଁ ତିନିଟା କାରଣରୁ ବିଜେଡିରେ ମିଶିଛି । ଜଣେ ଭାରତ ବର୍ଷରେ ଜୋରସେ ମିଛ କହୁଛନ୍ତି । ହେଲେ ଓଡିଶାରେ ଜଣେ ବିକାଶ କରୁଛନ୍ତି । ଅଚ୍ୟୁତ ସାମନ୍ତ ଜିରୋରୁ ହିରୋ । ସେ ସାରା ପୃଥିବୀରେ ଜଣାଶୁଣା । ତାଙ୍କୁ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଆଗାମୀ ଦିନରେ ସବୁ ସିଟ ଜିତିବ ବିଜେଡି । ଆମ୍ବେଦକରଙ୍କ ନାଁରେ ବସ ଟର୍ମିନାଲ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନ କରିଥିବାରୁ ମୁଁ ବିଜେଡିରେ ମିଶିଛି ।" ସେହିପରି ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.