ETV Bharat / bharat

ଖେଳାଳିଙ୍କ ବସକୁ ଧକ୍କା ଦେଲା ଟ୍ରକ; 4 ମୃତ, 10 ଆହତ

author img

By ETV Bharat Odisha Team

Published : Feb 18, 2024, 2:03 PM IST

Amravati Accident: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ-ଟ୍ୟାଙ୍କର ଧକ୍କାରେ 4 ମୃତ, 10 ଆହତ । କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ବସରେ ଯାଉଥିଲେ 15 ଜଣ ଯୁବକ । ଅଧିକ ପଢନ୍ତୁ

Amravati Accident
କ୍ରିକେଟ ଖେଳିବାକୁ ଯାଉଥିବା ବସକୁ ଧକ୍କା ଦେଲା ଟ୍ୟାଙ୍କର

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଯାଉଥିବା ଗୋଟିଏ ବସ ଟ୍ରକ ସହ ଧକ୍କା ହେବା ଫଳରେ 4 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ 10 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ସେହି ବସରେ ପାଖାପାଖି 15 ଜଣ ଯୁବକ ଯାଉଥିବା ଜଣାପଡିଛି ।

ଆଜି (ରବିବାର) ସକାଳ 9ଟା ସମୟରେ ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ନନ୍ଦଗାଁ ଖଣ୍ଡେଶ୍ୱର ରାଜରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ସିମେଣ୍ଟ କଂକ୍ରିଟ ମିକ୍ଚର ଟ୍ରକ ଓ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଯୁବକମାନଙ୍କୁ ଉଦ୍ଧାର କରିବା ସହ ଏନେଇ ପୋଲିସକୁ ଖବର ଦେଇଥିଲେ ।

ସେମାନଙ୍କ କହିବା ଅନୁଯାୟୀ, ଟାଙ୍କର ବସକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ଓ ସେହିଠାରେ ହିଁ 4 ଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଏନେଇ ଖବର ପାଇବା ପରେ ନନ୍ଦଗାଁ ଖଣ୍ଡେଶ୍ୱର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅମରାବତୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏହାମଧ୍ୟ ପଢନ୍ତୁ... ଟ୍ରକ-ଟାଭେରା ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୫ ମୃତ

ସୂଚନା ଅନୁଯାୟୀ, ୟାଭତମାଲ ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ସେଠାରେ ଖେଳିବାକୁ ଯୁବକମାନେ ଯାଉଥିଲେ । ତେବେ ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ଯୁବକ ଅମରାବତୀ ଜିଲ୍ଲାର ହୋଇଥିବା ଜଣାପଡିଛି । ମୃତକମାନେ ହେଉଛନ୍ତି ଶ୍ରୀହରି ରାଉତ, ଆୟୁଷ ବାହାଲେ, ସୁୟାଶ ଅମ୍ବ୍ରତେ, ସନ୍ଦେଶ ପଦାର ।ଏମାନଙ୍କ ଘର ଅମରାବତୀରେ । ଅନ୍ୟପଟେ ନନ୍ଦଗାଁ ଖଣ୍ଡେଶ୍ୱର ଥାନା ଇନସ୍ପେକ୍ଟର ସୋଲାଙ୍କେଙ୍କ ସୂଚନା ଅନୁଯାୟୀ, କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡିନଥିବା ବେଳେ ଏହାର ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.