ETV Bharat / bharat

ନାଶିକରେ ଭୟଙ୍କର ସଡକ ଦୁର୍ଘଟଣା, ବସ-ଟ୍ରକ ଧକ୍କାରେ 8 ମୃତ - Road Accident In Nasik

author img

By ETV Bharat Odisha Team

Published : Apr 30, 2024, 1:41 PM IST

Road Accident In Nasik
Road Accident In Nasik

Road Accident In Nasik: ଚାନ୍ଦବାଦ ନିକଟରେ ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ । 8 ଯାତ୍ରୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମୁମ୍ବାଇ: କାଳ ହେଲା ଓଭରଟେକ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଅକାରଣରେ ଲିଭିଗଲା 8 ଜୀବନ ଦୀପ । ମହାରାଷ୍ଟ୍ରର ମୁମ୍ବାଇ-ଆଗ୍ରା ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାନ୍ଦବାଦ ନିକଟରେ ଯାତ୍ରୀବାହୀ ବସ-ଟ୍ରକ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଅତି କମ୍‌ରେ 8ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 22ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଚାନ୍ଦବାଦର ଉପଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।

ସକାଳ ପ୍ରାୟ 9ଟା 15 ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏହି ଭୟଙ୍କର ଦୁର୍ଘଟଣା ଯୋଗୁଁ ମୁମ୍ବାଇ-ଆଗ୍ରା ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି । ସୂଚନା ଅନୁସାରେ, ବସଟି ଜଲଗାଓଁରୁ ବସଇ ଅଭିମୁଖେ ଯାଉଥିଲା । ତେବେ ଓଭରଟେକ କରିବା ସମୟରେ ଧକ୍କା ହୋଇଥିବା ଜଣାପଡିଛି । ତେବେ 22ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ବରଯାତ୍ରୀ ଗାଡି ଉପରେ ଓଲଟି ପଡିଲା ଟ୍ରକ; ଚାଲିଗଲା ୬ ଜୀବନ - Road accident

ଖବର ଅନୁସାରେ, ଦୁର୍ଘଟଣା ସମୟରେ ବସ୍‌ର ବେଗ ଅଧିକ ରହିଥିଲା । ଫଳରେ ଟ୍ରକକୁ ଧକ୍କା ଦେବା ପରେ ବସଟି କ୍ଷତିଗ୍ରସ୍ତ ହୋଇ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ବର୍ତ୍ତମାନ ଚାନ୍ଦବାଦ ପୋଲିସ ଏବଂ ରାଜମାର୍ଗ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଟ୍ରାଫିକ ପରିଚାଳନା କରୁଥିବା ସୂଚନା ରହିଛି । ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାିଛି । ସୂଚନାଯୋଗ୍ୟ ଯେ, ମୁମ୍ବାଇ-ଆଗ୍ରା ରାଜପଥରେ ଚାନ୍ଦବାଦ ନିକଟରେ ରହିଥିବା ରାହୁଦ ଘାଟ ଅତ୍ୟନ୍ତଚ ବିପଦଜ୍ଜନକ । ଏଠାରେ ପ୍ରାୟ ଅନେକ ସମୟରେ ଦୁର୍ଘଟଣା ହେଉଥିବାର ଖବର ରହିଛି ।

ଏହା ମଧ୍ୟ ପଢନ୍ତୁ: ଖେଳାଳିଙ୍କ ବସକୁ ଧକ୍କା ଦେଲା ଟ୍ରକ; 4 ମୃତ, 10 ଆହତ

ପୂର୍ବରୁ ମଧ୍ୟ ଏଠାରେ ଏକ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏହାପରେ ଆରଟିଓ ପକ୍ଷରୁ ଏହି ସ୍ଥାନକୁ ଦୁର୍ଘଟଣା ପ୍ରବଣ ଅଞଚଳ ଭାବେ ଘୋଷଣା କରିଥିଲା । ଏହି ସ୍ଥାନରେ ଦୁର୍ଘଟଣାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.