ETV Bharat / politics

କନ୍ଧମାଳ ରିପିଟ୍ ଓ ଭୁବନେଶ୍ୱର ଦଖଲ ଲକ୍ଷ୍ୟରେ ବିଜେଡି, ନବୀନ ନିବାସରେ ପ୍ରସ୍ତୁତ ହେଲା ରଣନୀତି - BJD Meeting

author img

By ETV Bharat Odisha Team

Published : Mar 22, 2024, 8:58 AM IST

କନ୍ଧମାଳ ରିପିଟ୍ ଓ ଭୁବନେଶ୍ୱର ଦଖଲ ଲକ୍ଷ୍ୟରେ ବିଜେଡି
କନ୍ଧମାଳ ରିପିଟ୍ ଓ ଭୁବନେଶ୍ୱର ଦଖଲ ଲକ୍ଷ୍ୟରେ ବିଜେଡି

BJD Meeting for Bhubaneswar and Kandhamal constituency: କନ୍ଧମାଳ ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଉଭୟ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଓ ନେତାଙ୍କ ସହ ଆଲୋଚନା କଲେ ନବୀନ । ଅଧିକ ପଢନ୍ତୁ

କନ୍ଧମାଳ ରିପିଟ୍ ଓ ଭୁବନେଶ୍ୱର ଦଖଲ ଲକ୍ଷ୍ୟରେ ବିଜେଡି

ଭୁବନେଶ୍ୱର: ଜାରି ରହିଛି ବିଜେଡିର ରଣନୀତି ଓ ଟିକେଟ କସରତ । ଗୁରୁବାର ସନ୍ଧ୍ୟାରେ କନ୍ଧମାଳ ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିଛି ଦଳ । କନ୍ଧମାଳ ଆସନରେ ରିପିଟ ଓ ଭୁବନେଶ୍ୱର ଦଖଲ ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଏଥିପାଇଁ ଗୁରୁବାର ଉଭୟ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଓ ନେତାଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ଅପରାହ୍ନରେ ପ୍ରଥମେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଗାମୀ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା ।

ଏହି ବୈଠକରେ କନ୍ଧମାଳ ପର୍ଯ୍ୟବେକ୍ଷକ ବିଜୟ ନାୟକ, ବୌଦ୍ଧ ପର୍ଯ୍ୟବେକ୍ଷକ ଗୌତମବୁଦ୍ଧ ଦାସ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଭଞ୍ଜନଗର ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ । ଏମାନଙ୍କ ସହ ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବାଲିଗୁଡା ବିଧାୟକ ଚକ୍ରମଣି କଅଁର, ଜି ଉଦୟଗିରି ବିଧାୟକ ତଥା ଉପବାଚସ୍ପତି ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କଅଁର, କଣ୍ଟାମାଳ ବିଧାୟକ ମହୀଧର ରଣା, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମଧ୍ୟ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଗଞ୍ଜାମ ଦଖଲ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି; ନବୀନ ନିବାସରେ ପ୍ରସ୍ତୁତ ହେଲା ବ୍ଲ୍ୟୁ-ପ୍ରିଣ୍ଟ - BJD Meeting At Naveen Niwas

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବାଲିଗୁଡା, ଜି. ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର ବିଧାନସଭା ରହିଛି । କନ୍ଧମାଳ ସଂସଦୀୟ କ୍ଷେତ୍ର ସହ ସମସ୍ତ ଆସନ ବିଜେଡି ପୁନର୍ବାର କିପରି ହାସଲ କରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି । ସେହିପରି ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ନବୀନ । ବୈଠକରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ । ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରବିନ୍ଦ୍ର କୁମାର ଜେନା, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ, ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକ ପରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଭୁବନେଶ୍ୱର ଲୋକସଭା କ୍ଷେତ୍ର ନେଇ ଆଲୋଚନା ହୋଇଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର କିପରି ଆହୁରି ସଂଗଠିତ ହେବ ସେନେଇ ଆଲୋଚନା କରାଯାଇଛି । ବିଜୟ ରଣନୀତି ପାଇଁ କୌଶଳ ଅବଲମ୍ବନ କରାଯିବ, ତାହା ଆଲୋଚନା ହୋଇଛି । ଗତଥର ଅପେକ୍ଷା ଭୁବନେଶ୍ୱର ଲୋକସଭାରେ ବିଜେଡି ଭଲ କରିବ । ଏଥିପାଇଁ ଆହୁରି ସଂଗଠିତ ହୋଇ ରଣନୀତି କରାଯିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.