ETV Bharat / entertainment

ଫ୍ୟାନ୍ସଙ୍କୁ କିମିଆ କଲା 'ପୁଷ୍ପା-ପୁଷ୍ପା', 6ଟି ଭାଷାରେ 50M ଛୁଇଁଲା ଭ୍ୟୁ - Pushpa Pushpa

author img

By ETV Bharat Odisha Team

Published : May 5, 2024, 9:42 AM IST

Pushpa Pushpa
Pushpa Pushpa (Etv Bharat Odisha)

Pushpa Pushpa: 'ପୁଷ୍ପା ୨'ର ପ୍ରଥମ ଗୀତ 'ପୁଷ୍ପା-ପୁଷ୍ପା ଫ୍ୟାନ୍ସଙ୍କୁ ଦିୱାନା କରିଦେଇଛି । 6ଟି ଭାଷାରେ ମୁକ୍ତିଲାଭ କରିଥିବା ଏହି ଗୀତରେ 50M ଅତିକ୍ରମ କଲା ଭ୍ୟୁ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ସାଉଥ ଆଇକନିକ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା: ଦ ରୁଲ'ର ରିଲିଜକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ତାଙ୍କ ଫ୍ୟାନ୍ସ । ନିକଟରେ ଏହି ଫିଲ୍ମର ପ୍ରଥମ ଗୀତ 'ପୁଷ୍ପା-ପୁଷ୍ପା' ରିଲିଜ ହୋଇଥିଲା । ଏହି ଗୀତଟି ତେଲୁଗୁ ଏବଂ ହିନ୍ଦୀ ସମେତ 6ଟି ଭାଷାରେ ମୁକ୍ତିଲାଭ ହୋଇଛି, ଯାହାକି ଏବେ ସୁଦ୍ଧା 50 ମିଲିୟନରୁ ଅଧିକ ଭ୍ୟୁ ହାସଲ କରିଛି । 'ପୁଷ୍ପା-ପୁଷ୍ପା' ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଡ୍ୟାନ୍ସ ପୁଣିଥରେ ତାଙ୍କ ଫ୍ୟାନ୍ସଙ୍କୁ ଦିୱାନା କରିଦେଇଛି । ଏଥିରେ ତାଙ୍କର ତିନୋଟି ପପୁଲାର ଡ୍ୟାନ୍ସ ଷ୍ଟେପ ରହିଛି । ଯେଉଁଥିରେ ସୁଜ, ଚା’ ଏବଂ ମୋବାଇଲ ଷ୍ଟେପ ସାମିଲ ରହିଛି । ବର୍ତ୍ତମାନ 'ପୁଷ୍ପା-ପୁଷ୍ପା' ଗୀତ ୟୁଟ୍ୟୁବରେ ପପୁଲାର ହେବା ସହିତ ଦର୍ଶକ ତାକୁ ବହୁତ ପସନ୍ଦ କରୁଛନ୍ତି ।

  • " class="align-text-top noRightClick twitterSection" data="">

'ପୁଷ୍ପା-ପୁଷ୍ପା' ଏହି ଗୀତ ଯାହା 6ଟି ଭାଷାରେ 50 ମିଲିୟନରୁ ଅଧିକ ଭ୍ୟୁ ହାସଲ କରିବାରେ ସଫଳ ହୋଇଛି । ଏଥିସହିତ ଏହି ଗୀତରେ ଇନଷ୍ଟାଗ୍ରାମରେ 1 ଲକ୍ଷରୁ ଅଧିକ ରିଲ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ପୁଷ୍ପା-2: ଦି ରୁଲରର ନିର୍ମାତା ଏକ ପୋଷ୍ଟ ସେୟାର କରି ଏହା ଉଲ୍ଲେଖ କରିଛନ୍ତି । ତେବେ ଏହି ଗୀତ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ, ମାଲାୟାଲମ୍ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଛି । ଦେବୀ ଶ୍ରୀ ପ୍ରସାଦ ଏହି ଗୀତର ବିଭିନ୍ନ ସଂସ୍କରଣ ଗାଇବା ପାଇଁ ନକାଶ ଅଜିଜ, ଦୀପକ ବ୍ଲୁ, ମିକା ସିଂ, ବିଜୟ ପ୍ରକାଶ, ରଣଜିତ ଗୋବିନ୍ଦ ଏବଂ ତିମିର ବିଶ୍ୱାସଙ୍କ ପରି ଲୋକପ୍ରିୟ ଗାୟକମାନଙ୍କୁ ସାମିଲ କରିଛନ୍ତି । ଏହାର ହିନ୍ଦୀ ଭର୍ସନକୁ ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ ଏବଂ ନକାଶ ଅଜିଜ ଗାଇଥିବା ବେଳେ ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଦମଦାର ତଡକା ସହ ପୁଷ୍ପା ହୁକଷ୍ଟେପ ଦେଖିବାକୁ ମିଳିଛି । ଯାହାକୁ ଫ୍ୟାନ୍ସ ପସନ୍ଦ କରିବା ସହ ଅଲ୍ଲୁଙ୍କ ଦିୱାନା ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. 'ପୁଷ୍ପା ୨' ର ପ୍ରଥମ ଗୀତ ରିଲିଜ, ମିକା ସିଂଙ୍କ ସ୍ୱର-ଅଲ୍ଲୁଙ୍କ ଡ୍ୟାନ୍ସ ତଡକା ଦେଖି ଫିଦା ଫ୍ୟାନ୍ସ - Pushpa 2 The Rule First Song

ସୂଚନା ଥାଉକି, ଏହି ଫିଲ୍ମ 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଗତବର୍ଷ ଫିଲ୍ମର ସମସ୍ତ ମୁଖ୍ୟ ଚରିତ୍ର ଯଥା ଅଲ୍ଲୁ ଅର୍ଜୁନ, ରଶ୍ମିକା ଏବଂ ଫହାଦଙ୍କ ପ୍ରଥମ ଲୁକ ରିଲିଜ କରାଯାଇଥିଲା । ଏଥିସହ ଚଳିତ ବର୍ଷ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଅଲ୍ଲୁ ଅର୍ଜୁନଙ୍କ ଚରିତ୍ରର ପ୍ରାରମ୍ଭିକ ଯାତ୍ରା ପୁଷ୍ପା: ଦ ରାଇଜରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଲାଲ ଚନ୍ଦନ କାଠ ଚୋରା ଚାଲାଣକାରୀ ଭୂମିକାରେ ଦେଖିବାକୁ ମିଳିଥିଲା, ଯିଏ ଧୀରେ ଧୀରେ ଏକ ବଡ ଚୋରା ଚାଲାଣକାରୀ ହୋଇଯାଏ । ଫଳରେ ପୁଷ୍ପାରାଜ ଧୀରେ ଧୀରେ ଅନେକ ଶତ୍ରୁଙ୍କ ସମ୍ମୁଖୀନ ହୁଅନ୍ତି । ତେବେ ଅଭିନେତା ପୁଷ୍ପା ୨ରେ ଶତ୍ରୁମାନଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.