ETV Bharat / international

ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ସାମିଲ ହେବା ଉଚିତ: ମସ୍କ

author img

By ETV Bharat Odisha Team

Published : Jan 23, 2024, 1:39 PM IST

UNSC Membership
ୟୁଏନଏସିରେ ଭାରତର ସ୍ଥାୟୀ ସଦସ୍ୟତା

Elon Musk On UNSC Membership: ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UNSC)ରେ ଭାରତର ସ୍ଥାୟୀ ସଦସ୍ୟତା ମିଳିବ ଉଚିତ ବୋଲି କହିଲେ ବିଲେନିୟର ଏଲନ ମସ୍କ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ନେଇ ମତ ରଖିଛନ୍ତି ବିଶ୍ବର ଧନୀ ବ୍ୟକ୍ତି ଏଲନ ମସ୍କ । ସେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି । ଜାତିସଂଘ ମହାସଚିବ ଆଣ୍ଟୋନିୟୋ ଗୁଟେରସ ୟୁଏନଏସିରେ ଆଫ୍ରିକା ଦେଶର ପ୍ରତିନିଧିତ୍ବକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଏହା ଉପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଟେସଲା ସିଇଓ ଏଲନ ମସ୍କ । ତେବେ ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ନେଇ କହିଥିଲେ, ଦୁନିଆରେ କୌଣସି ଜିନିଷ ଅତି ସହଜରେ ମିଳେ ନାହିଁ । କିଛି ଜିନିଷ ଆମକୁ ହାସଲ କରିବାକୁ ପଡ଼େ ।

ଏହା ମଧ୍ୟ ପଢନ୍ତୁ: UNSC କଣ ! କାହିଁକି ଭାରତର ସ୍ଥାୟୀ ସଦସ୍ୟତାକୁ ବିରୋଧ କରୁଛି ଚୀନ ?

ବିଲେନିୟରଙ୍କ କହିବା ଅନୁସାରେ, କେତେକ କ୍ଷେତ୍ରରେ ମିଳିତ ଜାତିସଂଘରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଭାରତ ଜନସଂଖ୍ୟା ବହୁଳ ବିଶିଷ୍ଟ ରାଷ୍ଟ୍ର ହୋଇଥିଲେ ସୁଦ୍ଧା ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସ୍ଥାୟୀ ସଦସ୍ୟ ନହୋଇ ପାରିବା ଏକ ଦୁଃଖର ବିଷୟ ଅଟେ । ଏହା ଏକ ପ୍ରକାର ଅବୈଧ ଅଟେ । ଅନ୍ୟପଟେ ଆଫ୍ରିକା ପାଇଁ ମଧ୍ୟ ଏକ ସ୍ଥାନ ରହିବା ଉଚିତ । UNSCରେ ଆଫ୍ରିକା ସାମୂହିକ ରୂପରେ IMO ପାଇଁ ଏକ ସ୍ଥାୟୀ ଆସନ ପାଇବା ଉଚିତ ।"

ପ୍ରକାଶଥାଉକି, ୟୁଏନଏସସି ସଂଗଠନରେ ସଦସ୍ୟତା ପାଇବାକୁ ଭାରତ ଦୀର୍ଘ ବର୍ଷ ହେଲା ଦାବି କରିଆସୁଛି । ୟୁଏନଏସସି ସଦସ୍ୟ ହେବାକୁ ଭାରତ ପାଖରେ ସମସ୍ତ ଯୋଗ୍ୟତା ରହିଥିଲେ ହେଁ ମିଳୁନି ସ୍ଥାୟୀ ସଦସ୍ୟତା । ଜାତିସଂଘ ସୁରକ୍ଷା ପରିଷଦରେ ବର୍ତ୍ତମାନ 5ଟି ବିକଶିତ ଦେଶ ସ୍ଥାୟୀ ସଦସ୍ୟତା ପାଇଛନ୍ତି । 1945 ମସିହା ଅକ୍ଟୋବର 24 ତାରିଖରେ ୟୁଏନଏସି ଗଠନ ସମୟରେ ଆମେରିକା,ଋଷିଆ, ଚୀନ, ବ୍ରିଟେନ ଓ ଫ୍ରାନ୍ସକୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯାଇଥିଲା । ସାରା ବିଶ୍ବରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ମିଳିତ ଜାତିସଂଘର ସୁରକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟ । ୟୁଏନଏସସି ଉପରେ ଦୁନିଆର ଶାନ୍ତି ଓ ସୁରକ୍ଷା ଦାୟିତ୍ବ ରହିଛି । ଯଦି କୌଣସି ଦେଶ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ହୁଏ ବା ହେଉଥାଏ ଏହା ଉପରେ ସୁରକ୍ଷା ପରିଷଦ ସର୍ବୋଚ୍ଚ ନିଷ୍ପତ୍ତି ନେଇ ସଠିକ କାର୍ଯ୍ୟାନୁଷ୍ଠାନ ନେଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.