ETV Bharat / politics

କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଈଶ୍ବରପ୍ପାଙ୍କୁ ଦଳରୁ ବିଦା କଲା ବିଜେପି - BJP expels Eshwarappa

author img

By PTI

Published : Apr 22, 2024, 9:59 PM IST

BJP expels Eshwarappa
BJP expels Eshwarappa

BJP EXPELS ESHWARAPPA: କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଈଶ୍ବରପ୍ପାଙ୍କୁ ଦଳରୁ ବିଦା କଲା ବିଜେପି । ଏହି ନିଷ୍ପତ୍ତି ଈଶ୍ବରପ୍ପାଙ୍କ ଉପରେ ପଡ଼ିଲା ଭାରି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେ.ଏସ ଈଶ୍ବରପ୍ପାଙ୍କୁ ଦଳରୁ ବିଦା କଲା ବିଜେପି । 6 ବର୍ଷ ପାଇଁ ସେ ବିଜେପିରୁ ବହିଷ୍କାର ହୋଇଛନ୍ତି । ଶିବମୋଗା ଲୋକସଭା ଆସନରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ନିଷ୍ପତ୍ତି ନେବା ପରେ ଦଳ ତାଙ୍କ ପକ୍ଷରେ ଏଭଳି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଈଶ୍ବରପ୍ପା ରାଜ୍ୟ ବିଜେପି ସଭାପତି ଭାବେ ମଧ୍ୟ ଦଳ ପାଇଁ କାମ କରିଥିଲେ । ଈଶ୍ବରପ୍ପାଙ୍କ ଏଭଳି ନିଷ୍ପତ୍ତିକୁ ବିଜେପି, ଦଳ ପାଇଁ ଲଜ୍ଜାଜନକ ବୋଲି କହିଛି ।

ଦଳ ବିରୋଧୀ ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ବିଜେପି ବରିଷ୍ଠ ନେତା ଈଶ୍ବରପ୍ପାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଈଶ୍ବରପ୍ପା କହିଥିଲେ ୟେ ସେ ଦଳ ସପକ୍ଷରେ ଆଉ ନାହାନ୍ତି ଏବଂ ଦଳ ତାଙ୍କ ପକ୍ଷରେ ଯେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ସେ ଭୟଭୀତ ନୁହନ୍ତି ବୋଲି ଖୋଲାଖୋଲି କହିଥିଲେ । ସେ ଆହୁରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ମୋର ମଧ୍ୟ ବିଚାରଧାରା ସମାନ । ମୋଦି କୁହନ୍ତି ସେ ପରିବାରବାଦ ବିପକ୍ଷରେ ଲଢେଇ କରୁଛନ୍ତି । କେନ୍ଦ୍ରରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଏନେଇ ସେ ଟାର୍ଗେଟ କରନ୍ତି । ମୋର ମଧ୍ୟ ସମାନ ଉଦ୍ୟମ ରହିଛି । ରାଜ୍ୟରେ ବାପ-ପୁଅ (ୟେଦୁରପ୍ପା ଓ ତାଙ୍କ ପୁଅ)ଙ୍କ କବଳରୁ ଦଳକୁ ବାହାରକୁ ଆଣିବା ଲାଗି ମୁଁ ଉଦ୍ୟମ ଜାରି ରଖିଛି ।"

କାହିଁକି ଦଳ ବିରୋଧୀ ହେଲେ ଈଶ୍ବରପ୍ପା:- ବିଜେପିର ଏହି ବରିଷ୍ଠ ନେତା ନିଜ ପୁଅକୁ ହାବେରିରୁ ଲୋକସଭା ଟିକେଟ ଦେବା ଲାଗି ଦାବି କରିଆସୁଥିଲେ । ରାଜ୍ୟର ଦକ୍ଷିଣାଞ୍ଚଳ ହାବେରି ଆସନରୁ ସେ ନିଜ ପୁଅ କାନ୍ତେଶ ପାଇଁ ଟିକେଟ ଆଣିବା ପ୍ରୟାସରେ ଥିଲେ । ମାତ୍ର ବିଜେପି ଈଶ୍ବରପ୍ପାଙ୍କ ପୁଅକୁ ଟିକେଟ ଦେଇନାହିଁ । ବିଜେପି ରାଜ୍ୟ ସଭାପତି ବି.ୱାଇ ବିଜୟେନ୍ଦ୍ର ଓ ତାଙ୍କ ପିତା ତଥା ଭେଟେରାନ ନେତା ବି.ଏସ ୟେଦୁରପ୍ପାଙ୍କ ପାଇଁ ତାଙ୍କ ପୁଅକୁ ଟିକେଟ ମିଳିନଥିବା ଈଶ୍ବରପ୍ପା ଅଭିଯୋଗ ଆଣିଛନ୍ତି । ଏହି 2 ନେତା କାନ୍ତେଶଙ୍କୁ ଟିକେଟ ଦେବା ଲାଗି ଅମଙ୍ଗ ହୋଇଥିବା ଈଶ୍ବରପ୍ପା ଅଭିଯୋଗ କରିଛନ୍ତି ।

ଲୋକସଭା ଟିକେଟ ଆଶାରେ ବିଧାନସଭା ନିର୍ବାଚନ ଲଢିନଥିଲେ: ଗତ ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଈଶ୍ବରପ୍ପା ବିଧାନସଭା ନିର୍ବାଚନରେ ​​ଦଳରୁ ଟିକେଟ ପାଇନଥିଲେ । ୟେଦୁରପ୍ପାଙ୍କ ସମେତ ରାଜ୍ୟ ଅନ୍ୟ ନେତୃତ୍ବ ତାଙ୍କ ପୁଅ କାନ୍ତେଶଙ୍କୁ ଲୋକସଭା ଟିକେଟ୍ ଦେବେ ବୋଲି ପ୍ରତିଶୃତି ଦେବା ପରେ ଦଳର ନିଷ୍ପତ୍ତିରେ ସେ ଚୁପଚାପ୍ ରାଜି ହୋଇଥିଲେ । ହାବେରିରୁ କାନ୍ତେଶଙ୍କୁ ଟିକେଟ ମିଳିବ ବୋଲି ଆଶା କରିଥିଲେ, କିନ୍ତୁ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ହାବେରିରୁ ଟିକେଟ ଦେଇଛି । ଏହାକୁ ନେଇ ଅସନ୍ତୋଷ ଥିବା ଈଶ୍ବରପ୍ପା ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏପ୍ରିଲ 12ରେ ଭରିଛନ୍ତି ନାମାଙ୍କନ:- ଈଶ୍ବରପ୍ପା ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେବା ପରେ ଏପ୍ରିଲ 12ରେ ଶିବମୋଗା ନିର୍ବାଚନମଣ୍ଡଳୀରୁ ନାମାଙ୍କନ ପତ୍ର ଭରିଛନ୍ତି । ଚଳିତ ନିର୍ବାଚନରେ ଶିବମୋଗା ଆସନ ଲାଗି ବିଜେପି ପ୍ରାର୍ଥୀ ବିଜୟେନ୍ଦ୍ରଙ୍କ ଭାଇ ତଥା ସାଂସଦ ବି.ୱାଇ ରାଘବେନ୍ଦ୍ରଙ୍କ ବିରୋଧରେ ଲଢିବେ ।

ଏହା ବି ପଢନ୍ତୁ- ମୋଦିଙ୍କୁ ବରିଷ୍ଠ ନେତା ଈଶ୍ବରପ୍ପାଙ୍କ ଦୃଢୋକ୍ତି, କହିଲେ କର୍ଣ୍ଣାଟକରେ ଫୁଟିବ ପଦ୍ମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.