ETV Bharat / bharat

ଶେଷ ହେଲା ସଦଗୁରୁଙ୍କ ବ୍ରେନ ସର୍ଜରୀ, ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Mar 20, 2024, 9:56 PM IST

Sadhguru undergoes emergency brain surgery at Apollo in Delhi: ହସ୍ପିଟାଲରେ ସଦଗୁରୁ ଜାଗି ବାସୁଦେବ । ଶେଷ ହେଲା ଏମରଜେନ୍ସି ବ୍ରେନ ସର୍ଜରୀ । ଫୋନରେ କଥା ହୋଇ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ହସ୍ପିଟାଲରେ ସଦଗୁରୁ, ଶେଷ ହେଲା ଏମରଜେନ୍ସି ବ୍ରେନ ସର୍ଜରୀ
ହସ୍ପିଟାଲରେ ସଦଗୁରୁ, ଶେଷ ହେଲା ଏମରଜେନ୍ସି ବ୍ରେନ ସର୍ଜରୀ

ନୂଆଦିଲ୍ଲୀ: ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ‘ଇଶା ଫାଉଣ୍ଡେସନ’ର ପ୍ରତିଷ୍ଠାତା ସଦଗୁରୁ ଜାଗି ବାସୁଦେବଙ୍କର ବ୍ରେନ ସର୍ଜରୀ କରାଯାଇଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏହି ଏମରେଜେନ୍ସି ଅପରେସନ ଶେଷ ହୋଇଥିବା ଜଣାପଡିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । ମୁଣ୍ଡରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହେବା କାରଣରୁ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କ ସର୍ଜରୀ ଶେଷ ହୋଇଛି । ସେ ଏବେ କିଛି ଦିନ ଡାକ୍ତରୀ ନିରୀକ୍ଷଣରେ ରହିବେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଫୋନ ଯୋଗେ ସଦଗୁରୁଙ୍କ ସହ କଥା ହୋଇ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଇଶା ଫଉାଣ୍ଡେସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ଆପୋଲ ହସ୍ପିଟାଲର ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ବିନିତ ସୁରୀ ସଦଗୁରୁଙ୍କୁ ଗତ କିଛି ଦିନ ହେବ ଚିକିତ୍ସା କରୁଥିଲେ । ଗତ କିଛି ସପ୍ତାହ ଧରି ତାଙ୍କ ମୁଣ୍ଡରେ ନିୟମିତ ଯନ୍ତ୍ରଣା ହେଉଥିଲା । ଏମଆରଆଇ ଟେଷ୍ଟରେ ତାଙ୍କ ମସ୍ତିସ୍କରେ ରକ୍ତସ୍ରାବ ହୋଇଥିବା ଓ ସର୍ଜରୀର ଆବଶ୍ୟକତା ଥିବା ଡାକ୍ତରୀ ଟିମ ଅବଗତ କରିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ଆଜି ଅପରାହ୍ନରେ ଏହି ଅପରେସନ ଶେଷ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନ ଶେଷ ପରେ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦୁଇ ବିରୋଧୀ ରାଷ୍ଟ୍ରମୁଖ୍ୟଙ୍କ ନିମନ୍ତ୍ରଣ

ଡାକ୍ତର ସୁରୀଙ୍କ କହିବା ଅନୁସାରେ, ପ୍ରାୟ 4 ସପ୍ତାହ ପୂର୍ବେ ସଦଗୁରୁଙ୍କ ମୁଣ୍ଡରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା । ହେଲେ ସେ ଏହାକୁ ଅଣଦେଖା କରିଥିଲେ । ଚଳିତମାସ 8 ତାରିଖରେ ମହାଶିବରାତ୍ରୀ କାର୍ଯ୍ୟକ୍ରମରେ ମଧ୍ୟ ମୁଣ୍ଡରେ ଯନ୍ତ୍ରଣା ହେଉଥିବା ସତ୍ତ୍ବେ ସେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 15 ତାରିଖରେ ଯନ୍ତ୍ରଣାର ମାତ୍ରା ବଢିବା ପରେ ସେ ତାଙ୍କୁ ଯୋଗାଯୋଗ କରିଥିଲେ । ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ଏମଆରଆଇରେ ମିଳିଥିବା ତଥ୍ୟ ଅନୁସାରେ, ପ୍ରାୟ 3 ସପ୍ତାହ ପୂର୍ବରୁ ପ୍ରଥମ ଥର ରକ୍ତସ୍ରାବ ହୋଇଥିବା ବେଳେ ଦୁଇରୁ ତିନି ଦିନ ପୂର୍ବରୁ ଦ୍ବିତୀୟ ଥର ରକ୍ତସ୍ରାବ ହୋଇଛି । 17 ତାରିଖରୁ ସେ ହସ୍ପିଟାଲରେ ଭର୍ତ୍ତି ହେବା ସହ ଅପରେସନ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆଜି ସଂଧ୍ୟା ସୁଦ୍ଧା ଅପରେସନ ଶେଷ ହୋଇଛି । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.