ETV Bharat / bharat

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି, 'ବିକଶିତ ଭାରତ ଗଠନ ପାଇଁ ଆପଣଙ୍କ ସମର୍ଥନ ଚାହେଁ'

author img

By ETV Bharat Odisha Team

Published : Mar 16, 2024, 7:13 AM IST

PM Modi Pens Letter To Nation: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶବାସୀଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ବିକଶିତ ଭାରତ ଗଠନ ପାଇଁ ଦେଶବାସୀଙ୍କ ସମର୍ଥନ ଲୋଡିଛନ୍ତି । ଅଧିକ ପଢନ୍ତୁ

PM Modi
PM Modi

ନୂଆଦିଲ୍ଲୀ: ଆଜି ବାଜିବ ନିର୍ବାଚନ ବିଗୁଲ । ଲୋକସଭା ଓ 4 ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ଏହା ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚିଠିରେ ସେ ତାଙ୍କର ନେତୃତ୍ବ ଓ ବିକଶିତ ଭାରତ ଗଠନ ପାଇଁ ଦେଶବାସୀଙ୍କ ସମର୍ଥନ ଲୋଡିଛନ୍ତି । ତାଙ୍କ ଶାସନ ମାଧ୍ୟମରେ ଦେଶର ସଫଳତାର ଏକ ବିସ୍ତୃତ ବିବରଣୀ ଦେଇଛନ୍ତି ।

'ଲୋକଙ୍କ ଜୀବନରେ ପରିବର୍ତ୍ତନ ଆମର ସବୁଠୁ ବଡ ସଫଳତା': ଚିଠିରେ ମୋଦି ଲେଖିଛନ୍ତି, ''ଆମର ସହଭାଗିତା ଏକ ଦଶନ୍ଧି ପୂରଣ ହେବାର ଦ୍ୱାରଦେଶରେ ଅଛି । 140 କୋଟି ଭାରତୀୟଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ପ୍ରେରଣା ଦେଇଛି । ଲୋକଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ ହେଉଛି ଗତ 10 ବର୍ଷ ମଧ୍ୟରେ ଆମ ସରକାରଙ୍କ ସବୁଠାରୁ ବଡ ସଫଳତା । ଗରିବ, କୃଷକ, ଯୁବକ ଏବଂ ମହିଳାଙ୍କ ଜୀବନ ଶୈଳୀରେ ଉନ୍ନତି ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର, ସମସ୍ତଙ୍କ ପାଇଁ ବିଦ୍ୟୁତ୍, ଜଳ ଏବଂ ଏଲପିଜି, ଆୟୁଷ୍ମାନ ଭାରତ ମାଧ୍ୟମରେ ମାଗଣା ଚିକିତ୍ସା ଚିକିତ୍ସା, ଚାଷୀଙ୍କୁ ଆର୍ଥିକ ସହାୟତା, ମାତୃ ବନ୍ଦନା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସହାୟତା ଏବଂ ଅନେକ ଉଦ୍ୟମର ସଫଳତା କେବଳ ଆପଣ ମାନେ ମୋ ଉପରେ ରଖିଥିବା ବିଶ୍ୱାସ ହେତୁ ସମ୍ଭବ ହୋଇଛି । ଆମ ଦେଶ ପରମ୍ପରା ଏବଂ ଆଧୁନିକତାକୁ ନେଇ ଆଗକୁ ବଢୁଛି । ଆମର ସମୃଦ୍ଧ ଜାତୀୟ ତଥା ସାଂସ୍କୃତିକ ଐତିହ୍ୟର ଏକ ନବୀକରଣ ମଧ୍ୟ ହୋଇଛି । ଦେଶ ଏହାର ସମୃଦ୍ଧ ସଂସ୍କୃତିକୁ ପାଳନ କରିବା ସହିତ ଆଗକୁ ବଢୁଛି । ଏତି ପାଇଁ ପ୍ରତ୍ୟେକ ନାଗରିକ ଗର୍ବିତ । ''

ଏହା ମଧ୍ୟ ପଢନ୍ତୁ-ଆଜି ବାଜିବ ନିର୍ବାଚନ ବିଗୁଲ

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଐତିହାସିକ ନିଷ୍ପତ୍ତି: ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି, '' ଆପଣମାନଙ୍କ ବିଶ୍ବାସ ଓ ସମର୍ଥନ ଯୋଗୁଁ ଆମେ ଜିଏସଟି ଲାଗୁ କରିବା, ଧାରା 370 ଉଚ୍ଛେଦ, ତିନି ତଲାକ ଉପରେ ନୂତନ ନିୟମ, ସଂସଦରେ ମହିଳାଙ୍କ ଅଂଶଗ୍ରହଣକୁ ବଢାଇବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣିବା, ନୂତନ ସଂସଦ ଭବନ ଉଦଘାଟନ, ପରି ଐତିହାସିକ ନିଷ୍ପତ୍ତି ନେଇପାରିଛୁ । ଆତଙ୍କବାଦ ଏବଂ ବାମପନ୍ଥୀ ଉଗ୍ରବାଦ ବିରୋଧରେ ମଧ୍ୟ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ଜନଭାଗିଦାରୀରେ ଗଣତନ୍ତ୍ରର ସୁନ୍ଦରତା ବଢିଥାଏ । ଏହା ହେଉଛି ଆପଣଙ୍କର ସମର୍ଥନ ଯାହା ମୋତେ ଦେଶର କଲ୍ୟାଣ ପାଇଁ ନିର୍ଭୀକ ନିଷ୍ପତ୍ତି ନେବାକୁ, ମହତ୍ତ୍ବାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିବାକୁ ଏବଂ ସେଗୁଡିକୁ କାର୍ଯ୍ୟକାରୀ କରିବାକୁ ଶକ୍ତି ପ୍ରଦାନ କରିଛି ।

'ବିକଶିତ ଭାରତ ନିର୍ମାଣ ପାଇଁ ଆପଣଙ୍କ ସମର୍ଥନ ଆବଶ୍ୟକ': ପ୍ରଧାନମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ଆମେ ଏକ ବିକଶିତ ଭାରତ ନିର୍ମାଣର ସଂକଳ୍ପ ପୂରଣ କରିବା ପାଇଁ କାର୍ଯ୍ୟ କରୁଛେ, ତେଣୁ ମୋତେ ଆପଣଙ୍କ ପରାମର୍ଶ ଏବଂ ସମର୍ଥନ ଆବଶ୍ୟକ । ମୋର ବିଶ୍ବାସ ଯେ ଆମେ ମିଳିମିଶି ଦେଶକୁ ଶୀର୍ଷକୁ ନେଇଯିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.