ନ୍ୟୟର୍କ: ଭାରତରେ ପଞ୍ଚାୟତିରାଜ ପ୍ରଣାଳୀରେ ମହିଳାଙ୍କ ନେତୃତ୍ବକୁ ମିଳିତ ଜାତିସଂଘରେ ପ୍ରଶଂସା । ଏହାସହିତ ମହିଳା ସଶକ୍ତିକରଣ ନେଇ ଭାରତରେ ହୋଇଥିବା ଅଗ୍ରଗତିକୁ ବିଶ୍ବ ନେତୃତ୍ବଙ୍କୁ ଅବଗତ କରାଇଛନ୍ତି ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ । ଏହାସହିତ ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣର ପରିବର୍ତ୍ତନଶୀଳ ପ୍ରଭାବ ଉପରେ କମ୍ବୋଜ ଗୁରୁତ୍ବାରୋପ କରିଥିଲେ ।
ଏ ନେଇ ରୁଚିରା କମ୍ବୋଜ କହିଛନ୍ତି, "ଭାରତ ଗ୍ରାମୀଣ ଶାସନ ଏହି ନିଆରା ପ୍ରଣାଳୀକୁ ନେଇ ଗର୍ବିତ, ଯାହାକୁ ପଞ୍ଚାୟତିରାଜ ଭାବେ ଜଣାଯାଏ । ଏହା ତୃଣମୂଳ ସ୍ତରରେ ବିକେନ୍ଦ୍ରୀକରଣ ଶକ୍ତିର ପ୍ରତୀକ । ଭାରତରେ ସ୍ଥାନୀୟ ପ୍ରଶାସନରେ ମହିଳାମାନେ ଆଗକୁ ବଢୁଛନ୍ତି । ପଞ୍ଚାୟତିରାଜ ପ୍ରତ୍ୟକ୍ଷ ଗଣତନ୍ତ୍ରର ଏକ ଉତ୍କୃଷ୍ଟ ଉଦାହରଣ ଯାହା ଗ୍ରାମସଭା ମାଧ୍ୟମରେ ପଞ୍ଚାୟତର ସମସ୍ତ ବାସିନ୍ଦାଙ୍କ ସକ୍ରିୟ ଅଂଶଗ୍ରହଣକୁ ସହଜ କରିଥାଏ ।"
ଏହା ବି ପଢନ୍ତୁ- ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେଲେ ରୁଚିକା କମ୍ବୋଜ
ଲିଙ୍ଗଗତ ସମାନତା ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ଆଲୋଚନା କରି କମ୍ବୋଜ କହିଥିଲେ, " 1992 ମସିହାରେ ସମ୍ବିଧାନିକ ସଂଶୋଧନ ସହିତ ଏକ ମହତ୍ତ୍ବପୂର୍ଣ୍ଣ ଦିଗରେ ସଫଳତା ହାସଲ କରାଯାଇଥିଲା । ସ୍ଥାନୀୟ ଶାସନରେ ସମସ୍ତ ନିର୍ବାଚିତ ଭୂମିକା ମଧ୍ୟରୁ ଅତି କମରେ ଏକ ତୃତୀୟାଂଶ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ। ଏହି ସାମ୍ବିଧାନିକ ବ୍ୟବସ୍ଥା ତୃଣମୂଳ ସ୍ତରରେ ନିଷ୍ପତ୍ତି ଗ୍ରହଣକାରୀ କ୍ଷେତ୍ରରେ ମହିଳାଙ୍କ ସମାନ ପ୍ରତିନିଧିତ୍ବକୁ ସୁନିଶ୍ଚିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ଥିଲା । ଆଜି 3.1 ମିଲିୟନରୁ ଅଧିକ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ 1.4 ମିଲିୟନରୁ ଅଧିକ ମହିଳା ଅଛନ୍ତି ।"
ଏହି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଶାସନ ଏବଂ ସମ୍ପ୍ରଦାୟର ବିକାଶରେ ମହିଳାଙ୍କ ଅବଦାନକୁ ଚିହ୍ନିବାର ଏକ ବ୍ୟାପକ ସାମାଜିକ ପରିବର୍ତ୍ତନକୁ ପ୍ରତିଫଳିତ କରେ ବୋଲି କମ୍ବୋଜ କହିଥିଲେ । ସେ ଆହୁରି କହିଛନ୍ତି ଯେ ବିକାଶ ଯୋଜନାରେ ଲିଙ୍ଗଗତ ବିଚାରକୁ ଏକୀକୃତ କରି ପଞ୍ଚାୟତରାଜ ବ୍ୟବସ୍ଥା ନିଶ୍ଚିତ କରେ ଯେ ମହିଳାଙ୍କ ଆବଶ୍ୟକତା ଏବଂ ପ୍ରାଥମିକତାକୁ ପ୍ରଭାବଶାଳୀ ଭାବରେ ସମାଧାନ କରାଯାଇପାରିବ । ଯାହାଦ୍ବାରା ଅଧିକ ଅନ୍ତର୍ଭୂକ୍ତ ଏବଂ ସ୍ଥାୟୀ ଫଳାଫଳ ମିଳିବ । ଏହାସହିତ କମ୍ବୋଜ ଶିକ୍ଷା, ସ୍ବାସ୍ଥ୍ୟସେବା, ପରିମଳ ଏବଂ ଜୀବିକାରେ ମହିଳାଙ୍କ ଅଂଶଗ୍ରହଣ ସମାଜରେ ପରିବର୍ତ୍ତନ ଆଣିବାରେ ସେମାନଙ୍କର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ ।
କମ୍ବୋଜ ସ୍ବୀକାର କରିଥିଲେ ଯେ ନେତୃତ୍ବ ନେବାରେ ମହିଳାଙ୍କ ସମ୍ମୁଖରେ ବହୁ ଆହ୍ବାନ ରହିଛି । କିନ୍ତୁ ଏଥିଲାଗି ସହାୟକ ଆଇନ ବ୍ୟବସ୍ଥା, ମଜଭୁତ କ୍ଷମତା ନିର୍ମାଣ ଓ ସହଭାଗିତା ଉପରେ ଜୋର ଦେବା ଆବଶ୍ୟକ ।