ETV Bharat / bharat

ଇସ୍ରୋ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକା: ମୋଦି କହିଲେ ଭାରତୀୟ ବୈଜ୍ଞାନିକଙ୍କୁ ଅପମାନିତ କରିଛି DMK

author img

By ETV Bharat Odisha Team

Published : Feb 28, 2024, 6:54 PM IST

ଇସ୍ରୋ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକା: ପ୍ରଧାନମନ୍ତ୍ରୀ କହିଲେ DMK ଭାରତୀୟ ବୈଜ୍ଞାନିକଙ୍କୁ ଅପମାନିତ କରିଛି
ଇସ୍ରୋ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକା: ପ୍ରଧାନମନ୍ତ୍ରୀ କହିଲେ DMK ଭାରତୀୟ ବୈଜ୍ଞାନିକଙ୍କୁ ଅପମାନିତ କରିଛି

PM Modi, BJP On Warpath Over Tamilnadu Minister's 'China Flag On Indian Rocket' A: ତାମିଲନାଡୁ ମନ୍ତ୍ରୀଙ୍କ ଦ୍ବାରା ଜାରି ‘ଇସ୍ରୋ’ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକା ବ୍ୟବହାର । ପ୍ରଧାନମନ୍ତ୍ରୀ ମୋଦି କହିଲେ DMK ଭାରତୀୟ ବୈଜ୍ଞାନିକଙ୍କୁ ଅପମାନିତ କରିଛି । ଅଧିକ ପଢନ୍ତୁ

ଚେନ୍ନାଇ: ତାମିଲନାଡୁ ଉପକୂଳରେ ନିର୍ମାଣ ହେବାକୁ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ନୂତନ ଲଞ୍ଚପ୍ୟାଡ ସମ୍ପର୍କରେ ସ୍ଥାନୀୟ ସରକାରର ଜଣେ ମନ୍ତ୍ରୀଙ୍କ ଦ୍ବାରା ଜାରି ବିଜ୍ଞାପନରେ ଚୀନ ପତକା ବ୍ୟବହାର କରାଯାଇଛି । ଏକ ସ୍ଥାନୀୟ ଭାଷାର ଦୈନିକ ଖବର କାଗଜରେ ପ୍ରକାଶିତ ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦି ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଭଉଣୀ ତଥା ସାଂସଦ କାନିମୋଝି ଓ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ମନ୍ତ୍ରୀ ଉଦୟାନିଧିଙ୍କ ଫଟୋ ରହିଛି । ତେବେ ଏଥିରେ ଦର୍ଶାଯାଇଥିବା ରକେଟର ଅଗ୍ରଭାଗରେ ଚୀନର ଜାତୀୟ ପତାକା ସ୍ଥାନ ପାଇଛି । ଏହି ବିଜ୍ଞାପନରେ ‘ଇସ୍ରୋ’ ଚିହ୍ନ କିମ୍ବା ଭାରତୀୟ ଜାତୀୟ ପତାକାର କୌଣସି ଚିହ୍ନ ନାହିଁ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବିଜ୍ଞାପନ ଷ୍ଟାଲିନ କ୍ୟାବିନେଟରେ ମନ୍ତ୍ରୀ ଥିବା ଅନିତା ରାଧାକ୍ରିଷ୍ଣନଙ୍କ ଦ୍ବାରା ଦିଆଯାଇଛି । ତେବେ ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁରେ ଶାସକ ଡିଏମକେ ଉପରେ ପ୍ରବଳ ବର୍ଷିଛନ୍ତି ।

ଆଜି ତାମିଲନାଡୁରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି, ଏହି ପ୍ରସଙ୍ଗରେ ଡିଏମକେକୁ କଡା ସମାଲୋଚନା କରିଛନ୍ତି । ରାଜ୍ୟରେ ଡିଏମକେ ସରକାର ତ କାମ କରୁନାହିଁ, ହେଲେ କ୍ରେଡିଟ ନେବା ପାଇଁ କିଛି ବି କରିପାରେ । ଭାରତୀୟ ରକେଟରେ ଚୀନ ପତାକାର ଷ୍ଟିକର ଛାପାଯାଇଛି । ଏହା ଭାରତୀୟ ବୈଜ୍ଞାନିକଙ୍କ ପ୍ରତି ଡିଏମକେର ଘୋର ଅପମାନ । ତାମିଲନାଡୁବାସୀଙ୍କ ଟାକ୍ସରେ ଏହି ବିଜ୍ଞାପନ ଦେଇ ରାଜ୍ୟବାସୀଙ୍କ ଅର୍ଥକୁ ମଧ୍ୟ ସ୍ଥାନୀୟ ସରକାର ନଷ୍ଟ କରିଛି । ଏହି ନିର୍ବାଚନରେ ଏହାର ଜବାବ ରାଜ୍ଯବାସୀ ଭୋଟ ମାଧ୍ଯମରେ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପି ସଭାପତି କେ.ଆନ୍ନାମଲାଇ ମଧ୍ଯ ତାମିଲନାଡୁର ଶାସକ ଦଳ ଡିଏମକେକୁ କଡା ସମାଲୋଚନା କରିଛନ୍ତି । ଏପରି ଭୁଲ କରିବା ପରେ ମଧ୍ୟ ସାଂସଦ କାନିମୋଝୀଙ୍କ ଅଜବ ସଫେଇ ଆହୁରି ଲଜ୍ଜାଜନକ ବୋଲି ଆନ୍ନାମଲାଇ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ହିମାଚଳରେ ଘଡ଼ିକେ ଛୁଟୁଛି ଘୋଡ଼ା: ଗୃହ ମୁଲତବୀ ସହ ଟଳିଲା ସରକାର ପତନ ଆଶଙ୍କା, ଶିମଲାରେ କଂଗ୍ରେସ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ବିଜ୍ଞାପନରେ ସ୍ଥାନ ପାଇଥିବା ଡିଏମକେ ସାଂସଦ କାନିମୋଝୀ ଏହି ପ୍ରସଙ୍ଗରେ ବଡ ଅଜବ ଢଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି । କି’ଏ ଏପରି ବିଜ୍ଞାପନ ଡିଜାଇନ କରିଛି, ସେ ଜାଣନ୍ତି ନାହିଁ । ମାତ୍ର ଭାରତ ଚୀନକୁ ଶତ୍ରୁରାଷ୍ଟ୍ର ଭାବେ ତ ଘୋଷଣା କରିନାହିଁ । ପ୍ରଧାନମନ୍ତ୍ରୀ ମଧ୍ୟ ଚୀନ ରାଷ୍ଟ୍ରପତିଙ୍କୁ ଭାରତକୁ ନିୟନ୍ତ୍ରଣ କରିସାରିଛନ୍ତି । ଏହା କେବଳ ବିଜେପି ପ୍ରସଙ୍ଗକୁ ଏଡାଇବା ପାଇଁ ପ୍ରୟାସ କରୁଛି ବୋଲି କାନିମୋଝୀ କହିଛନ୍ତି । ହେଲେ ଏନେଇ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିବା ମନ୍ତ୍ରୀଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି । ଭାରତୀୟ ମହାକାଶ ଗବେଷଣା ପାଇଁ ଉତକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ବିଜ୍ଞାପନରେ ତ୍ରିରଙ୍ଗା ପରିବର୍ତ୍ତେ ଚୀନର ପତାକାକୁ ସ୍ଥାନ ଦିଆଯିବାକୁ ବିଭିନ୍ନ ମହଲରେ ନିନ୍ଦା ଓ ସମାଲୋଚନା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.