ETV Bharat / bharat

ମୋଦିଙ୍କୁ ବରିଷ୍ଠ ନେତା ଈଶ୍ବରପ୍ପାଙ୍କ ଦୃଢୋକ୍ତି, କହିଲେ କର୍ଣ୍ଣାଟକରେ ଫୁଟିବ ପଦ୍ମ

author img

By

Published : Apr 21, 2023, 3:53 PM IST

Updated : Apr 21, 2023, 4:49 PM IST

କର୍ଣ୍ଣାଟକରେ ବିଜେପିକୁ ମିଳିବ ବିପୁଳ ବିଜୟ । ଦଳ ନିଶ୍ଚିତ ଜୟଯୁକ୍ତ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ ଯୋଗେ କହିଛନ୍ତି ବରିଷ୍ଠ ବିଜେପି ନେତା ଈଶ୍ବରପ୍ପା । ଅଧିକ ପଢନ୍ତୁ

Etv Bharat
Etv Bharat

ମୋଦିଙ୍କୁ ବରିଷ୍ଠ ନେତା ଈଶ୍ବରପ୍ପାଙ୍କ ଦୃଢୋକ୍ତି, କହିଲେ କର୍ଣ୍ଣାଟକରେ ଫୁଟିବ ପଦ୍ମ

ବେଙ୍ଗାଲୁରୁ: "କର୍ଣ୍ଣାଟକ ଗାଦିରେ ବସିବ ବିଜେପି । ବିଧାନସଭା ନିର୍ବାଚନରେ ଦଳକୁ ମିଳିବ ବିପୁଳ ବିଜୟ ।" ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି ଏପରି ଦୃଢୋକ୍ତି ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେଏସ ଈଶ୍ବରପ୍ପା । ଦଳର ନୀତି, ଆଦର୍ଶକୁ ପାଳନ କରି ସେ ନିର୍ବାଚନୀ ରାଜନୀତିରୁ ଅବସର ନେଇ ଯୁବନେତାଙ୍କୁ ସୁଯୋଗ ଦେଇଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଫୋନ କରି ଧନ୍ୟବାଦ ଜଣାଇଛନ୍ତି । ଈଶ୍ବରପ୍ପାଙ୍କ ପୁଅକୁ ଟିକେଟ ନ ମିଳିବା ପରେ ମଧ୍ୟ ସେ ଅସନ୍ତୋଷ ବ୍ୟକ୍ତ କରିନାହାନ୍ତି କି ଦଳ ଛାଡ଼ିନାହାନ୍ତି । ଯାହାକୁ ନେଇ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ମୋଦି । ଈଶ୍ବରପ୍ପା ଯେପରି ଦଳ ପ୍ରତି ଆନୁଗତ୍ୟ ଦେଖାଇଛନ୍ତି ତାଙ୍କଠୁ ସମସ୍ତେ ଏହା ଶିଖିବା ଉଚିତ ବୋଲି ମୋଦି କହିଛନ୍ତି ।

ବିଧାନସଭା ନିର୍ବାଚନ ଲାଗି ନୂଆ ଷ୍ଟ୍ରାଟେଜି ଆପଣାଇଛନ୍ତି ବିଜେପି । ଦଳର ନୀତି, ଆଦର୍ଶକୁ କଡ଼ାକଡ଼ି ଭାବେ ପାଳନ କରି ଯୁବନେତା ତଥା ତୃଣମୂଳ ସ୍ତରର ନେତାଙ୍କୁ ଦେଉଛି ଟିକେଟ । ଫଳରେ ଅନେକ ଆଶାୟୀ ପ୍ରାର୍ଥୀ ଟିକେଟ ନ ପାଇ ଦଳ ଛାଡୁଛନ୍ତି । ଏଭଳି ସ୍ଥିତିରେ ଈଶ୍ବରପ୍ପା ଦଳ ପାଇଁ ଆନୁଗତ୍ୟ ଦେଖାଇଛନ୍ତି । ଶୁକ୍ରବାର ସକାଳ ୯.୦୫ଟାରେ ଈଶ୍ବରପ୍ପା ନିର୍ବାଚନୀ ରାଜନୀତିରୁ ଅବସର ନେବା ଲାଗି ଘୋଷଣା କରିଥିଲେ । ଦଳର ଶୀର୍ଷ ନେତୃତ୍ବଙ୍କ ନିର୍ଦ୍ଦେଶରେ ସେ ଏପରି କରି ଯୁବନେତାଙ୍କୁ ସୁଯୋଗ ଦେବା ଲାଗି କହିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ ଯୋଗେ ଧନ୍ୟବାଦ ଜଣାଇଥିଲେ ।

ଏହା ବି ପଢନ୍ତୁ- Civil Services Day: ପ୍ରଶାସନିକ ଅଧିକାରୀଙ୍କୁ ମୋଦିଙ୍କ ଗୁରୁମନ୍ତ୍ର, କର୍ତ୍ତବ୍ୟ ବିକଳ୍ପ ନୁହେଁ ସଂକଳ୍ପ

ଈଶ୍ବରପ୍ପା ପୁଅ ମଧ୍ୟ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଏହା ସତ୍ତ୍ବେ ବି ଦଳ ପ୍ରତି କୌଣସି ଆକ୍ରୋଶ ରଖିନଥିଲେ କି ଦଳ ଛାଡ଼ିନଥିଲେ ସେ । ଯାହାକୁ ବେଶ ପ୍ରଶଂସା କରିଛନ୍ତି ମୋଦି । ଈଶ୍ବରପ୍ପା ମୋଦିଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠି ତାଙ୍କ ପାଖରେ ପୁଅ ଓ ବୋହୂ ବସି ପ୍ରଧାନମନ୍ତ୍ରୀଙ୍କ କଥାକୁ ଧ୍ୟାନର ସହକାରେ ଶୁଣୁଛନ୍ତି । ଏହି ସମୟରେ ଈଶ୍ବରପ୍ପା ମୋଦିଙ୍କୁ କହିଛନ୍ତି, " ଆପଣ ଫୋନ କରିଥିବାରୁ ସମସ୍ତେ ଆନନ୍ଦିତ । ଆମେ ନିଶ୍ଚୟ ବିଜୟ ଲାଭ କରିବା । କୌଣସି ଅସୁବିଧା ହେବ ନାହିଁ । "

ଈଶ୍ବରପ୍ପାଙ୍କୁ ମୋଦି ଫୋନ କରିବା ପରେ ତାଙ୍କୁ ଆଗାମୀ ଦିନରେ ଦଳରେ ବଡ଼ ଦାୟିତ୍ବ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଈଶ୍ବରପ୍ପାଙ୍କ ପୁଅକୁ ଟିକେଟ ନ ମିଳିବା ପରେ ଆଭ୍ୟନ୍ତରୀଣ କନ୍ଦଳ ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଏହାକୁ ଖଣ୍ଡନ କରିବା ସହ ଦଳ ଛାଡ଼ିଥିବା ନେତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଈଶ୍ବରପ୍ପା । ବିଜେପି ଛାଡ଼ି ବିରୋଧୀ ଦଳରେ ସାମିଲ ହୋଇଥିବାରୁ ସେ ଅନେକ ପୂର୍ବତନ ବିଜେପି ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ସୂଚନା ଥାଉ କି ବରିଷ୍ଠ ବିଜେପି ନେତା ଈଶ୍ବରପ୍ପା ଶିବମୋଗା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ । ସେ ନିର୍ବାଚନୀ ରାଜନୀତିରୁ ଅବସର ନେଇ ତାଙ୍କ ପୁଅ କେଇ କାନ୍ତେଶଙ୍କୁ ଟିକେଟ ଦେବା ଲାଗି ଅନୁରୋଧ କରିଥିଲେ । ମାତ୍ର ଦଳ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ ମହେଶ ତେଙ୍ଗିନକାଇଙ୍କୁ ଟିକେଟ ମିଳିଥିଲା । ତେବେ ମହେଶ ନାମାଙ୍କନ ଭରିବା ବେଳେ ସେଠାରେ ଈଶ୍ବରପ୍ପା ଉପସ୍ଥିତ ଥିଲେ ବୋଲି ସେ କହିଥିଲେ । ଏହାପରେ ଦଳ ପ୍ରତି ତାଙ୍କ ଆନୁଗତ୍ୟକୁ ବେଶ ପ୍ରଶଂସା କରିଛନ୍ତି ମୋଦି ।

Last Updated :Apr 21, 2023, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.