ETV Bharat / entertainment

ବିବାଦରେ ଛନ୍ଦି ହେଲା ‘କୁଲି’, ମିଳିଲା ଲିଗାଲ ନୋଟିସ୍‌ - Coolie Film Gets Legal Notice

author img

By ETV Bharat Odisha Team

Published : May 1, 2024, 6:03 PM IST

ବିବାଦରେ ରଜନୀକାନ୍ତଙ୍କ ଫିଲ୍ମ 'କୁଲି', ସଂଗୀତକାର ଇଲାୟାରାଜା ପଠାଇଲେ ଲିଗାଲ ନୋଟିସ୍
ବିବାଦରେ ରଜନୀକାନ୍ତଙ୍କ ଫିଲ୍ମ 'କୁଲି', ସଂଗୀତକାର ଇଲାୟାରାଜା ପଠାଇଲେ ଲିଗାଲ ନୋଟିସ୍

Ilaiyaraaja Sends Notice to Coolie Team: ବିବାଦ ଘେରରେ ରଜନୀକାନ୍ତଙ୍କ ଫିଲ୍ମ 'କୁଲି' । ସାଉଥର ଭେଟେରାନ୍ ସଂଗୀତକାର ଇଲାୟାରାଜା 'କୁଲି' ଟିମକୁ ଏକ ଲିଗାଲ ନୋଟିସ୍ ପଠାଇଛନ୍ତି । ତେବେ ଘଟଣା କ'ଣ ? ଜାଣନ୍ତୁ

ହାଇଦ୍ରାବାଦ: ଅଡୁଆରେ ଛନ୍ଦି ହେଲା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'କୁଲି' । ଫିଲ୍ମର ଗୀତ କପିରାଇଟ ନେଇ ଲିଗାଲ ନୋଟିସ ମିଳିଛି । ସାଉଥର ଭେଟେରାନ୍ ସଂଗୀତକାର ଇଲାୟାରାଜା 'କୁଲି' ଟିମକୁ ଏକ ଲିଗାଲ ନୋଟିସ୍ ପଠାଇଛନ୍ତି ।

  • " class="align-text-top noRightClick twitterSection" data="">

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ 'କୁଲି' ଟିଜର ମୁକ୍ତିଲାଭ କରିଥିଲା । ରଜନୀକାନ୍ତଙ୍କ ସ୍ୱାଗ ଏବଂ ଆକ୍ସନରେ ଏହି ଟିଜରରେ ଦମଦାର ହୋଇଥିବା ବେଳେ ଏହାର ପୃଷ୍ଠଭୂମିରେ ବାଜୁଥିବା ସଙ୍ଗୀତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରିପୋର୍ଟ ଅନୁଯାୟୀ, କୁଲିର ଟିଜରରେ ଇଲାୟାରାଜାଙ୍କ ଗୀତ 'ୱା ୱା ପାଖମ ୱା'କୁ ରିକ୍ରିଏଟ କରିଛନ୍ତି । ଯାହାକୁ ନେଇ କପିରାଇଟ୍ ଅଭିଯୋଗରେ ଇଲାୟାରାଜା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୁଲି ଟିମକୁ ଲିଗାଲ ନୋଟିସ୍ ପଠାଇଛନ୍ତି ।

କପିରାଇଟ୍ ଆକ୍ଟ ୧୯୫୭ ଅନୁଯାୟୀ ଇଲାୟାରାଜା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋର ଅନୁମତି ବିନା ଏହି ସଙ୍ଗୀତ ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଇଲାୟାରାଜା ଏବଂ ଏହି ପ୍ରସଙ୍ଗରେ କୁଲି ନିର୍ଦ୍ଦେଶକ ଲୋକେଶ କନଗରାଜ କାହିଁକି ଏପରି କରିଛନ୍ତି ତାହାର ଉତ୍ତର ମଧ୍ୟ ସେ ମାଗିଛନ୍ତି । ତେବେ ଲୋକେଶ କିମ୍ୱା କୁଲି ଟିମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ: ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମକୁ ମିଳିଲା ଟାଇଟଲ, 'କୁଲି' ସହ ପରଦାକୁ ଫେରିବେ ଥଲାଇଭା

ସୂଚନା ଥାଉ କି, 'କୁଲି' ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ଅଟେ । ଏପ୍ରିଲ ୨୨ରେ ଫିଲ୍ମର ଟିଜର ରିଲିଜ କରି ଟାଇଟଲ ଉପରୁ ପରଦା ହଟାଇଥିଲେ ନିର୍ମାତା । ଟିଜରକୁ ଫ୍ୟାନ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହା ବିବାଦରେ ଛନ୍ଦି ହୋଇଛି ।

ଏହା ମଧ୍ୟ ପଢନ୍ତୁ: ସଂଗୀତକାର ଇଲାୟାରାଜାଙ୍କ ଗୀତ କପିରାଇଟ ମାମଲା; ଶୁଣାଣି ସ୍ଥଗିତ ରଖିଲେ ମାଡ୍ରାସ ହାଇକୋର୍ଟ

କହିରଖୁଛୁ କି, ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏବଂ ଲୋକେଶ କାନାଗରାଜଙ୍କ ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ । ଏହି ଫିଲ୍ମରେ ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରିବାକୁ ଯାଉଛନ୍ତି । ତେବେ ଏହି ଚଳଚ୍ଚିତ୍ରରେ ଏହି ସିନେମାରେ କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏଥିସହ ଅଭିନେତ୍ରୀ ମାଇକ ମୋହନ, ଶୋଭନାଙ୍କୁ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଥିସହ ଶାହରୁଖ ଖାନ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ ବୋଲି କୁହାଯାଉଛି । ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ଘୋଷଣା ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.