ETV Bharat / entertainment

ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମକୁ ମିଳିଲା ଟାଇଟଲ, 'କୁଲି' ସହ ପରଦାକୁ ଫେରିବେ ଥଲାଇଭା - THALAIVAR 171 TITLE

author img

By ETV Bharat Odisha Team

Published : Apr 23, 2024, 12:51 PM IST

Rajinikanth Thalaivar 171 Title Reveal: ଅପେକ୍ଷାର ହେଲା ଅନ୍ତ । ରଜନୀକାନ୍ତଙ୍କ ଫିଲ୍ମ 'ଥଲାଇଭର ୧୭୧'ର ଟାଇଟଲ ଘୋଷଣା ହୋଇଛି । ଏକ ଟିଜର ସହ ଫିଲ୍ମର ନାଁ 'କୁଲି' ଘୋଷଣା କରାଯାଇଛି ।

ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମକୁ ମିଳିଲା ଟାଇଟଲ, 'କୁଲି' ସହ ପରଦାକୁ ଫେରିବେ ଥଲାଇଭା
ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମକୁ ମିଳିଲା ଟାଇଟଲ, 'କୁଲି' ସହ ପରଦାକୁ ଫେରିବେ ଥଲାଇଭା

ହାଇଦ୍ରାବାଦ: 'ଜେଲର'ର ଅଦମ୍ୟ ସଫଳତା ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ 'ଥଲାଇଭର ୧୭୧' ସହ ପୁଣି ପରଦାରେ ଧମାକା ରିବାକୁ ପ୍ରସ୍ତୁତ । ନିକଟରେ ଫିଲ୍ମ ଘୋଷଣା ହୋଇଥିଲା । ଏହାପର ଠାରୁ ପୁଣି ଥରେ ପରଦାରେ ନିଜ ପସନ୍ଦର ଷ୍ଟାରଙ୍କୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ହୋଇପଡିଛନ୍ତି । ଏହାରି ମଧ୍ୟରେ ନିର୍ମାତା ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଫିଲ୍ମର ଏକ ଟିଜର ରିଲିଜ କରି ଫିଲ୍ମର ନାଁ 'କୁଲି' ବୋଲି ଘୋଷଣା କରାଯାଇଛି ।

ସୋମବାର ଇନଷ୍ଟାଗ୍ରାମରେ ପ୍ରଡକ୍ସନ୍ ହାଉସ୍ ସନ୍ ପିକ୍ଚର୍ସ ଫିଲ୍ମର ଟିଜର ରିଲିଜ କରି ଫିଲ୍ମର ଟାଇଟଲ୍ ଘୋଷଣା କରିଛି। ପ୍ରଡକ୍ସନ୍ ହାଉସ୍ କ୍ୟାପସନରେ ଲେଖିଛି, "ଅପେକ୍ଷା ଶେଷ ହୋଇଛି । 'ଥଲାଇଭର୍ ୧୭୧' ପରିବର୍ତ୍ତେ ବର୍ତ୍ତମାନ ''କୁଲି" ବୋଲି ରଖାଯାଇଛି । ରିଲିଜ୍ ହୋଇଥିବା ଟିଜରରେ ରଜନୀକାନ୍ତଙ୍କୁ ଏକ ଦମଦାର ଲୁକରେ ଦେଖିବାକୁ ମିଳି । ଆକ୍ସନ୍-ପ୍ୟାକ୍ ହୋଇଥିବା ଟିଜରକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି ।

  • " class="align-text-top noRightClick twitterSection" data="">

ନିକଟରେ ରିଲିଜ ହୋଇଥିବା ବ୍ଲକବ୍ଲଷ୍ଟର ଫିଲ୍ମ ଜେଲର ପରେ ରଜନୀକାନ୍ତ ଏବଂ ସନ୍ ପିକ୍ଚର୍ସ 'ଥଲାଇୱର 171' ପାଇଁ ହାତ ମିଳାଇଥିଲେ । ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏବଂ ଲୋକେଶ କାନାଗରାଜଙ୍କ ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ । ଏହି ଫିଲ୍ମରେ ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରିବାକୁ ଯାଉଛନ୍ତି । ତେବେ ଏହା ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ହେବାକୁ ଥିବା ବେଳେ ଚଳଚ୍ଚିତ୍ରରେ ଅଭିନେତ୍ରୀ ମାଇକ ମୋହନ, ଶୋଭନାଙ୍କୁ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଥିସହ ଶାହରୁଖ ଖାନ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: 'ମାଷ୍ଟର' ନିର୍ଦ୍ଦେଶକଙ୍କ ସହ ଧମାକା କରିବେ ରଜନୀକାନ୍ତ, ଏବେଠୁ ଆରମ୍ଭ ହେବ 'ଥଲାଇବର ୧୭୧' ସୁଟିଂ

ଏଥିସହ ବାହୁବଲୀ ଖ୍ୟାତି କଟ୍ଟପ୍ପା ଅଭିନେତା ସତ୍ୟରାଜଙ୍କୁ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ବର୍ତ୍ତମାନ ଏହି ଚଳଚ୍ଚିତ୍ର ସହିତ ସାଉଥ ଏବଂ ବଲିଉଡ ଅଭିନେତ୍ରୀ ଶ୍ରୁତି ହାସନଙ୍କ ନାମ ଜଡିତ ହୋଇଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଶ୍ରୁତି ଏହି ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ଝିଅ ଭୂମିକାରେ ଅଭିନୟ କରିବେ । ତେବେ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: ଇକୋନୋମି କ୍ଲାସରେ ଯାତ୍ରା କଲେ ରଜନୀକାନ୍ତ, ପ୍ରଶଂସାରେ ପୋତି ପକାଇଲେ ଫ୍ୟାନ୍ସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.