ETV Bharat / politics

ବିଜେଡି ନାଁରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ସମ୍ବଲପୁର ବିଜେପି - ELection code of conduct violation

author img

By ETV Bharat Odisha Team

Published : Apr 7, 2024, 10:51 AM IST

BJP accuses BJD of violating code of conduct: ମିଶନ ଶକ୍ତି ମହିଳାଙ୍କୁ ଦୁବାଇ ପଠାଇ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କଲା ବିଜେଡି ! ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେପି । ଅଧିକ ପଢନ୍ତୁ

SAMBALPUR BJP
SAMBALPUR BJP

SAMBALPUR BJP

ସମ୍ବଲପୁର: ବିଜେଡି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଲା ବିଜେପି l ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି l ଏହା ସହ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି l ତେବେ ବିଜେଡି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ସମ୍ବଲପୁର ବିଜେପି l ଜିଲ୍ଲା ବିଜେପି ସଭାପତି ଏହି ଅଭିଯୋଗ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l

ସମ୍ବଲପୁର ଜିଲ୍ଲାରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ l ମିଶନଶକ୍ତି ମହିଳାଙ୍କୁ ସରକାରୀ ଖର୍ଚ୍ଚରେ ଦୁବାଇ ପଠାଇ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛି ବିଜେପି l ମିଶନଶକ୍ତି ମହିଳାମାନଙ୍କୁ ଦୁବାଇ ପଠାଯାଇଥିବା ବେଳେ ଏହି ଯାତ୍ରା ବାବଦକୁ ଓଟିଡିସି ଓ ଫିକି ସଂସ୍ଥା ଦ୍ୱାରା ସରକାରୀ ପାଣ୍ଠିରୁ ଖର୍ଚ୍ଚ କରାଯାଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ବିଜେଡି ଦଳ ମିଶନ ଶକ୍ତି ମହିଳାଙ୍କୁ ସରକାରୀ ଖର୍ଚ୍ଚରେ ଦୁବାଇ ପଠାଇଛି । ସମ୍ବଲପୁରର ମହିଳାଙ୍କୁ ପ୍ରଲୋଭନ ଦେଖାଇ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ପାଇଁ ପ୍ରଭାବିତ କରିବାକୁ ଯୋଜନା କରାଯାଇଛି ବୋଲି ଅଭିଯୋଗ କରିଛି ବିଜେପି । ଏହି ତଥ୍ୟ ସମ୍ପୂର୍ଣ୍ଣ ରୂପେ ନିର୍ବାଚନ ଆଚରଣ ବିଧି ବିରୁଦ୍ଧରେ ଯାଉଛି ବୋଲି କହିଛନ୍ତି ସମ୍ବଲପୁର ବିଜେପି ସଭାପତି ଗିରିଶ ପଟେଲ ।

ଏହାମଧ୍ୟ ପଢନ୍ତୁ..ସମ୍ୱଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବଙ୍କ ପ୍ରତିକ୍ରିୟା, "ବିକଶିତ ଓଡ଼ିଶାର ପ୍ରକ୍ରିୟା ସମ୍ବଲପୁରରୁ ହେବ ଆରମ୍ଭ" - PRANAB PRAKASH IN SAMBALPUR

ଏନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନେଇ ଏକ ଦାବି ପତ୍ର ଦେବା ସହ ଗତ ଏପ୍ରିଲ ୩ରେ ଏ ସମ୍ବନ୍ଧୀୟ ଏକ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଫଟୋ ନିର୍ବାଚନ ଅଧିକାରୀଙ୍କୁ ବିଜେପି ପକ୍ଷରୁ ପ୍ରଦାନ କରାଯାଇଛି । ବିଜେଡିର ଏହି କାର୍ଯ୍ୟକଳାପ ରିପ୍ରେଜେଣ୍ଟସନ ଅଫ୍ ପିପୁଲସ୍ ଆକ୍ଟ ୧୯୫୧ର ଧାରା ୧୨୩ ଅନ୍ତର୍ଗତ ଦୁର୍ନୀତିଗ୍ରସ୍ତ ପ୍ରଥାକୁ ଦର୍ଶାଉଛି ଏବଂ ଏହା ଆଇନ ଅନୁଯାୟୀ ଦଣ୍ଡବିଧାନ ଅଟେ ବୋଲି କହିଛି ବିଜେପି । ଏହାଛଡା ଏହି ପ୍ରକାର କାର୍ଯ୍ୟ ମଡେଲ କୋଡ୍ ଅଫ୍ କଣ୍ଡକ୍ଟ ଏବଂ ଇସିଆଇର ପ୍ରସ୍ତାବିତ କାର୍ଯ୍ୟ ପ୍ରଣାଳୀ ବିରୋଧୀ ଅଟେ । ଏହାର ତଦାରଖ କରିବା ସହ ଦୋଷୀ ତଥା ସମ୍ପୃକ୍ତ ବିଜେଡି ନେତା ଓ ମିଶନଶକ୍ତି ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ।

ନିର୍ବାଚନ ଅଧିକାରୀଙ୍କୁ ଦାବି ପତ୍ର ଦେବା ବେଳେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ସହ ସମ୍ବଲପୁର ଜିଲ୍ଲା ମିଡିଆ ପ୍ରଭାରୀ ବବୁଲୁ ସାରଙ୍ଗୀ, ଟୁଲୁ ରଥ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ସୁନୀଲ ନନ୍ଦ, ଏସସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ବେହେରା, ବୁଥ ସଭାପତି ରାଜୀବ ଲୋଚନ ସାହୁ, ବଜରଙ୍ଗୀ ଦଳର ସୁଧୀର ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.