ETV Bharat / bharat

ଖରାପ ପାଗ କାରଣରୁ ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତ ସ୍ଥଗିତ

author img

By ETV Bharat Odisha Team

Published : Mar 20, 2024, 10:22 PM IST

PM Modi's Bhutan Visit 'Put on Hold' Due to Inclement Weather: ଖରାପ ପାଗ କାରଣରୁ ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତ ସ୍ଥଗିତ । ଅଧିକ ପଢନ୍ତୁ

ଖରାପ ପାଗ କାରଣରୁ ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତ ସ୍ଥଗିତ
ଖରାପ ପାଗ କାରଣରୁ ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: ଖରାପ ପାଗ କାରଣରୁ ଆସନ୍ତକାଲି ଠାରୁ ଆରମ୍ଭ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କର 2ଦିନିଆ ଭୁଟାନ ଗସ୍ତକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଠାରୁ ପ୍ରଧାନମନ୍ତ୍ରୀ ଦୁଇଦିନିଆ ଭୁଟାନ ଗସ୍ତରେ ଯାଇ ଏକାଧିକ କର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଥିଲା । ହେଲେ ଭୁଟାନର ପାରୋ ବିମାନ ବନ୍ଦରରେ ଖରାପ ପାଗ କାରଣରୁ ବିମାନ ଅବତରଣ କରିବାରେ ସମସ୍ୟା ରହିଛି । ତେଣୁ ସେହି କାରଣରୁ ପ୍ରଧାନମନ୍ତ୍ରୀଙ୍କର ଗସ୍ତକୁ ଶେଷ ମୁହୁର୍ତ୍ତରେ ସ୍ଥଗିତ ରଖାଯାଇଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, 21 ଓ 22 ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଭୁଟାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଏବେ ପାଗ ଅତ୍ୟନ୍ତ ଖରାପ ଥିବା କାରଣରୁ ଗସ୍ତକାଲି ଗସ୍ତ କରିବା ସମ୍ଭବ ହୋଇପାରିବ ନାହିଁ । ତେଣୁ ଉଭୟ ପକ୍ଷରୁ ଏହି ଗସ୍ତ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ଆଉ ଏକ ତାରିଖ ବାହାର କରିବା ପାଇଁ ଉଭୟ ପକ୍ଷ ବିଚାର କରୁଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ଭୁଟାନ ଗସ୍ତ କରିଥାନ୍ତେ ପ୍ରଧାନମନ୍ତ୍ରୀ । ଭୁଟାନରେ ଚୀନର ପ୍ରଭାବ କ୍ରାମାଗତ ବଢିବାରେ ଲାଗିଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁଟାନବାସୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖାଯାଇଥିଲା । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ହେଲେ ଶେଷ ପର୍ଯ୍ୟାୟରେ ଏହି ଗସ୍ତକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ସମୟରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇ ନୂତନ ତାରିଖ ସାମ୍ନାକୁ ଆସିବ ।

ଏହା ମଧ୍ୟ ପଢନ୍ତୁ:- ଶେଷ ହେଲା ସଦଗୁରୁଙ୍କ ବ୍ରେନ ସର୍ଜରୀ, ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ଚୀନ କ୍ରମାଗତ ଭାରତର ପଡୋଶୀ ଦେଶକୁ ପ୍ରଲୋଭିତ କରିବାରେ ଲାଗିଛି । ଶ୍ରୀଲଙ୍କା, ଭୁଟାନ ଓ ନେପାଳ ପରି ଦେଶମାନେ ଏବେ ଚୀନର ସହଯୋଗ ଆଳରେ ଅର୍ଥନୈତିକ ଫାଶରେ ପଡି ଭାରତ ସହ ସମ୍ପର୍କ ଦୁର୍ବଳ କରିବାରେ ଲାଗିଛନ୍ତି । ଏହିକ୍ରମରେ ଏବେ ଦ୍ବୀପରାଷ୍ଟ୍ର ମାଳଦ୍ବୀପ ମଧ୍ୟ ସାମିଲ ହୋଇଛି । ନିର୍ବାଚନ ପରେ ନୂତନ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନ ଗସ୍ତ କରି ସ୍ଥାନୀୟ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ ଆଲୋଚନା କରି ଫେରିଥିଲେ ସୁଦ୍ଧା ଏବେ ସୁଦ୍ଧା ଭାରତ ଗସ୍ତ କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.