ETV Bharat / bharat

ଛତିଶଗଡରେ ଟ୍ରକକୁ ପିଟିଲା ପିକଅପ: ମହିଳା ଓ ଶିଶୁଙ୍କ ସମେତ ଜୀବନ ହରାଇଲେ 9 - accident in Chhattisgarh

author img

By ETV Bharat Odisha Team

Published : Apr 29, 2024, 7:50 AM IST

Updated : Apr 29, 2024, 9:54 AM IST

ଛତିଶଗଡରେ ଟ୍ରକକୁ ପଟିଲା ପିକଅପ: ମହିଳା ଓ ଶିଶୁଙ୍କ ସମେତ 8 ମୃତ, 20ରୁ ଅଧିକ ଆହତ
ଛତିଶଗଡରେ ଟ୍ରକକୁ ପଟିଲା ପିକଅପ: ମହିଳା ଓ ଶିଶୁଙ୍କ ସମେତ 8 ମୃତ, 20ରୁ ଅଧିକ ଆହତ

Many killed in a accident in Chhattisgarh: ମହିଳା ଓ ଶିଶୁଙ୍କ ସମେତ 9 ମୃତ, 20ରୁ ଅଧିକ ଆହତ । ଗତକାଲି ବିଳମ୍ବିତ ରାତିରେ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁର୍ଘଟଣା । ଅଧିକ ପଢନ୍ତୁ

ରାୟପୁର: ଛତିଶଗଡ ବେମେତାରା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ପିକଅପ ଭ୍ୟାନ ଓ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 9ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 5ଜଣ ମହିଳା ଓ ଅବଶିଷ୍ଟ 3ଶିଶୁ ଥିବା ପ୍ରାଥମିକ ଭାବେ ଜଣାପଡିଛି । ପ୍ରାୟ 20ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତରଙ୍କୁ ଅନ୍ୟତ୍ର ମଧ୍ୟ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ତେବେ ଗତକାଲି (ରବିବାର) ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇପାରିନି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଦେଇଥିବା ତଥ୍ୟ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାଠିଆଗ୍ରାମ ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମଧ୍ୟରେ ଧକ୍କା ହୋଇଛି । ପିକଅପ ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ସମସ୍ତ ମୃତାହତ ସ୍ଥାନୀୟ ପାଥାରା ଗ୍ରାମର ବାସିନ୍ଦା । ସେମାନେ ତିରାଇୟା ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ବିଳମ୍ବିତ ରାତିରେ ଫେରୁଥିଲେ । ରାସ୍ତାକଡରେ ଏକ ଟ୍ରକ ଛିଡା ହୋଇଥିବା ବେଳେ ଏହି ପିକଅପ ଭ୍ୟାନଟି ଦୃତଗତିରେ ଟ୍ରକ ସହ ପିଟି ହୋଇଥିଲା । ଏଥିରେ ଘଟଣାସ୍ଥଳରେ 5ମହିଳା ଓ 3ଶିଶୁଙ୍କ ସମେତ ମୋଟ 8ଜଣଙ୍କ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଜଗତସିଂହପୁର ବିଜେଡିରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ! - Jagatsinghpur BJD

ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ମଧ୍ୟ ଜାରି ରଖିଛି । ତେବେ ମାତ୍ରାଧିକ ବେଗ କିମ୍ବା ଅନ୍ୟ କୌଣସି କାରଣରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥାଏ ପାରେ ବୋଲି ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି । ଅନ୍ୟପଟେ ଆହତଙ୍କ ସଂଖ୍ୟା ଦୃଷ୍ଟିରୁ ଗାଡିରେ କ୍ଷମତାଠାରୁ ଅଧିକ ଲୋକେ ଅସୁରକ୍ଷିତ ଭାବେ ଯାତ୍ରା କରୁଥିବା ମଧ୍ୟ ସନ୍ଦେହ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 29, 2024, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.