ETV Bharat / politics

ବ୍ରହ୍ମପୁରର ପ୍ରମୁଖ ସମସ୍ୟାର ସମାଧାନ ନେଇ ନିର୍ବାଚନରେ ଲଢେ଼ଇ କରିବି: ବିଜେପି ପ୍ରାର୍ଥୀ କେ.ଅନିଲ କୁମାର - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Apr 2, 2024, 9:56 PM IST

ବ୍ରହ୍ମପୁରର ପ୍ରମୁଖ ସମସ୍ୟାର ସମାଧାନ ନେଇ ନିର୍ବାଚନରେ ଲଢେ଼ଇ କରିବି:  ବିଜେପି ପ୍ରାର୍ଥୀ କେ.ଅନିଲ କୁମାର
ବ୍ରହ୍ମପୁରର ପ୍ରମୁଖ ସମସ୍ୟାର ସମାଧାନ ନେଇ ନିର୍ବାଚନରେ ଲଢେ଼ଇ କରିବି: ବିଜେପି ପ୍ରାର୍ଥୀ କେ.ଅନିଲ କୁମାର

K. Anil Kumar As BJP MLA Candidate: ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ଦଳୀୟ ପ୍ରାର୍ଥୀ ହୋଇଛନ୍ତି କେ.ଅନିଲ କୁମାର । ବ୍ରହ୍ମପୁର ସହରରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ପ୍ରମୁଖ ସମସ୍ୟାକୁ ଦୂର କରିବାକୁ ଦେଲେ ପ୍ରତିଶୃତି । ଅଧିକ ପଢନ୍ତୁ

ବ୍ରହ୍ମପୁରର ପ୍ରମୁଖ ସମସ୍ୟାର ସମାଧାନ ନେଇ ନିର୍ବାଚନରେ ଲଢେ଼ଇ କରିବି: ବିଜେପି ପ୍ରାର୍ଥୀ କେ.ଅନିଲ କୁମାର

ବ୍ରହ୍ମପୁର: ବହୁଦିନର ଅପେକ୍ଷାର ଅନ୍ତ ଘଟିଛି । ପ୍ରକାଶ ପାଇଛି ବିଜେପି ବିଧାୟକ ପ୍ରାର୍ଥୀ ମାନଙ୍କ ତାଲିକା । ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦଳ ପ୍ରାର୍ଥୀ କରିଛି କେ.ଅନିଲ କୁମାରଙ୍କୁ । ଏହାକୁ ନେଇ ବିଧାୟକ ପ୍ରାର୍ଥୀ ଅନିଲ କୁମାର କହିଛନ୍ତି ଯେ,"ତାଙ୍କୁ ଚୟନ କରାଯାଇଥିବାରୁ ସେ ଦଳର କେନ୍ଦ୍ରୀୟ ସଭାପତିଙ୍କ ସମେତ ନେତୃବୃନ୍ଦ ଏବଂ ରାଜ୍ୟର ସଭାପତିଙ୍କ ସମେତ ନେତୃବୃନ୍ଦ ଏବଂ ବ୍ରହ୍ମପୁର ଲୋକସଭା ଆସନରୁ ଦଳର ପ୍ରାର୍ଥୀ ହୋଇଥିବା ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଉଛି। ଏପରିକି ଆଗାମୀ ନିର୍ବାଚନରେ ସେ କିପରି କେନ୍ଦ୍ରୀୟ ଯୋଜନାକୁ ନେଇ ରାଜ୍ୟରେ ନିଜ ଯୋଜନା ବୋଲି ପ୍ରଚାର କରାଯାଉଛି ତାହାକୁ ସାଧାରଣ ଜନତାଙ୍କ ନିକଟରେ ଉପସ୍ଥାପନ କରିବା ସହ ବ୍ରହ୍ମପୁର ସହରରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ପ୍ରମୁଖ ସମସ୍ୟା ପାନୀୟ ଜଳ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଏହି ନିର୍ବାଚନରେ ଲଢେ଼ଇ କରିବେ ।

ରାଜ୍ୟ ସରକାର କିଭଳି କେନ୍ଦ୍ର ଯୋଜନାକୁ ହାଇଜାକ କରୁଛନ୍ତି ଯେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ । ଦକ୍ଷିଣ ଓଡିଶାର ପ୍ରମୁଖ ମେଡିକାଲ ଏମକେସିଜିର ଭିତ୍ତିଭୂମିର ଅଭାବ, ଡାକ୍ତର ତଥା ଷ୍ଟାଫ ମାନଙ୍କ ଅଭାବ ଲାଗିରହୁଛି । ଜିଲ୍ଲାରେ ତଥା ଖୋଦ ବ୍ରହ୍ମପୁରରେ ଗୋଟିଏ ହେଲେ ଶିଳ୍ପ ନାହିଁ ଯାହା ଫଳରେ ଯୁବବର୍ଗ ଜୀବିକା ନିର୍ବାହ ପାଇଁ ସୁରଟ, ବମ୍ବେ, ଚେନ୍ନାଇ ଭଳି ରାଜ୍ୟ ବାହାରକୁ ଯାଉଛନ୍ତି । ନିର୍ବାଚନ ଜିତିବା ପରେ ଏସବୁ ସମସ୍ୟାର ସମାଧାନ କରାଯିବ।

ଏହା ମଧ୍ୟ ପଢନ୍ତୁ... ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବୈଜୟନ୍ତ-ସମ୍ବିତ; କହିଲେ 400 ପାର କରିବ NDA ମେଣ୍ଟ - Baijayant Panda Sri Mandir Visit

୨୦୨୪ ନିର୍ବାଚନରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଦୃଢେ଼ାକ୍ତି ସହିତ କହିଛନ୍ତି ବ୍ରହ୍ମପୁର ବିଧାନସଭାର ବିଜେପି ପ୍ରାର୍ଥୀ କେ.ଅନିଲ କୁମାର। ସୂଚନାନୁଯାୟୀ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କର୍ପୋରେଟର କେ.ଅନିଲ କୁମାର ଦୀର୍ଘବର୍ଷ ଧରି ବିଜେଡି ଦଳରେ ରହି ଆସିଥିବା ବେଳେ ସେ ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ଯୋଗଦାନ ପରେ ବ୍ରହ୍ମପୁର ଠାରେ ଆୟୋଜିତ କେନ୍ଦ୍ରର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ କାର୍ଯ୍ୟକ୍ରମରେ ବିଜେପି ଦଳରେ ଯୋଗଦାନ କରିଥିଲେ । ବ୍ରହ୍ମପୁର ବିଧାନସଭା ପାଇଁ ଦଳର ଅନେକ ଆଶାୟୀ ରହିଥିବା ବେଳେ ଦଳ କେ.ଅନିଲ କୁମାର ଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ତାଙ୍କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ଟିକେଟ ଘୋଷଣା ପରେ ଅନିଲ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରି ଆର୍ଶୀବାଦ କାମନା କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.