ETV Bharat / bharat

ଚଳନ୍ତା ଟ୍ରେନରେ ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ: ଟିକେଟ ମାଗିବାରୁ TTEଙ୍କୁ ଆକ୍ରମଣ, ଟ୍ରେନ୍ ତଳକୁ ଠେଲି ଦେଲା - TTE pushed from train

author img

By ETV Bharat Odisha Team

Published : Apr 3, 2024, 12:17 PM IST

Updated : Apr 3, 2024, 12:38 PM IST

TTE pushed from train
TTE pushed from train

TTE pushed from train: ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଲା ବିନା ଟିକେଟରେ ଯାତ୍ରା କରୁଥିବା ମଦ୍ୟପ ଯାତ୍ରୀ । ଟ୍ରେନରୁ ତଳେ ଖସି ପଡ଼ି ଟିଟିଇଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଲା ମଦ୍ୟପ ଯାତ୍ରୀ । ଟ୍ରେନରୁ ତଳେ ପଡି ଘଟଣାସ୍ଥଳରେ ଟିଟିଇଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏର୍ଣ୍ଣାକୁଲମ-ପାଟନା ଏକ୍ସପ୍ରେସ (22643)ରେ ଗତକାଲି (ମଙ୍ଗଳବାର) ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ଯୁବକ ଜଣକ ଓଡ଼ିଶାର ହୋଇଥିବା ବେଳେ ତାଙ୍କ ନାଁ ରଜନୀକାନ୍ତ ବୋଲି ଜଣାପଡିଛି । ତାକୁ ରେଲଓ୍ୱେ ପୋଲିସ ଗିରଫ କରିବା ସହ ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ଏର୍ଣ୍ଣାକୁଲମ-ପାଟନା ଏକ୍ସପ୍ରେସ (22643)ର କୋଚ ନମ୍ବର S11ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଯାଞ୍ଚ ସମୟରେ ତାଙ୍କ ନିକଟରେ ଟିକେଟ ନଥିବା ବେଳେ ସେ ନିଶାସକ୍ତ ଅବସ୍ଥାରେ ରହିଥିବା ଜାଣିବାକୁ ପାଇଥିଲେ ଟିଟିଇ । ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇ ପଡିବାକୁ କହିଥିଲେ ଟିଟିଇ । ତେବେ ଏହାକୁ ନେଇ ଉଭୟ ଯାତ୍ରୀ ଓ ଟିଟିଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ହଠାତ୍ ଟିଟିଇଙ୍କୁ ଗୋଇଠା ଦେଇଥିଲେ ନିଶାସକ୍ତ ଯାତ୍ରୀଜଣକ । କେରଳର ମୁଲାନକୁନ୍ନାଥୁକାଭୁ ଓ ଓ୍ବାଡାକ୍କାନଚେରୀ ମଧ୍ୟରେ ଭେଲପ୍ପାୟା ବ୍ରିଜ ନିକଟରେ ଚଳନ୍ତା ଟ୍ରେନରୁ ତଳକୁ ଖସିପଡିଥିଲେ ରେଲଓ୍ୱେ କର୍ମଚାରୀ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ମାଲଗାଡ଼ିକୁ ଧକ୍କା ଦେଲା ସାବରମତୀ ଏକ୍ସପ୍ରେସ, 4 ବଗି ଲାଇନଚ୍ୟୁତ

ଟିଟିଇ ବିନୋଦଙ୍କ ଜଣେ ସହକର୍ମୀଙ୍କ କହିବାନୁଯାୟୀ, ରାଜନୀକାନ୍ତ ନିଶାସକ୍ତ ଅବସ୍ଥାରେ ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିଲେ । ଯେତେବେଳେ ବିନୋଦ ଯାତ୍ରୀଜଣଙ୍କୁ ଧରିଥିଲା ସେତେବେଳେ ଯାତ୍ରୀଜଣକ ଟିଟିଇଙ୍କୁ ଗାଳିଗୁଲଜ କରିବା ସହ ଖରାପ ବ୍ୟବହାର ଦେଖାଇଥିଲା । ଏନେଇ ବିନୋଦ ରେଲଓ୍ୱେ ପୋଲିସକୁ ଜଣାଇବା ପାଇଁ କଲ କରିବାକୁ ଯାଉଥିବା ସମୟରେ ଯାତ୍ରୀଜଣକ ତାଙ୍କୁ ଗୋଇଠା ଦେଇଥିଲେ । ବିନୋଦ ଟ୍ରେନ କବାଟ ନିକଟରେ ଛିଡା ହୋଇଥିବାରୁ ସେ ଟ୍ରେନରୁ ତଳକୁ ଖସିପଡିଥିଲେ । କିଛି କ୍ଷଣ ମଧ୍ୟରେ ଏସବୁ ଘଟିଯାଇଥିଲା ବୋଲି କହିଛନ୍ତି ବିନୋଦଙ୍କ ସହକର୍ମୀ ।

ମୃତ ଟିଟିଆଇ କେରଳର କେ. ବିନୋଦ ହୋଇଥିବା ଜଣାପଡିଛି । ଅନ୍ୟପଟେ ଯାତ୍ରୀଜଣକ ଓଡ଼ିଶାର ରଜନୀକାନ୍ତ ହୋଇଥିବା ଜଣାପଡିଛି । ସେ ଜଣେ ଦାଦନ ଶ୍ରମିକ ଭାବେ କେରଳରେ କାମ କରୁଥିବା ସୂଚନା ରହିଛି । ଟ୍ରେନରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଯାତ୍ରୀମାନେ ଅଭିଯୁକ୍ତକୁ କାବୁ କରି ପାଲକ୍କାଡ ରେଲଓ୍ୱେ ପୋଲିସ ଅଧିନରେ ଦେଇଥିଲେ । ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ କାବୁ କରିବା ସହ ଗିରଫ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Last Updated :Apr 3, 2024, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.