ETV Bharat / bharat

ହିମାଚଳରେ ଘଡ଼ିକେ ଛୁଟୁଛି ଘୋଡ଼ା: ଗୃହ ମୁଲତବୀ ସହ ଟଳିଲା ସରକାର ପତନ ଆଶଙ୍କା, ଶିମଲାରେ କଂଗ୍ରେସ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

author img

By ETV Bharat Odisha Team

Published : Feb 28, 2024, 5:24 PM IST

Himachal Pradesh Congress Govt Crisis : ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ ଜାରି । ଗୃହ ମୁଲତବୀ ସହ ଟଳିଲା ସୁଖୁ ସରକାର ପତନ ଆଶଙ୍କା । ଶିମଲାରେ ପହଞ୍ଚିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ଅଧିକ ପଢନ୍ତୁ

ହିମାଚଳରେ ରାଜନୈତିକ ହଟଚମଟ ଜାରି: ଗୃହ ମୁଲତବୀ ସହ ଟଳିଲା ସରକାର ପତନ ଆଶଙ୍କା, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପଠାଇଲା କଂଗ୍ରେସ
ହିମାଚଳରେ ରାଜନୈତିକ ହଟଚମଟ ଜାରି: ଗୃହ ମୁଲତବୀ ସହ ଟଳିଲା ସରକାର ପତନ ଆଶଙ୍କା, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପଠାଇଲା କଂଗ୍ରେସ

ଶିମଲା: ରାଜ୍ୟସଭା ନିର୍ବାଚନରେ ଗତକାଲି କ୍ରସଭୋଟିଂ ହେବା ପରେ ଆଜି ଦିନତମାମ ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ ଜାରି ରହିଛି । ଗତକାଲି 6 ଦଳୀୟ ବିଧାୟକ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ ନିଜ ପ୍ରାର୍ଥୀଙ୍କୁ ପରାଜିତ କରିବା ପରେ ହରିୟାଣା ଅଭିମୁଖେ ପଳାଇଥିବା ଅଭିଯୋଗ ହୋଇଥିଲା । ପରେ ସେମାନେ ରାଜ୍ୟକୁ ଫେରିଥିଲେ । ଆଜି କ୍ୟାବିନେଟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କିଛି ଦଳୀୟ ବିଧାୟକ ବିଜେପି ସହ ସମ୍ପର୍କରେ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଆଜି ବଜେଟ ଶେସନରେ ବିଜେପି ସୁଖୁ ସରକାର ନିକଟରେ ଆବଶ୍ୟକ ସଂଖ୍ୟା ନଥିବା ଦାବି କରିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ନେତୃତ୍ବରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ଆସ୍ଥାଭୋଟ ପାଇଁ ଦାବି କରଥିଲେ ।

ହେଲେ ପରବର୍ତ୍ତୀ ସମୟରେ ଘଟଣାକ୍ରମ ନୂଆ ମୋଡ ନେଇଥିଲା । ହାଉସ ପ୍ରୋସିଡିଂରେ ବାଧା ସୃଷ୍ଟି କରିବା ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗୃହରୁ 15 ବିଜେପି ବିଧାୟକଙ୍କୁ ବାଚସ୍ପତି ନିଲମ୍ବିତ କରିଥିଲେ । ଏହା ସହ ବିରୋଧୀଙ୍କ ଅନୁପସ୍ଥିତିରେ ବଜେଟ ପାସ ହୋଇଛି । ଗତକାଲି ବଜେଟ ଅଧିବେଶନ ଶେଷ ହେବାକୁ ଥିବା ବେଳେ ଏହାପୂର୍ବରୁ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସଂଖ୍ୟା ବହୁମତ ପ୍ରମାଣ ଦେବାରୁ ବର୍ତ୍ତିବା ସହ ତାଙ୍କ ସରକାର ମଧ୍ୟ ପତନରୁ ବର୍ତ୍ତି ଯାଇଛି ।

ଅନ୍ୟପଟେ ହିମାଚଳରେ ଏବେ ମଧ୍ୟ ସୁଖୁ ସରକାରର ଅସ୍ଥିତ୍ବ ଉପରେ ସଙ୍କଟ ଜାରି ରହିଛି । ବ୍ରିକ୍ରମାଦିତ୍ୟ ସିଂ ଇସ୍ତଫା ଦେବା ସହ ତାଙ୍କର କିଛି ଅନୁଗତ ବିଧାୟକମାନେ ବିଜେପି ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି । ହେଲେ ଏହାକୁ ବିକ୍ରମାଦିତ୍ୟ ନିଜେ ଖଣ୍ଡନ କରିଛନ୍ତି । ଅନ୍ୟପଟେ ତାଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ସୁଖୁ ସ୍ବୀକାର କରିନାହାନ୍ତି । ତାଙ୍କ ସହ ଆଲୋଚନା ଜାରି ରହିଛି । ସେ କରିଥିବା ଅଭିଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହେଉଛି । ଏହାର ସମାଧାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ସୁଖୁ ଗଣମାଧ୍ୟମରେ କହିଛନ୍ତି । ସେହିପରି ତାଙ୍କ ନେତୃତ୍ବରେ ସରକାର 5 ବର୍ଷ ପୂରଣ କରିବ ବୋଲି ମଧ୍ୟ ସେ ଦମ୍ଭୋକ୍ତି ଦେଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସ୍ୟାଣ୍ଡ ମାଇନିଂ ମାମଲାରେ ଅଖିଳେଶଙ୍କୁ CBI ସମନ, ଆସନ୍ତାକାଲି ହେବେ ହାଜର

ଗତକାଲି ବିଧାନସଭାରେ କ୍ରସଭୋଟିଂ ପରେ ପରେ ଦଳର 6 ବିଧାୟକଙ୍କୁ ଭାରତୀୟ ଜନତା ପାର୍ଟି, ହରିୟାଣା ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ଲଗାଇ ହରିୟାଣାକୁ ଉଠାଇ ନେଇଥିବା ନିଜେ ସୁଖବିନ୍ଦର ସିଂ ହିଁ ଅଭିଯୋଗ କରିଥିଲେ । ଆଜି ରାଜ୍ୟରେ ଏହି ହଟଚମଟ ମଧ୍ୟରେ କଂଗ୍ରେସ ବିଦ୍ରୋହ ପ୍ରଶମନ ଓ ସ୍ଥିରତା ବଜାୟ ରଖିବା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଶିମଲା ପଠାଇଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡା ଶିମଲା ଗସ୍ତ କରିଛନ୍ତି । ହିମାଚଳ ରାଜନୀତି ଉପରେ ଏବେ ଦେଶର ନଜର କେନ୍ଦ୍ରୀଭୂତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.