ETV Bharat / bharat

ନନ୍ଦକିଶୋର ଯାଦବ ହେବେ ବିହାରର ନୂଆ ବାଚସ୍ପତି

author img

By ETV Bharat Odisha Team

Published : Feb 12, 2024, 9:03 PM IST

New Speaker of Bihar Assembly: ନନ୍ଦକିଶୋର ଯାଦବ ହେବେ ବିହାରର ନୂଆ ବାଚସ୍ପତି । ଅସ୍ଥାଭୋଟ ପୂର୍ବରୁ ବାଚସ୍ପତି ପଦରୁ ହଟିଥିଲେ ବରିଷ୍ଠ ଆରଜେଡି ନେତା ଅବୋଧ ବିହାରୀ ଚୌଧୁରୀ । ଅଧିକ ପଢନ୍ତୁ

ନନ୍ଦକିଶୋର ଯାଦବ ହେବେ ବିହାରର ନୂଆ ବାଚସ୍ପତି
ନନ୍ଦକିଶୋର ଯାଦବ ହେବେ ବିହାରର ନୂଆ ବାଚସ୍ପତି

ପାଟନା: ଆଜି ବିହାରରେ ନୀତିଶ କୁମାର ନେତୃତ୍ବାଧୀନ ଏନଡିଏ ମେଣ୍ଟ ସରକାର ଆସ୍ଥାଭୋଟରେ ପାସ ହୋଇଛି । ଏହା ପୂର୍ବରୁ ବାଚସ୍ପତି ମଧ୍ୟ ପରିବର୍ତ୍ତନ ହୋଇଥିଲେ । ଆରଜେଡି ନେତା ଅବୋଧ ବିହାରୀ ଚୌଧୁରୀଙ୍କୁ ବାଚସ୍ପତି ପଦରୁ ହଟାଯାଇଥିଲା । ଏବେ ବିଜେପିର ବରିଷ୍ଠ ନେତା ନନ୍ଦକିଶୋର ଯାଦବ ବିହାର ବିଧାନସଭାର ନୂତନ ବାଚସ୍ପତି ହେବାକୁ ଯାଉଛନ୍ତି । ଆସନ୍ତାକାଲି ପୂର୍ବାହ୍ନରେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯିବା ନେଇ ସୂଚନା ମିଳିଛି ।

ବିଜେପିର ଏହି ବରିଷ୍ଠ ନେତା ପୂର୍ବରୁ ମନ୍ତ୍ରୀ ମଧ୍ୟ ଥିଲେ । ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିବା ନନ୍ଦକିଶୋର ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର କାର୍ଯ୍ୟକର୍ତ୍ତା ମଧ୍ୟ । ସେ 1969 ରେ ଆରଏସଏସରେ ଯୋଗଦାନ କରିଥିଲେ । 70 ଦଶକରେ ବିହାରରୁ ଆରମ୍ଭ ହୋଇ ସାରା ଦେଶରେ ପ୍ରଭାବ ସୃଷ୍ଟି କରିଥିବା ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟତାର ସହ ଅଂଶଗ୍ରହଣ କରିଥିଲେ । ସେ ଏବେ ପାଟନ ସାହିବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ରହିଛନ୍ତି ।

ଆଜି ବିଧାନସଭାରେ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କ ଅଭିଭାଷଣ ପରେ ଗୃହରେ ବାଚସ୍ପତିଙ୍କ ବିରୋଧରେ ନୀତିଶ ସରକାର ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏଥିରେ ବାଚସ୍ପତିଙ୍କ ବିପକ୍ଷରେ ୧୨୫ ଭୋଟ୍ ପଡ଼ିଥିବା ବେଳେ, ସପକ୍ଷରେ ୧୧୨ ପଡ଼ିଥିଲା । ସଂଖ୍ୟା ଆଧାରରେ ଅବୋଧ ବିହାରୀ ଚୌଧୁରୀଙ୍କୁ ବାଚସ୍ପତି ପଦରୁ ହଟାଯାଇଥିଲା । 28 ଜାନୁଆରୀରେ ବିହାରରେ କ୍ଷମତା ପରିବର୍ତ୍ତନ ପରେ ବାଚସ୍ପତି ପଦରୁ ଏହି ଆରଜେଡି ନେତା ଚୌଧୁରୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଅବୋଧଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଏନଡିଏ 128 ବିଧାୟକଙ୍କ ହସ୍ତାକ୍ଷର ବିଧାନସଭା ସଚିବଙ୍କ ନିକଟରେ ଦାଖଲ କରିସାରିଥିଲା । ପୂର୍ବରୁ ବିହାରରେ ନୀତିଶ ନେତୃତ୍ବଧୀନ ମେଣ୍ଟ ସରକାରରେ ଦୁଇଟି ଉପମୁଖ୍ୟମନ୍ତ୍ରୀ ପଦବୀ ବିଜେପି ଖାତାକୁ ଯାଇଥିଲା । ସେତେବେଳେ ନନ୍ଦ କିଶୋରଙ୍କୁ ମନ୍ତ୍ରୀ ପଦ ମିଳିନଥିଲା । ଏବେ ନନ୍ଦଙ୍କୁ ବାଚସ୍ପତି କରାଯିବ ।

ଏହା ମଧ୍ୟ ପଢନ୍ତୁ :- ବିହାର ରାଜନୀତିରେ ଟ୍ବିଷ୍ଟ: ଫ୍ଲୋରଟେଷ୍ଟ ପୂର୍ବରୁ ହଟିଲେ ବାଚସ୍ପତି, ବିଧାନସଭାରେ ନୀତିଶଙ୍କ ଅଭିଭାଷଣ

2020 ରେ ବିହାର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆରଜେଡି-ବିଜେପି ମେଣ୍ଟରେ ସରକାର ଗଠନ କରିଥିଲେ । ସେତେବେଳେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ବର୍ଷ 2022 ରେ ନୀତିଶ ବିଜେପି ସହ ମେଣ୍ଟ ଭାଙ୍ଗି କଂଗ୍ରେସ-ଆରଜେଡି ସହଯୋଗରେ ମହାମେଣ୍ଟ ସରକାର ଗଠନ କରିଥିଲେ । ବରିଷ୍ଠ ଆରଜେଡି ନେତା ଅବୋଧ ବିହାରୀ ଚୌଧୁରୀଙ୍କୁ ବାଚସ୍ପତି ଆସନ ମିଳିଥିଲା । ଏବେ ଏହି ପଦବୀ ପୁଣି ବିଜେପି ଖାତାକୁ ଫେରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.