ETV Bharat / entertainment

'ପୁଷ୍ପା ୨' ର ପ୍ରଥମ ଗୀତ ରିଲିଜ, ମିକା ସିଂଙ୍କ ସ୍ୱର-ଅଲ୍ଲୁଙ୍କ ଡ୍ୟାନ୍ସ ତଡକା ଦେଖି ଫିଦା ଫ୍ୟାନ୍ସ - Pushpa 2 The Rule First Song

author img

By ETV Bharat Odisha Team

Published : May 2, 2024, 11:59 AM IST

Pushpa 2 The Rule First Song Out: ଫ୍ୟାନ୍ସଙ୍କୁ ପୁଷ୍ପା ନିର୍ମାତାଙ୍କ ଭେଟି । ରିଲିଜ ହେଲା 'ପୁଷ୍ପା ୨' ର ପ୍ରଥମ ଗୀତ 'ପୁଷ୍ପା-ପୁଷ୍ପା' । ୬ଟି ଭାଷାରେ ଗୀତଟି ରିଲିଜ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ କରୁଛି ।

'ପୁଷ୍ପା ୨' ର ପ୍ରଥମ ଗୀତ ରିଲିଜ, ମିକା ସିଂଙ୍କ ସ୍ୱର-ଅଲ୍ଲୁଙ୍କ ଡ୍ୟାନ୍ସ ତଡକା ଦେଖି ଫିଦା ଫ୍ୟାନ୍ସ
'ପୁଷ୍ପା ୨' ର ପ୍ରଥମ ଗୀତ ରିଲିଜ, ମିକା ସିଂଙ୍କ ସ୍ୱର-ଅଲ୍ଲୁଙ୍କ ଡ୍ୟାନ୍ସ ତଡକା ଦେଖି ଫିଦା ଫ୍ୟାନ୍ସ

ହାଇଦ୍ରାବାଦ: ସାଉଥ ଆଇକନିକ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦ ରୁଲ' ନେଇ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ଫିଲ୍ମରୁ ଏକ ଟିଜର ଏବଂ ଅଲ୍ଲୁ ଅର୍ଜୁନଙ୍କ ପୋଷ୍ଟର ଲୁକ ରିଲିଜ ହୋଇତିଲା । ଯାହାକୁ ଦେଖି ଫିଦା ହୋଇଥିଲେ ଫ୍ୟାନ୍ସ । ଏହି ଫିଲ୍ମ ଖୁବଶୀଘ୍ର ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ ନିର୍ମାତା ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛନ୍ତି । ପୁଷ୍ପା ନିର୍ମାତା 'ପୁଷ୍ପା ୨'ର ପ୍ରଥମ ଗୀତ 'ପୁଷ୍ପା-ପୁଷ୍ପା' ରିଲିଜ କରିଛନ୍ତି । ଏହି ଗୀତ ୬ଟି ଭାଷାରେ ରିଲିଜ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ କରୁଛି ।

  • " class="align-text-top noRightClick twitterSection" data="">

'ପୁଷ୍ପା ୨' 'ପୁଷ୍ପା-ପୁଷ୍ପା'ର ପ୍ରଥମ ଗୀତ ୬ଟି ଭାଷାରେ ମୁକ୍ତିଲାଭ କରିଛି । ଏହି ଗୀତ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ, ମାଲାୟାଲମ୍ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଛି । ଦେବୀ ଶ୍ରୀ ପ୍ରସାଦ ଏହି ଗୀତର ବିଭିନ୍ନ ସଂସ୍କରଣ ଗାଇବା ପାଇଁ ନକାଶ ଅଜିଜ, ଦୀପକ ବ୍ଲୁ, ମିକା ସିଂ, ବିଜୟ ପ୍ରକାଶ, ରଣଜିତ ଗୋବିନ୍ଦ ଏବଂ ତିମିର ବିଶ୍ୱାସଙ୍କ ପରି ଲୋକପ୍ରିୟ ଗାୟକମାନଙ୍କୁ ସାମିଲ କରିଛନ୍ତି । ତେବେ ହିନ୍ଦୀ ଭର୍ସନକୁ ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ ଏବଂ ନକାଶ ଅଜିଜ ଗାଇଥିବା ବେଳେ ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଦମଦାର ତଡକା ସହ ପୁଷ୍ପା ହୁକଷ୍ଟେପ ଦେଖିବାକୁ ମିଳିଛି । ଯାହାକୁ ଫ୍ୟାନ୍ସ ପସନ୍ଦ କରିବା ସହ ଅଲ୍ଲୁଙ୍କ ଦିୱାନା ହୋଇଛନ୍ତି ।

କହିରଖୁଛୁ କି, 'ପୁଷ୍ପା: ଦ ରୁଲ' ମୈଥ୍ରୀ ଚଳଚ୍ଚିତ୍ର ଏବଂ ମୁତ୍ରମଶେଟ୍ଟୀ ମିଡିଆ ଦ୍ବାରା ପ୍ରସ୍ତୁତ ହୋଇଥିବା ବେଳେ ନିର୍ଦ୍ଦେଶକ ସୁକୁମାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା ଏବଂ ଫହାଦ ଫସିଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାରଙ୍କୁ ବି ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫, ୨୦୨୪ ସ୍ବାଧୀନତା ଦିବସ ଅବସରରେ ବିଶ୍ବରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: ପୁଷ୍ପା ୨ ଟିଜର ଆଉଟ୍, ଫ୍ୟାନ୍ସଙ୍କୁ ଫିଦା କଲା ଅଲ୍ଲୁଙ୍କ ନୂଆ ଅବତାର

ସୂଚନା ଥାଉ କି, ଏହି ଫିଲ୍ମ 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଗତବର୍ଷ ଫିଲ୍ମର ସମସ୍ତ ମୁଖ୍ୟ ଚରିତ୍ର ଯଥା ଅଲ୍ଲୁ ଅର୍ଜୁନ, ରଶ୍ମିକା ଏବଂ ଫହାଦଙ୍କ ପ୍ରଥମ ଲୁକ ରିଲିଜ କରାଯାଇଥିଲା । ଏଥିସହ ଚଳିତ ବର୍ଷ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଅଲ୍ଲୁ ଅର୍ଜୁନଙ୍କ ଚରିତ୍ରର ପ୍ରାରମ୍ଭିକ ଯାତ୍ରା ପୁଷ୍ପା: ଦ ରାଇଜରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଲାଲ ଚନ୍ଦନ କାଠ ଚୋରା ଚାଲାଣକାରୀ ଭୂମିକାରେ ଦେଖିବାକୁ ମିଳିଥିଲା, ଯିଏ ଧୀରେ ଧୀରେ ଏକ ବଡ ଚୋରା ଚାଲାଣକାରୀ ହୋଇଯାଏ । ଫଳରେ ପୁଷ୍ପା ରାଜ ଧୀରେ ଧୀରେ ଅନେକ ଶତ୍ରୁଙ୍କ ସମ୍ମୁଖୀନ ହୁଅନ୍ତି । ତେବେ ଅଭିନେତା ପୁଷ୍ପା ୨ରେ ଶତ୍ରୁମାନଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.