ETV Bharat / bharat

ମହାରାଷ୍ଟ୍ର ବିଧାୟକଙ୍କ ସଭ୍ୟପଦ ମାମଲା: ସର୍ବୋଚ୍ଚ କୋର୍ଟରେ ହୋଇପାରିଲାନି ଶୁଣାଣି

author img

By ETV Bharat Odisha Team

Published : Feb 12, 2024, 10:46 PM IST

ସିନ୍ଦେ- ଉଦ୍ଧବ ବିବାଦମହାରାଷ୍ଟ୍ର ବିଧାୟକଙ୍କ ସଭ୍ୟପଦ ମାମଲା : ସର୍ବୋଚ୍ଚ କୋର୍ଟରେ ହୋଇପାରିଲାନି ଶୁଣାଣି
ମହାରାଷ୍ଟ୍ର ବିଧାୟକଙ୍କ ସଭ୍ୟପଦ ମାମଲା : ସର୍ବୋଚ୍ଚ କୋର୍ଟରେ ହୋଇପାରିଲାନି ଶୁଣାଣି

Shiv Sena vs Shiv Sena: ମହାରାଷ୍ଟ୍ର ବିଧାୟକଙ୍କ ସଭ୍ୟପଦ ମାମଲାରେ ମମୟ ଅଭାବରୁ ସର୍ବୋଚ୍ଚ କୋର୍ଟରେ ହୋଇପାରିଲାନି ଶୁଣାଣି । ଶୁକ୍ରବାରକୁ ଅପେକ୍ଷା । ଅଧିକ ପଢନ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକରଙ୍କ ରାୟ ବିରୋଧରେ ସର୍ବୋଚ୍ଚ କୋର୍ଟରେ ଉଦ୍ଧବ ଠାକରେ ଗୋଷ୍ଠୀ କରିଥିବା ମାମଲାର ଆଜି ଶୁଣାଣି ହୋଇପାରିନାହିଁ । ଆଜି ଏହି ମାମଲାର ଶୁଣାଣି ତାରିଖ ଥିଲେ ସୁଦ୍ଧା ସମୟ ଅଭାବରୁ ଶୁଣାଣି କରାଯାଇପାରିନି । ଶୁକ୍ରବାର ଏହି ମାମଲାର ଶୁଣାଣି କରାଯିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକଙ୍କ ସଭ୍ୟପଦ ଖାରଜ କରିବାକୁ ମନା କରିବା ଓ ସିନ୍ଦେ ଗୋଷ୍ଠୀକୁ ହିଁ ମୁଖ୍ୟ ଶିବସେନା ଘୋଷଣା କରିବା ନେଇ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ରାୟ ଦେଇଥିଲେ । ଏହାକୁ ସର୍ବୋଚ୍ଚ କୋର୍ଟରେ ଉଦ୍ଧବ ଗୋଷ୍ଠୀ ଚ୍ୟାଲେଞ୍ଜ କରିଥିଲା ।

ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ.ବି ପାରଦିୱାଲା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ବେଞ୍ଚରେ ହେବାର ଥିଲା । ହେଲେ ସମୟ ଅଭାବ ହେତୁ ଆଜି ଏହି ମାମଲାର ଶୁଣାଣି କରାଯାଇ ପାରିନି । ବେଞ୍ଚ ସୂଚାଇ ଦେଇଛନ୍ତି ଯେ, ଶୁକ୍ରବାର ଏହି ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇପାରେ । ଗତ ମାସରେ ସୁପ୍ରିମକୋର୍ଟ ବାଚସ୍ପତିଙ୍କ ରାହୁଲ ନରଓ୍ବେକରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁନୀଲ ପ୍ରଭୁ (ଠାକରେ ଦଳର ନେତା)ଙ୍କ ଦ୍ବାରା କରାଯାଇଥିବା ଏବି ଆବେଦରେ ସିନ୍ଦେ ଏବଂ ତାଙ୍କ ଦଳର 38 ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଥିଲେ ।

ବର୍ଷ 2022 ଜୁନରେ ମହାବିକାଶ ଅଗାଡ଼ି ମେଣ୍ଟ ସହଯୋଗରେ ସରକାର କରିଥିବା ଶିବସେନାରେ ବିଦ୍ରୋହ ଦେଖାଯାଇଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକମାନେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରାହ କରିବା ସହ ନିଜକୁ ମୁଖ୍ୟ ଶିବସେନା ବୋଲି ଦାବି କରିଥିଲେ । ନାଟକୀୟ ଢଙ୍ଗରେ ଗୃହରେ ସଂଖ୍ୟା ବହୁମତ ପ୍ରମାଣିତ ହେବା ପୂର୍ବରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସିନ୍ଦେ ସମର୍ଥିତ ଗୋଷ୍ଠୀ ବିଜେପି ସହ ମିଶି ସରକାର ଗଠନ କରିବା ସହ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ନନ୍ଦକିଶୋର ଯାଦବ ହେବେ ବିହାରର ନୂଆ ବାଚସ୍ପତି

ଗତମାସରେ ଏହି ମାମଲାରେ ବାଚସ୍ପତି ରାହୁଲ ନରଓ୍ବେକର ମଧ୍ୟ ସିନ୍ଦେ ଗୋଷ୍ଠୀ ସପକ୍ଷରେ ରାୟ ଦେଇଥିଲେ । ସିନ୍ଦେ ଗୋଷ୍ଠୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସେ ମନା କରିବା ସହ ସିନ୍ଦେ ଗୋଷ୍ଠୀକୁ ମୁଖ୍ୟ ଶିବସେନା ବୋଲି ଘୋଷଣା କରିଥିଲେ । ଏହାକୁ ସମ୍ବିଧାନର ହତ୍ୟା ବୋଲି ଉଦ୍ଧବ ଗୋଷ୍ଠୀ କହିଥିଲା । ଏବେ ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.