ETV Bharat / bharat

ମୋଦିଙ୍କୁ ଘେରିଲେ ରାହୁଲ, କଂଗ୍ରେସ ଜାରି କଲା ଭିଡିଓ - RAHUL GANDHI ATTACKS PM MODI

author img

By ETV Bharat Odisha Team

Published : Apr 22, 2024, 3:45 PM IST

Rahul Attacks PM Modi
Rahul Attacks PM Modi

Rahul Attacks PM Modi: ଦରବୃଦ୍ଧି ଏବଂ ବେକାରୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଲା କଂଗ୍ରେସ । ଏଭଳି କହିଲେ ରାହୁଲ ।

ହାଇଦ୍ରାବାଦ: ଲୋକସଭା ନିର୍ବାଚନକୁ ନେଇ ନିର୍ବାଚନୀ ମଇଦାନ ସରଗରମ ହୋଇଥିବା ବେଳେ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ଆଜି ଅନେକ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦି ବିଷାକ୍ତ କଥା କହୁଥିବା ନେଇ ଅଭିଯୋଗ କରିଛି କଂଗ୍ରେସ । ସେ ଅଭିଯାଗ କରି କହିଛନ୍ତି, ପ୍ରକୃତ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ମୋଦି ଅନେକ ରଣନୀତି ଆପଣାଉଛନ୍ତି । ମିଥ୍ୟା କାରବାର ଶେଷ ହେବାକୁ ଯାଉଛି ଏବଂ ଦେଶରେ ଦରବୃଦ୍ଧି ଏବଂ ବେକାରୀ ବୃଦ୍ଧି ପାଇଁ ବିଜେପି ଦାୟୀ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ରାହୁଲ ଗାନ୍ଧୀ ।

ଅନେକ ପ୍ରସଙ୍ଗକୁ ନେଇ ରବିବାର ରାତିରେ ମଧ୍ୟ କଂଗ୍ରେସ ମୋଦିଙ୍କୁ ଘେରିଥିଲା । ଦଳ ପକ୍ଷରୁ କୁହାଯାଇଥିଲା, ଲୋକସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଏବେ ମଧ୍ୟ ମିଛ କହୁଛନ୍ତି । ଲୋକଙ୍କୁ ପ୍ରକୃତ ପ୍ରସଙ୍ଗରୁ ଦୂରେଇ ରଖିବା ପାଇଁ ସେ ଘୃଣାସ୍ପଦ ଭାଷଣ ଦେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାହୁଲଙ୍କ ଉପରେ ବର୍ଷିଲେ ମୋଦି, 'ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ମୋ ପୂଜାକୁ ପରିହାସ କରୁଛି କଂଗ୍ରେସ' - MODI TARGETS RAHUL

ଦରବୃଦ୍ଧି ଏବଂ ବେକାରୀକୁ ନେଇ ଘେରିଲା କଂଗ୍ରେସ: ସୋମବାର ଦିନ ଦରବୃଦ୍ଧି ଏବଂ ବେକାରୀକୁ ନେଇ କଂଗ୍ରେସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ରାହୁଲ ଗାନ୍ଧୀ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି, ଦେଶରେ ଦରବୃଦ୍ଧି ଏବଂ ବେକାରୀ ସମସ୍ୟା ଶିଖରରେ ରହିଛି । କିନ୍ତୁ ମୋଦି କହୁଛନ୍ତି ସବୁକିଛି ଠିକ ରହିଛି । ପ୍ରକୃତ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଅନେକ ନୂତନ ରଣନୀତି ରହିଛି ।"

ମୋଦି ବିଷାକ୍ତ ଭାଷା ବ୍ୟବହାର କରୁଛନ୍ତି: କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, " ପ୍ରଧାନମନ୍ତ୍ରୀ ଅନେକ ପ୍ରସଙ୍ଗରେ ବିଷାକ୍ତ ଭାଷା ବ୍ୟବହାର କରୁଛନ୍ତି । ମୋଦିଙ୍କୁ ଏକ ସରଳ ପ୍ରଶ୍ନର ଉତ୍ତର ଦେବା ଉଚିତ । 1951 ପରଠାରୁ ପ୍ରତିବର୍ଷ ଜନଗଣନା ଚାଲିଆସୁଛି । ଏହା ଦ୍ବାରା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ସାମ୍ନାକୁ ଆସିଥାଏ । 2021 ମସିହାରେ ଏହା ହେବାର ଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିଲା ନାହିଁ । ବାବାସାହେବ ଆମ୍ବେଦକର ଦ୍ବାରା ପ୍ରସ୍ତୁତ ସମ୍ବିଧାନକୁ ନଷ୍ଟ କରିବା ପାଇଁ ଏହା ଏକ ଷଡଯନ୍ତ୍ର ଅଟେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.