ETV Bharat / international

ଇରାନ ଦୂତାବାସ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ: 7 ମୃତ, ଏକାଧିକ ଆହତ - Israel strike in Syria

author img

By ETV Bharat Odisha Team

Published : Apr 2, 2024, 8:47 AM IST

Israel strike on Iran consulate
Israel strike on Iran consulate

Israel strike on Iran consulate: ସିରିୟାରେ ଅବସ୍ଥିତ ଇରାନ ଦୂତାବାସ ଉପରେ ଏୟାରଷ୍ଟ୍ରାଇକ । ପାଖାପାଖି 7 ଅଧିକାରୀଙ୍କ ମୃତ୍ୟୁ । ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କଲା ଇରାନ । ଅଧିକ ପଢନ୍ତୁ

ଡମାସକସ୍: ଅଶାନ୍ତ ମଧ୍ୟପ୍ରାଚ୍ୟ ଦେଶ । ସିରିୟା ସ୍ଥିତ ଇରାନ ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍ । ଏହି ଆକ୍ରମଣରେ ଦୂତାବାସ କାର୍ଯ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଇରାନର ପାଖାପାଖି 7ଜଣ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏହି ଆକ୍ରମଣ ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ଏନେଇ ଇସ୍ରାଏଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ଇସ୍ରାଏଲ, ଗାଜା ମଧ୍ୟରେ ଯୁଦ୍ଧ ସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି । ଏହାର ପ୍ରଭାବରେ ସମଗ୍ର ମଧ୍ୟପ୍ରାଚ୍ୟ ଦେଶରେ ଅସ୍ଥିରତା ଲାଗି ରହିଛି । ସୋମବାର ଦିନ ସିରିୟାର ରାଜଧାନୀ ଡମାସକସ ସହରରେ ଅବସ୍ଥିତ ଇରାନ ଦୂତାବାସ ଉପରେ ବୋମାମାଡ ହୋଇଛି । ଏହି ଭୟଙ୍କର ଆକ୍ରମଣରେ ଇରାନର 7ଜଣ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ନେଇ ଇରାନ ଓ ସିରିୟା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଦୂତାବାସ କାର୍ଯ୍ୟାଳୟ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଇରାନ ଓ ସିରିୟା ଦାୟୀ କରିଥିବା ବେଳେ ଇସ୍ରାଏଲ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇନାହିଁ ।

ଏହାମଧ୍ୟ ପଢନ୍ତୁ.. ଇସ୍ରାଏଲରେ 'ଅଲ ଜଜିରା' ବ୍ୟାନ୍, ଆତଙ୍କୀ ଚ୍ୟାନେଲ କହିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ - Al Jazeera Ban In Israel

ସିରିୟା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସୋମବାର ଦିନ ଡମାସକସର ମେଜେହ ଜିଲ୍ଲାରେ ଅବସ୍ଥିତ ଇରାନ ଦୂତାବାସ କାର୍ଯ୍ୟାଳୟକୁ ଇସ୍ରାଏଲ ଟାର୍ଗେଟ କରିଥିଲା । ସିରିୟାର ଏୟାର ଡିଫେନ୍ସ କିଛି ମିସାଇଲକୁ ମାରି ତଳକୁ ଖସାଇ ଦେଇଥିବା ବେଳେ କିଛି ରକେଟ କାର୍ଯ୍ୟାଳୟ ଉପରେ ପଡିଥିଲା । ଏହି ସମୟରେ କାର୍ଯ୍ୟାଳୟ ମଧ୍ୟରେ ଥିବା ଅଧିକାରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୂତାବାସଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ।

ଇରାନ ଆମ୍ବାସାଡର ହୁସେନ ଅକବାରୀ କହିଛନ୍ତି ଯେ, ଇସ୍ରାଏଲ ଏଫ-35 ଲଢୁଆ ଜେଟ୍ ନିର୍ଦ୍ଦୟ ଭାବରେ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପାଖାପାଖି 7 ଜଣ ଅଧିକାରୀ ଓ କୂଟନୈତିଜ୍ଞଙ୍କର ମୃତ୍ୟୁ ହୋଇଛି । ବିଦେଶ ମନ୍ତ୍ରୀ ହୁସେନ ଅମିର ଏହି ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି । ନେତାନ୍ୟାହୁ ନିଜ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୋଲି ସେ କହିଛନ୍ତି ।

6 ମାସରୁ ଅଧିକ ସମୟ ହେବ ଗାଜା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଗାଜା ସମର୍ଥନରେ ଇରାନ ସିରିୟା ଆଦି ଦେଶ ମୁଣ୍ଡ ଉଠାଇଛନ୍ତି । ଗାଜାକୁ ସମର୍ଥନ କରୁଥିବା ଦେଶ ତଥା ସଂଗଠନଗୁଡିକ ଉପରେ ଜବାବୀ ହାମଲା ଜାରି ରଖିଛି ଇସ୍ରାଏଲ । ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହ ସହ ମଧ୍ୟ ପ୍ରତିଦିନ ଲଢେଇ କରୁଛି । ଏହି ଆକ୍ରମଣ କ୍ରମଶଃ ଭୟଙ୍କର ରୂପ ନେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.