ETV Bharat / bharat

ମୋଦିଙ୍କ ବିପକ୍ଷରେ ଲଢିବେ କମେଡିଆନ ଶ୍ୟାମ ରଙ୍ଗିଲା - Lok Sabha Election 2024

author img

By ETV Bharat Odisha Team

Published : May 2, 2024, 12:49 PM IST

Shyam Rangeela
Shyam Rangeela

Shyam Rangeela Contest Lok Sabha Election: କମେଡିଆନ ଶ୍ୟାମ ରଙ୍ଗିଲା ଲଢିବେ ନିର୍ବାଚନ । ମୋଦିଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇବାକୁ ଘୋଷଣା । ଅଧିକ ପଢନ୍ତୁ

ଲକ୍ଷ୍ନୌ: କମେଡି ଅନ୍ଦାଜରେ ଲୋକଙ୍କ ମନକୁ ଜିଣୁନଥିବା କମେଡିଆନ ଶ୍ୟାମ ରଙ୍ଗୀଲା ବର୍ତ୍ତମାନ ଭୋଟରଙ୍କ ମନ ଜିଣିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ରାଜନୀତିରେ ପ୍ରବେଶ କରି ପ୍ରଧାନମନ୍ତ୍ରୀଙ୍କୁ ଟକ୍କର ଦେବା ପାଇଁ ସେ ଘୋଷଣା କରିଛନ୍ତି । ବାରଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ବୋଲି ଶ୍ୟାମ ରଙ୍ଗିଲା ଘୋଷଣା କରିଛନ୍ତି । ଏକ୍ସରେ ଏନେଇ ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି ।

ଭିଡିଓ ଟ୍ବିଟ କରିବା ପରେ ସେ ହ୍ୟାସଟ୍ୟାଗରେ ଲେଖିଛନ୍ତି, #ShyamRangeelaForVaranasi । ସେ କହିଛନ୍ତି, "ମୁଁ ମୋର ମନକଥା କହିବା ପାଇଁ ଆସିଛି । ନ୍ୟୁଜରେ ଯାହା ଶୁଣୁଛନ୍ତି ତାହା ସତ କି ବୋଲି ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ । କମେଡି କିଙ୍ଗ ବୋଲି ଏକ ଖବରକୁ ପରିହାସ କରନ୍ତୁ ନାହିଁ । ମୁଁ ଖୁବଶୀଘ୍ର ବାରଣାସୀ ଆସିବି । କେବେ ନାମାଙ୍କନ ଭରିବି ସେ ନେଇ ସବିଶେଷ ସୂଚନା ଦେବି । ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ନିର୍ବାଚନ ଲଢିବି । "

ଏହା ମଧ୍ୟ ପଢନ୍ତୁ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି, 'ବିକଶିତ ଭାରତ ଗଠନ ପାଇଁ ଆପଣଙ୍କ ସମର୍ଥନ ଚାହେଁ'

ସେ ଆହୁରି ମଧ୍ୟ କହିଛନ୍ତି, "ଆପଣ ନିଶ୍ଚିତ ଭାବେ ଭାବୁଥିବେ, ଏହାର ଆବଶ୍ୟକତା କଣ ରହିଥିଲା । ମୁଁ କହୁଛି ଯେ, ଭାରତର ଗଣତନ୍ତ୍ରରେ ଯେକେହି ପ୍ରତିଦ୍ବନ୍ଦିତା କରିପାରିବେ । ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ଏକ କାରଣ ରହିଛି । ନିକଟରେ ଚଣ୍ଡିଗଡ ଏବଂ ସୁରଟରେ ଯାହା ହୋଇଛି ତାହା ବାରଣାସୀ ନହେଉ । ସମସ୍ତଙ୍କର ମନ ପସନ୍ଦର ନେତାଙ୍କୁ ଭୋଟ ଦେବାର ଅଧିକାର ରହିଛି । ଗୋଟିଏ ନାମ ବଦଳରେ ଏକାଧିକ ନାମ ଇଭିଏମରେ ରହିବା ଉଚିତ । ମୁଁ ବାରଣାସୀକୁ ନିର୍ବାଚନ ଲଢିବି । ଏହାର ପ୍ରଭାବ ମଧ୍ୟ ପଡିବ ।"

ବାରଣାସୀରୁ ମୋତେ ଅଧିକ ପ୍ରେମ ମିଳିଛି । ସେଠାକାର ଲୋକେ ମୋତେ ଡାକୁଛନ୍ତି । ଯେତେବେଳେ ମୁଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନେଇ ଘୋଷଣା କଲି ଏହା ପରେ ପାଇଥିବା ପ୍ରେମ ମୋତେ ଉତ୍ସାହିତ କରିଛି । ଖୁବଶୀଘ୍ର ବାରଣାସୀକୁ ଆସୁଛି । ନିର୍ବାଚନ ନେଇ ଉତ୍ସାହିତ ରହିଛି କିନ୍ତୁ ପ୍ରଥମ ଥର ପ୍ରତିଦ୍ବନ୍ଦ୍ବିତା କରୁଥିବା କାରଣରୁ ଜନସମର୍ଥନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରଙ୍ଗିଲା ।

ଶ୍ୟାମ ରଙ୍ଗେଲା ରାଜସ୍ଥାନର ହନୁମାନଗଡ ଜିଲ୍ଲାର ପିଲିବଙ୍ଗା ତହସିଲର ମାନକଥେରୀ ଗାଁର ବାସିନ୍ଦା । ପିଲାଦିନୁ କମେଡି ପ୍ରତି ଇଚ୍ଛା ଯୋଗୁଁ ଶ୍ୟାମ ରଙ୍ଗିଲା ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ ଟିଭି ଶୋରେ ଭାଗ ନେଇଥିଲେ । ଏହାପରେ ସେ ଦେଶର ଘରେ ଘରେ ପରିଚିତ ହୋଇଥିଲେ । ବିଶେଷକରି ମୋଦିଙ୍କ ମିମିକ୍ରି କରି ସେ ବେଶ ପରିଚିତ ହୋଇଥିଲେ । ସେ 2022ରେ ଆପ୍‌ରେ ଯୋଗ ଦେଇଥିଲେ । କିନ୍ତୁ ସେ କିଛି ଦିନ ହେବ ଆପରୁ ଦୂରେଇ ରହି ସ୍ବାଧୀନ ଭାବେ ଲଢିବାକୁ ମନସ୍ଥ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.