ETV Bharat / entertainment

FairPlay Case: ଅନଲାଇନ ବେଟିଂ ଆପ ପ୍ରମୋସନ କରି ଅଡୁଆରେ ବାଦଶାହା

author img

By ETV Bharat Odisha Team

Published : Oct 30, 2023, 7:34 PM IST

ଅନଲାଇନ୍ ବେଟିଂ ଆପ୍ ଫେୟାରପ୍ଲେ (FairPlay) ମାମଲାରେ ଛନ୍ଦି ହୋଇଛନ୍ତି ରାପର ବାଦଶାହା । ଘଟଣା ନେଇ ମହାରାଷ୍ଟ୍ର ପୋଲିସର ସାଇବର ସେଲ ତାଙ୍କୁ ସମନ କରି ପଚରାଉଚରା କରୁଛି । ଅଧିକ ପଢନ୍ତୁ,

ଅନଲାଇନ ବେଟିଂ ଆପ ମାମଲା ନେଇ ବିବାଦରେ ରାପର ବାଦଶାହା, ସାଇବର ସେଲର ପଚରାଉଚରା
ଅନଲାଇନ ବେଟିଂ ଆପ ମାମଲା ନେଇ ବିବାଦରେ ରାପର ବାଦଶାହା, ସାଇବର ସେଲର ପଚରାଉଚରା

ମୁମ୍ବାଇ: ବିବାଦ ଘେରରେ ବଲିଉଡ ରାପର ବାଦଶାହା । ଅନଲାଇନ ବେଟିଂ କମ୍ପାନୀ ଆପ୍ ଫେୟାରପ୍ଲେ ମାମଲାରେ ରାପର ବାଦଶାହାଙ୍କ ନାଁ ଜଡିତ ଥିବା ସୂଚନା ମିଳିଛି । ସେ ଏହି ଆପକୁ ପ୍ରମୋସନ କରିଥିଲେ । ଘଟଣା ନେଇ ବାଦଶାହାଙ୍କୁ ମହାରାଷ୍ଟ୍ର ପୋଲିସର ସାଇବର ସେଲ୍ ପଚରାଉଚରା ପାଇଁ ସମନ କରିଥିଲା । ଆଜି ବାଦଶାହା ସାଇବର ସେଲ୍ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ପଚରାଉଚରା କରାଯାଇଛି । ସୂଚନା ଅନୁସାରେ, ଏହି ମାମଲାରେ ବାଦଶାହାଙ୍କ ସମେତ 40 ଜଣ ସେଲିବ୍ରିଟି ଫେୟାରପ୍ଲେ ଆପକୁ ପ୍ରୋତ୍ସାହିତ କରିଥିବା ଜଣାପଡିଛି । ସେମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡିଛି ।

  • Maharashtra Police Cyber Cell is questioning rapper Badshah in Mumbai, in connection with the online betting company app 'FairPlay'. 40 celebrities including the rapper had allegedly promoted the FairPlay app.

    (file photo) pic.twitter.com/IFCXbFruW5

    — ANI (@ANI) October 30, 2023 " class="align-text-top noRightClick twitterSection" data=" ">

ପୁରା ମାମଲା କ'ଣ?

ମହାଦେବ ଆପର ସହାୟକ ଆପ୍ ଫେୟାରପ୍ଲେ ଆପ୍ କୁ ପ୍ରୋତ୍ସାହିତ କରିବା ପାଇଁ ଗାୟକ-ରାପରଙ୍କୁ ଡକାଯାଇଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଫେୟାରପ୍ଲେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2023 ସ୍କ୍ରିନ କରିଥିଲା ​​ଏବଂ Viacom18 ଏହି ଆପ୍ ବିରୋଧରେ ଅଭିଯୋଗ ଦାଖଲ କରିଥିଲା । (ଆଇପିଏଲ୍) 2023 ପ୍ରସାରଣ କରିବାର ଅଧିକାର Viacom18 ପାଖରେ ଥିଲା । ଷ୍ଟ୍ରିମିଂ ପାଇଁ କୌଣସି ଅନୁମତି ନଥିବା ପରେ ବି ମାର୍ଚ୍ଚ 2023 ରୁ ମେ 2023 ପର୍ଯ୍ୟନ୍ତ ଏହି ଫେୟାରପ୍ଲେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ନିଜ ପ୍ଲାଟଫର୍ମରେ ପ୍ରସାରଣ କରିଥିଲା । ମହାରାଷ୍ଟ୍ର ପୋଲିସର ସାଇବର ସେଲ୍ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗରେ ଫେୟାରପ୍ଲେ ବିରୋଧରେ କପିରାଇଟ ମାମଲା ରୁଜୁ ହୋଇଛି । ତେବେ ଏହି ଆପକୁ ସମର୍ଥନ କରିବା ହେତୁ ବାଦଶାହାଙ୍କୁ ପଚରାଉଚରା ପାଇଁ ଡକାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଫେକ୍ ଫଲୋୟର୍ସ ରାକେଟ, ରାପର ବାଦଶାହାଙ୍କୁ କ୍ରାଇମବ୍ରାଞ୍ଚର ସମନ

ସୂଚନା ଥାଉ କି, ଫେୟାରପ୍ଲେ ଆପକୁ ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲଙ୍କ ଦ୍ୱାରା ପ୍ରସାରିତ । ବାଦଶାହାଙ୍କ ସମେତ ଅନେକ ସେଲିବ୍ରିଟି ଏହି ଆପକୁ ପ୍ରୋତ୍ସାହିତ କରିଥିଲେ । ଏହି ମାମଲାରେ ବାଦଶାହଙ୍କ ସମେତ 40 ଜଣ ସେଲିବ୍ରିଟି ଫେୟାରପ୍ଲେ ଆପକୁ ପ୍ରୋତ୍ସାହିତ କରିଥିବା ଜଣାପଡିଛି । ଏହି ମାମଲାରେ କେଉଁ କେଉଁ ସେଲିବ୍ରିଟି ଜଡିତ ଅଛନ୍ତି ଯାହାକୁ ସାଇବର ସେଲ ପଚରାଉଚରା କରିବ ତାହା ଜଣାପଡିନାହିଁ । କିନ୍ତୁ ପୂର୍ବରୁ ମହାଦେବ ଆପ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ବଲିଉଡ ଅଭିନେତା ରଣବୀର କପୁର, ହୁମା କୁରେଶି, କପିଲ ଶର୍ମା ଏବଂ ଶ୍ରଦ୍ଧା କପୁରଙ୍କ ନାଁ ଜଡିତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.