ETV Bharat / bharat

ରାମେଶ୍ବରମ କାଫେ ବିସ୍ଫୋରଣ ମାମଲାରେ ଏନଆଇଏର ଆକ୍ସନ, 2 ମାଷ୍ଟରମାଇଣ୍ଡ ଗିରଫ - Rameshwaram Cafe Blast Case

author img

By ETV Bharat Odisha Team

Published : Apr 12, 2024, 12:02 PM IST

Bengaluru Blast Case
Bengaluru Blast Case

Bengaluru Blast Case: ବେଙ୍ଗାଲୁରୁ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣା । ମୁଖ୍ୟ ଅଭିଯୁକ୍ତ ଏବଂ ସହଯୋଗୀକୁ ଗିରଫ କଲା ଏନଆଇଏ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ସ୍ଥିତ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ଦୁଇ ଜଣଙ୍କୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି(NIA)। ଅବଗୁଲ ମଥିନ ତାହା ଏବଂ ମୁସାଭିର ହୁସେନ ଶାଜିବକୁ ଗିରଫ କରିଛି ଏନଆଇଏ । ଗତ ଏପ୍ରିଲ 5 ତାରିଖରେ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ତଦନ୍ତକାରୀ ସଂସ୍ଥା ଆଜି ପଶ୍ଚିମବଙ୍ଗ କୋଲକାତାରୁ ଦୁଇଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି । ପ୍ରକାଶଥାଉକି ମାର୍ଚ୍ଚ 1 ତାରିଖରେ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ପ୍ରାୟ 9ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ ।

ତେବେ ମୁସାଭିର ହୁସେନ ଶାଜିବ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି । କାରଣ ସେ ଆଇଇଡିକୁ କାଫେରେ ରଖିଥିଲେ । ଅନ୍ୟପଟେ ଯୋଜନାର ମାଷ୍ଟର ମାଇଣ୍ଡ ଥିଲା ଅବଗୁଲ ମଥିନ କାହା। ଆଜି ସକାଳୁ ଏନଆଇଏ ପକ୍ଷରୁ କୁହାଯାଇଛି, କୋଲକାତା ନିକଟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ଦୁଇଜଣ ମିଥ୍ୟା ପରିଚୟ ଦେଇ ଲୁଚି ରହିଥିଲେ । ତେବେ ଏନଆଇର ଏହି ସଫଳତା ପଛରେ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ କେରଳ ପୋଲିସ୍ ରହିଛନ୍ତି । ସମସ୍ତଙ୍କର ମିଳିତ ସହଯୋଗରେ ଏହା ସଫଳ ହୋଇପାରିଛି ।

ଏହା ମଧ୍ୟ ପଢନ୍ତୁ: ରାମେଶ୍ବରମ କାଫେ ବିସ୍ଫୋରଣର ଖୁଲାସା, ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କଲା NIA - Rameshwaram Cafe Blast

10ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ଏନଆଇଏ: ଗତ ମାସରେ ଏନଆଇଏ ଅବଗୁଲ ମାଥିନ ତାହା ଏବଂ ମୁସାଭିର ହୁସେନ ଶାଜିବଙ୍କ ଫଟୋ ସେୟାର କରି ସୂଚନା ଦେଇଥିଲା । ଏହି ଅଭିଯୁକ୍ତଙ୍କ ଉପରେ 10 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । 300 ରୁ ଅଧିକ କ୍ୟାମେରାରୁ ସିସିଟିଭି ଫୁଟେଜ ସ୍କାନ କରିବା ପରେ ଜଣାପଡିଛି ଯେ, 2020ରେ ସୁରକ୍ଷା ଏଜେନ୍ସିର ରାଡାରକୁ ଆସିଥିବା ଦୁଇଜଣ ଆଇଏସଆଇଏସ ଶାଜିବ ଏବଂ ତାହା ଏହି ବିସ୍ଫୋରଣ କରିଥିବା ନେଇ ଏନଆଇଏ ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ 1 ତାରିଖରେ କର୍ଣ୍ଣାଟକ ହ୍ବାଇଟଫିଲ୍ଡର କୁନ୍ଦାଲାହାଲି ନିକଟ ରାମେଶ୍ବରମ କାଫେରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାର ଅଭିଯପୁକ୍ତ କାଫେରେ ଟିଫିନ ଖାଇବା ପରେ ସାଙ୍ଗରେ ଆଣିଥିବା ବ୍ୟାଗ ଛାଡି ପଳାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଏହି ବ୍ୟାଗରେ ବିସ୍ଫୋରକ ଥିଲା । ଯାହା କିଛି ସମୟ ବ୍ୟବଧାନରେ ବିସ୍ଫୋରଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.