ETV Bharat / politics

ଆସାମରେ ମୋଦିଙ୍କ ଦମ୍ଭୋକ୍ତି, '4 ଜୁନ 400 ପାର୍' - LOK SABHA ELECTIONS 2024

author img

By ETV Bharat Odisha Team

Published : Apr 17, 2024, 7:58 PM IST

Narendra Modi in Assam
Narendra Modi in Assam

Narendra Modi in Assam: ଲୋକସଭା ନିର୍ବାଚନ 2024 ପାଇଁ ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୋରାଦାର ପ୍ରଚାର । କଂଗ୍ରେସକୁ ଟାର୍ଗେଟ କରିବା ସହ ନଲବାଡିରେ ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "4ଜୁନ 400 ପାର୍" । ଅଧିକ ପଢନ୍ତୁ

ଗୌହାଟି: ଦେଶରେ ନିର୍ବାଚନୀ ମାହୋଲ । ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡିକର ହେଭିଓ୍ୱେଟ ନେତାମାନଙ୍କର ପ୍ରଚାର ଜୋରଦାର କରିଛନ୍ତି । ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ଆସାମ ଗସ୍ତ କରିଛନ୍ତି । ରାଜ୍ୟର ନଲବାଡିର ବରକୁରାରେ ଆୟୋଜିତ ଏକ ନିର୍ବାଚନୀ ବୈଠକରେ ଯୋଗ ଦେବା ସହ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଏଥିସହ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ।

ଆସାମ ନଲବାଡିରେ ବିଜେପି ମେଣ୍ଟ ସରକାର ପ୍ରାର୍ଥୀ ଫନି ଭୂଷଣ ଚୌଧୁରୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ମୋଦିଙ୍କ ମୁହଁରେ ଏକ ନୂଆ ନାରା ଶୁଣିବାକୁ ମିଳିଛି । ନଲବାଡିରେ ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "4ଜୁନ 400 ପାର୍" । ସେ ଆଉମଧ୍ୟ କହିଛନ୍ତି ଜୁନ 4ରେ କଣ ଘଟିବାକୁ ଯାଉଛି ତାହା ସମଗ୍ର ଦେଶ ଜାଣିଛି ।

ଆସାମର ଆଞ୍ଚଳିକ ଭାଷା ଅହମିଆରେ ଲୋକଙ୍କୁ ରୋଙ୍ଗାଲି ବିହୁ ଓ ନବ ବର୍ଷର ଶୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ମୋଦି । ଆଉମଧ୍ୟ 500 ବର୍ଷ ପରେ ପବିତ୍ର ରାମ ନବମୀ ଅବସରରେ ଅଯୋଧ୍ୟାରେ ରାମଲଲାଙ୍କ ସୂର୍ଯ୍ୟ ତିଳକ ହେଉଥିବା କଥା ଲୋକମାନଙ୍କୁ ମନେ ପକାଇଦେବା ସହ ଅଯୋଧ୍ୟା ନ ଯାଇପାରିଲେ ସେହିଠାରୁ ହିଁ ପ୍ରାର୍ଥନା କରିବାକୁ ଲୋକମାନଙ୍କୁ କହିଥିଲେ ।

ଏହାମଧ୍ୟ ପଢନ୍ତୁ.. ତ୍ରିପୁରାରେ ବର୍ଷିଲେ ମୋଦି, କମ୍ୟୁନିଷ୍ଟମାନେ ଉତ୍ତର-ପୂର୍ବକୁ ଶାସନ କରି ବର୍ବାଦ କରିଛନ୍ତି - LOKSABHA ELECTIONS 2024

ସେ ଆଉମଧ୍ୟ କହିଛନ୍ତି, "ମୋଦି ଗ୍ୟାରେଣ୍ଟି ଦେଇଛି ଯେ, 70 ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଆୟୁଷ୍ମାନ ଯୋଜନା ଆଧାରରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ମିଳିବ । ପୁରା ଦେଶରେ ମୋଦି ଗ୍ୟାରେଣ୍ଟି ଚାଲୁଛି ଓ ନର୍ଥ ଇଷ୍ଟ ନିଜେ ମୋଦି ଗ୍ୟାରେଣ୍ଟିର ସାକ୍ଷୀ ଅଟନ୍ତି । ଯେଉଁ ନର୍ଥ-ଇଷ୍ଟରେ କଂଗ୍ରେସ କେବଳ ସମସ୍ୟା ଦେଉଥିଲା ସେଠି ଭାଜପା ସମ୍ଭାବନାର ସ୍ରୋତ ସହ ତାକୁ ପରିବର୍ତ୍ତନ କରିଛି । 2024ରେ ମୋଦି ଏକ ଆଶା ନେଇ ଆସିଥିଲେ, 2019ରେ ମୋଦି ଏକ ବିଶ୍ୱାସ ସହ ଆସିଥିଲେ ଓ 2024ରେ ମୋଦି ଏକ ଗ୍ୟାରେଣ୍ଟି ସହ ଆସିଛି ଏବଂ ମୋଦି ଗ୍ୟାରେଣ୍ଟିର ଅର୍ଥ ଗ୍ୟାରେଣ୍ଟିର ଗ୍ୟାରେଣ୍ଟି ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ 2024ର ପ୍ରଥମ ପର୍ଯ୍ୟାୟରେ ଆସାମର 5ଟି ସଂସଦୀୟ କ୍ଷେତ୍ର ପାଇଁ ଭୋଟ ପଡିବ । 19 ଏପ୍ରିଲରେ ପ୍ରଥମ ପର୍ଯ୍ୟାୟରେ ଆସାମରେ ମତଦାନ ହେବାକୁ ଯାଉଥିବା ବେଳେ ଆଜି (ବୁଧବାର) ନିର୍ବାଚନୀ ପ୍ରଚାରର ଶେଷ ଦିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.