ETV Bharat / bharat

ସାମ୍ବାଦିକା ସୌମ୍ୟା ହତ୍ୟାକାଣ୍ଡ; ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ - Soumya Murder Case

author img

By ETV Bharat Odisha Team

Published : Apr 22, 2024, 4:09 PM IST

SOUMYA MURDER CASE
SOUMYA MURDER CASE

TV JOURNALIST SOUMYA MURDER CASE: ଟିଭି ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ଘଟଣା । ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସାମ୍ବାଦିକା ସୌମ୍ୟା ବିଶ୍ବନାଥ ହତ୍ୟାକାଣ୍ଡ ଘଟଣା । ସୌମ୍ୟା ମାଆଙ୍କ ଆବେଦନ ଉପରେ ଆଜି (ସୋମବାର) କୋର୍ଟ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । 2008ରେ ସୌମ୍ୟାଙ୍କ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ ସଜ୍ଜା ପାଇଥିବା 4 ଦୋଷୀଙ୍କୁ ଜାମିନ ମିଳିବା ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି । ଆଜି ସୁପ୍ରିମକୋର୍ଟ ଏ ନେଇ 4 ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଦିଲ୍ଲୀ ସରକାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ।

ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ପଙ୍କଜ ମିଥାଲଙ୍କ ଏକ ବେଞ୍ଚ 4 ସପ୍ତାହ ମଧ୍ୟରେ 4 ଜଣ ଦୋଷୀ ଏବଂ ଦିଲ୍ଲୀ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । ପ୍ରାରମ୍ଭରେ ଖଣ୍ଡପୀଠ ଏହି ମାମଲାରେ ନୋଟିସ ଜାରି କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ମାତ୍ର ଆବେଦନକାରୀଙ୍କ ଓକିଲ ସର୍ବୋଚ୍ଚ ଅଦାଲତଙ୍କୁ ଏହି ମାମଲାରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଏହାପରେ କୋର୍ଟ ନୋଟିସ ଜାରି କରିଥିବା ଜଣାପଡ଼ିଛି ।

'ବିନା କାରଣରେ ତାର ହତ୍ୟା ହୋଇଛି': ସୌମ୍ୟାଙ୍କ ମାଆଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ସାମ୍ବାଦିକା ସୌମ୍ୟା ନିଜ କାମ ସାରି ଘରକୁ ଫେରୁଥିଲେ । ହେଲେ ବିନା କାରଣରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେ ନିର୍ଦ୍ଦୋଷ ଥିଲେ । ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ ଏକ ଅପରାଧିକ ସିଣ୍ଡିକେଟ୍‌ରେ ଜଡ଼ିତ ଅଛି । ଏହାପରେ ଖଣ୍ଡପୀଠ 4 ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଣ ଏହି ମାମଲା: ଟିଭି ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କ ମାଆ ମାଧବୀ ବିଶ୍ବନାଥନ 2008ରେ ତାଙ୍କ ଝିଅ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା 4 ଜଣ ଦୋଷୀଙ୍କୁ ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଦକ୍ଷିଣାଞ୍ଚଳ ଦିଲ୍ଲୀର ନେଲସନ ମଣ୍ଡେଲା ରୋଡରେ 30 ସେପ୍ଟେମ୍ବର 2008ରେ ବିଶ୍ବନାଥନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେ ନିଜ କାରରେ ଘରକୁ ଫେରୁଥିଲେ । ଚଳିତ ବର୍ଷ ଫେବୃଆରୀ 12ରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଏହି ରାୟ ଶୁଣାଇବା ସମୟରେ କୋର୍ଟ କହିଥିଲେ ଯେ 4 ଦୋଷୀ 14 ବର୍ଷ ଧରି ଜେଲରେ ଅଛନ୍ତି । ଏହି ହତ୍ୟାକାଣ୍ଡରେ ଦୋଷୀଙ୍କ ନାମ ରବି କପୁର, ଅମିତ ଶୁକ୍ଲା, ବଲଜିତ ସିଂ ମଲିକ ଏବଂ ଅଜୟ କୁମାରଙ୍କ ଦଣ୍ଡକୁ ହାଇକୋର୍ଟ ସ୍ଥଗିତ ରଖିଛନ୍ତି ଏବଂ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ- ସାମ୍ବାଦିକା ସୌମ୍ୟା ହତ୍ୟାକାଣ୍ଡ: ବେଲ ପାଇଲେ ଆଜୀବନ କାରାଦଣ୍ଡ ପାଇଥିବା 4 ଦୋଷୀ

ନଭେମ୍ବର 2023ରେ, ଏକ ସ୍ବତନ୍ତ୍ର ଅଦାଲତ 4 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା । ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ (MCOCA)ର ଧାରା 3 (1) (i) (ସଂଗଠିତ ଅପରାଧ ଘଟାଇବା ଦ୍ବାରା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ) ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଆଇପିସିର ଧାରା 411 (ଅସାଧୁ ଉପାୟରେ ଚୋରି ହୋଇଥିବା ସମ୍ପତ୍ତି ଗ୍ରହଣ) ଅନୁଯାୟୀ 5 ନମ୍ବର ଦୋଷୀ ଅଜୟ ସେଠୀକୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.