ETV Bharat / bharat

ମେ’ 13ରେ ବାରଣାସୀରେ ମୋଦିଙ୍କ ବିଶାଳ ରୋଡ ଶୋ', ଏହିଦିନ କରିବେ ନାମାଙ୍କନ ଦାଖଲ - PM Modi road show in Varanasi

author img

By ETV Bharat Odisha Team

Published : May 3, 2024, 9:01 PM IST

PM Modi
PM Modi (Etv Bharat Odisha)

PM Modi Road show in Varanasi: ଆସନ୍ତା ମେ 13ରେ ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଏକ ବିଶୋଳ ରୋଡ ଶୋ' କରିବାକୁ ଯାଉଛନ୍ତି । ଏହି ଦିନ ସେ ନିଜ ନାମାଙ୍କନ ଦାଖଲ କରିବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ମେ 13 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ବାରଣାସୀ ତଥା ନିଜ ନିର୍ବାଚନ ମଣ୍ଡଳୀରେ ଏକ ବିରାଟ ରୋଡ ଶୋ' କରିବାକୁ ଯାଉଛନ୍ତି । ଏହାର ଗୋଟିଏ ଦିନ ପରେ ଅର୍ଥାତ ମେ 14ରେ ମୋଦି ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି । ଶେଷ ପର୍ଯ୍ୟାୟରେ ବାରଣାସୀବାସୀ ଭୋଟ ଦେବାକୁ ଯାଉଥିବା ବେଳେ ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ମେ 7ରୁ ମେ 14 ମଧ୍ୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।

ବାରଣାସୀରେ ରୋଡ ଶୋ' କରି ପ୍ରଧାନମନ୍ତ୍ରୀ ମୋଦି ନିଜ ଶକ୍ତି ପ୍ରଦର୍ଶନ କରିବେ । ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତର ପ୍ରଦେଶ ପାର୍ଟି ମୁଖ୍ୟ ଅଜୟ ରାୟ ବାରଣାସୀ ନିର୍ବାଚନ ମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଦ୍ବନ୍ଦ୍ବୀ ଅଛନ୍ତି । ବାରଣାସୀ ଆସନରୁ ତୃତୀୟ ଥର ଲାଗି ନିର୍ବାଚନ ଲଢିବେ ରାୟ । 2014 ଓ 2019ରେ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢି ପରାଜିତ ହୋଇଛନ୍ତି ରାୟ । ଅନ୍ୟପଟେ ଷ୍ଟାଣ୍ଡ-ଅପ କମେଡିଆନ ଶ୍ୟାମ ରଙ୍ଗଲା ମୋଦିଙ୍କ ବିପକ୍ଷରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି । ଆସନ୍ତା ଜୁନ 1 ତଥା ଶେଷ ପର୍ଯ୍ୟାୟରେ ଭୋଟ ଦେବେ ବାରଣାସୀ ବାସୀ ।

ଏହା ବି ପଢନ୍ତୁ- ମୋଦିଙ୍କ ବିପକ୍ଷରେ ଲଢିବେ କମେଡିଆନ ଶ୍ୟାମ ରଙ୍ଗିଲା

ମେ ପହିଲାରେ ସୋସିଆଲ ମିଡିଆରେ ଏନେଇ ରାଜସ୍ଥାନ ନିବାସୀ କମେଡିଆନ ଶ୍ୟାମ ରଙ୍ଗିଲା ଘୋଷଣା କରିଥିଲେ । 2019 ଲୋକସଭା ନିର୍ବାଚନ ବେଳେ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦି ବିପୁଳ ସମର୍ଥନ ସହ ବଡ଼ ବିଜୟ ହାସଲ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ 4 ଲକ୍ଷ 79 ହଜାର 505 ଭୋଟ ବ୍ୟବଧାନରେ ଜିତିଥିଲେ । ମୋଦିଙ୍କ ସପକ୍ଷରେ 6 ଲକ୍ଷ 74 ହଜାର 664ଟି ଭୋଟ ପଡ଼ିଥିଲା । ଅନ୍ୟପଟେ ସପା ପ୍ରାର୍ଥୀ ଶାଲିନି ଯାଦବ ମାତ୍ର 1 ଲକ୍ଷ 95ହଜାର 159ଟି ଭୋଟ ହାତେଇଥିଲେ ।

ଏହା ବି ପଢନ୍ତୁ- ମୋଦିମୟ ବାରଣାସୀ, କାଶୀ ବିଜୟ ପରେ ବିଶ୍ବନାଥଙ୍କୁ ପୂଜା କଲେ ପିଏମ

ସେହିପରି 2014 ସାଧାରଣ ନିର୍ବାଚନ ତଥ୍ୟ ଦେଖିଲେ, ମୋଦି ପ୍ରାୟ 3.37 ଲକ୍ଷ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ । ଏହି ଆସନରେ ସେ ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିଥିବା ବେଳେ ତାଙ୍କ ସପକ୍ଷରେ 2 ଲକ୍ଷ ଭୋଟ ପଡ଼ିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.