ETV Bharat / entertainment

ବେଆଇନ ଆଇପିଏଲ ଷ୍ଟ୍ରିମିଂ ମାମଲା; ସାଇବର ସେଲରେ ହାଜର ହେଲେନି ତମନ୍ନା, ମାଗିଲେ ସମୟ - Tamannaah Bhatia On Summon

author img

By ETV Bharat Odisha Team

Published : Apr 29, 2024, 5:00 PM IST

ବେଆଇନ ଆଇପିଏଲ ଷ୍ଟ୍ରିମିଂ ମାମଲା; ସାଇବର ସେଲରେ ହାଜର ହେଲେନି ତମନ୍ନା, ମାଗିଲେ ସମୟ
ବେଆଇନ ଆଇପିଏଲ ଷ୍ଟ୍ରିମିଂ ମାମଲା; ସାଇବର ସେଲରେ ହାଜର ହେଲେନି ତମନ୍ନା, ମାଗିଲେ ସମୟ

Tamannaah Bhatia On Summon: ନିକଟରେ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଆଇପିଏଲ ବେଆଇନ ଷ୍ଟ୍ରିମିଂ ମାମଲାରେ ଆଜି ମହାରାଷ୍ଟ୍ର ସାଇବର ସେଲରେ ହାଜର ହେବାକୁ କୁହାଯାଇଥିଲା । ହେଲେ ଅଭିନେତ୍ରୀ ହାଜର ହୋଇନାହାନ୍ତି ।

ହାଇଦ୍ରାବାଦ: ବେଆଇନ ଆଇପିଏଲ ଷ୍ଟ୍ରିମିଂ ମାମଲା । ଏହି ମାମଲାରେ ଜଡ଼ିତ ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଆଜି ଏପ୍ରିଲ ୨୯ରେ ସମନ ନୋଟିସ ଜାରି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ଖବର ଆସୁଛି ଯେ, ଅଭିନେତ୍ରୀ ତମନ୍ନା ଭାଟିଆ ଆଜି ଏହି ମାମଲାରେ ହାଜର ହୋଇପାରିବେ ନାହିଁ ଏବଂ ସମୟ ମାଗିଛନ୍ତି ।

ଏହି କାରଣରୁ ହାଜର ହେଲେନି ତମନ୍ନା

ସୂଚନା ଅନୁସାରେ, ତମନ୍ନା ଭାଟିଆଙ୍କୁ ଏପ୍ରିଲ ୨୫ରେ ମହାରାଷ୍ଟ୍ର ସାଇବର ସେଲ ଏହି ମାମଲାରେ ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା । ସାଇବର ସେଲ ଆଜି ହାଜର ହେବାକୁ ନୋଟିସ ଜାରି କରିଥିଲେ । ହେଲେ ବର୍ତ୍ତମାନ ଅଭିନେତ୍ରୀ ମୁମ୍ବାଇରେ ନାହାଁନ୍ତି । ଯେଉଁଥିପାଇଁ ସେ ସାଇବର ସେଲ ସମ୍ମୁଖରେ ହାଜର ହୋଇପାରିବେ ନାହିଁ । ତେବେ ଅଭିନେତ୍ରୀ ହାଜର ହେବା ପାଇଁ ପରବର୍ତ୍ତୀ ତାରିଖ ମାଗିଥିବା ଜଣାପଡିଛି ।

ପୂର୍ବରୁ ଏହି ତାରକାଙ୍କୁ ମଧ୍ୟ ସମନ କରାଯାଇଛି

ସୂଚନା ଥାଉ କି, ଏହି ମାମଲାରେ ପୂର୍ବରୁ ରାପର ବାଦଶାହ ଏବଂ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରାଯାଇଛି । କେବଳ ଏତିକି ନୁହେଁ, ବଲିଉଡର ସୁପରଷ୍ଟାର ସଂଜୟ ଦତ୍ତଙ୍କୁ ମଧ୍ୟ ଏହି ମାମଲାରେ ହାଜର ପାଇଁ ନୋଟିସ ଜାରି କରିଥିଲା । କିନ୍ତୁ ସେ ଭାରତରେ ଉପସ୍ଥିତ ନ ଥିବାରୁ ହାଜର ପାଇଁ ସେ ମଧ୍ୟ କିଛି ସମୟ ମାଗିଥିଲେ ।

ଏହା ମଧ୍ୟ ପଢନ୍ତୁ: ଅନଲାଇନ ବେଟିଂ ଆପ ପ୍ରମୋସନ କରି ଅଡୁଆରେ ବାଦଶାହା

ବେଆଇନ ଆଇପିଏଲ ଷ୍ଟ୍ରିମିଂ ମାମଲା କ'ଣ?

ଫେୟାରପ୍ଲେ ଆପ୍ ହେଉଛି ଏକ ବେଟିଂ ଏକ୍ସଚେଞ୍ଜ୍ ପ୍ଲାଟଫର୍ମ ଯାହା ମାଧ୍ୟମରେ ଏକ ବଡ଼ ଆକାରରେ ମନୋରଞ୍ଜନ ପାଇଁ ବ୍ୟାଟିଂ କରାଯାଇଥାଏ । ୨୦୨୩ ମସିହାରେ, ଏହି ଆପରେ କିଛି ଆଇପିଏଲ୍ ମ୍ୟାଚ ବେଆଇନ ଭାବେ ଷ୍ଟ୍ରିମ୍ ହୋଇଥିଲା । ଏହି ମାମଲାରେ ଡିଜିଟାଲ ଚୋରି ମାମଲା ପଞ୍ଜିକୃତ ହୋଇଥିଲା । ଫାୟାରପ୍ଲେ ନାମକ ଏକ ବେଟିଂ ଆପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ ଦେଖିବା ପାଇଁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଭିଆକମ୍ ୧୮ ନେଟୱାର୍କ ଅନେକ କଳାକାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ପଚରାଉଚରା ପାଇଁ ଗୋଟିଏ ପରେ ଗୋଟିଏ ଡକାଯାଉଛି । ବାସ୍ତବରେ, ଫେୟାରପ୍ଲେ ଆପ୍ ମାଧ୍ୟମରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ବିଷୟରେ ଏହି ଅଭିନେତାମାନଙ୍କର ପୂର୍ବରୁ ଜଣା ଅଛି କି ନାହିଁ ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.