ETV Bharat / bharat

ବରଯାତ୍ରୀ ଗାଡି ଉପରେ ଓଲଟି ପଡିଲା ଟ୍ରକ; ଚାଲିଗଲା ୬ ଜୀବନ - Road accident

author img

By ETV Bharat Odisha Team

Published : Apr 30, 2024, 9:19 AM IST

Updated : Apr 30, 2024, 9:56 AM IST

ବରଯାତ୍ରୀ ଗାଡି ଉପରେ ଓଲଟିଗଲା ଟ୍ରକ; ଚାଲିଗଲା ୬ ଜୀବନ
ବରଯାତ୍ରୀ ଗାଡି ଉପରେ ଓଲଟିଗଲା ଟ୍ରକ; ଚାଲିଗଲା ୬ ଜୀବନ

ROAD ACCIDENT: ବିହାରର ଭାଗଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଯାତ୍ରୀ ଗାଡି ଉପରେ ଟ୍ରକ ଓଲଟି ପଡିବାରୁ ୬ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ପାଟନା: ସ୍କର୍ପିଓରେ ବସି ହସଖୁସିରେ ବରଯାତ୍ରୀ ଯାଉଥିଲେ । ହେଲେ କିଏ ବା ଜାଣିଥିଲା, କନ୍ୟାଘରେ ପହଞ୍ଚିବା ପୂର୍ବରୁ ବାଟରେ ଛକି ବସିଛି ମୃତ୍ୟୁ । ବରଯାତ୍ରୀ ଯାଉଥିବା ବେଳେ ବାଟରେ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ସ୍କର୍ପିଓ ଉପରେ ଓଲଟି ପଡିଲା । ଆଉ ନିମିଷକରେ ଚାଲିଗଲା ୬ ଜୀବନ । ଗତକାଲି (ସୋମବାର) ବିଳମ୍ବିତ ରାତିରେ ବିହାରର ଭାଗଲପୁରରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ତଳେ ଚାପି ହୋଇ ଜଣେ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଭାଗଲପୁର ଅନ୍ତର୍ଗତ ଆମାପୁର ଗାଁ ନିକଟ ୮୦ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଗାଡିରେ ମୋଟ ୯ ଜଣ ଯାତ୍ରା କରୁଥିଲେ । ସମସ୍ତେ ଗୋଟିଏ ସ୍କର୍ପିଓରେ ବସି ମୁଙ୍ଗେରରୁ ଶ୍ରୀମତପୁର ଗାଁକୁ ବରଯାତ୍ରୀରେ ଯାଉଥିଲେ । ଆମାପୁର ଗାଁ ଦେଇ ଯାଉଥିବା ସମୟରେ ସେହି ବାଟରେ ଯାଉଥିବା ଗୋଟିଏ ଟ୍ରକର ଟାୟାର ଫାଟି ଯାଇଥିଲା । ଆଉ ଟ୍ରକଟି ଅନିୟନ୍ତ୍ରିତ ହୋଇ ସ୍କର୍ପିଓ ଉପରେ ଓଲଟି ପଡିଥିଲା । ଯାହାଫଳରେ ସ୍କର୍ପିଓରେ ଥିବା ଯାତ୍ରୀମାନେ ଟ୍ରକ ତଳେ ଚାପି ହୋଇ ଆଖି ବୁଜିଥିଲେ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି ।

ଏହା ମଧ୍ୟ ପଢନ୍ତୁ: ଛତିଶଗଡରେ ଟ୍ରକକୁ ପିଟିଲା ପିକଅପ: ମହିଳା ଓ ଶିଶୁଙ୍କ ସମେତ ଜୀବନ ହରାଇଲେ 9 - Accident In Chhattisgarh

ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଏହି ଦୁର୍ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ଅନୁଗୋଳରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ - Road Accident

ଏହା ମଧ୍ୟ ପଢନ୍ତୁ: ରାସ୍ତାକଡରେ ଟ୍ରକକୁ ଧକ୍କା ଦେଲା କାର୍, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ - Road Accident


Last Updated :Apr 30, 2024, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.