ETV Bharat / bharat

ଦେଶର ୩୦ ଏୟାରପୋର୍ଟକୁ ବମରେ ଉଡାଇବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି - airport Bomb threat

author img

By ETV Bharat Odisha Team

Published : Apr 30, 2024, 10:00 AM IST

Bomb threat to airport
Bomb threat to airport

Bomb threat to airport: ଦେଶର ୩୦ ଏୟାରପୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ । ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପୁଣି ବିମାନବନ୍ଦରରେ ବୋମା ବିସ୍ଫୋରଣ ଧମକ । ବନାରସ ସମେତ ଦେଶର ୩୦ଟି ବିମାନବନ୍ଦରରକୁ ବୋମା ବିସ୍ଫୋରଣରେ ଉଡାଇବାକୁ ଧମକ ଦିଆଯାଇଛି । ବିମାନବନ୍ଦରର ଅଫିସିଆଲ ମେଲ ଆଇଡିରେ ଏଭଳି ଧମକପୂର୍ଣ୍ଣ ମେସେଜ ଆସିବା ପରେ ଏୟାରପୋର୍ଟ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଯାଞ୍ଚ ଜୋରଦାର ରହିଛି । ଅନ୍ୟପଟେ ଧମକ ଦେଇଥିବା ବ୍ୟକ୍ତିଙ୍କ ବିଷୟରେ ଏବେସୁଦ୍ଧା କୌଣସି ତଥ୍ୟ ମିଳିପାରିନାହିଁ ।

ଏହାମଧ୍ୟ ପଢନ୍ତୁ.. ଦେଶର 4 ବିମାନ ବନ୍ଦରରେ ଖଞ୍ଜାଯାଇଛି ବୋମା, ଧମକପୂର୍ଣ୍ଣ ମେଲ ପରେ ଖେଳିଗଲା ଆତଙ୍କ - Kolkata Airport

ଏୟାରପୋର୍ଟ ଅଧିକାରୀଙ୍କ ସୂଚନା ମୁତାବକ, ବାରାଣସୀ ଏୟାରପୋର୍ଟର ଅଫିସିଆଲ ଇମେଲ ଆଇଡିକୁ ସୋମବାର ରାତିରେ ଏକ ମେଲ ଆସିଥିଲା । ଏହି ମେଲରେ ଲେଖାଯାଇଥିଲା ଯେ, ୩୦ ଏୟାରପୋର୍ଟରେ ବମ ଫିଟ୍ କରାଯାଇଛି ଓ ରିମୋର୍ଟ ଦବାଇବା କ୍ଷଣି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେବ । ଏହି ମେଲ ମିଳିବା ପରେ ଏୟାରପୋର୍ଟରେ ହାଇ ସିକ୍ୟୁରିଟି ଟିମ୍ ପକ୍ଷରୁ ତତକାଳୀନ ଏକ ବୈଠକ ଡକାଯାଇଥିଲା । ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି । ଏୟାରପୋର୍ଟର ସମସ୍ତ ଗେଟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଚେକିଂ ମଧ୍ୟ ଜୋରଦାର ରହିଛି ।

ଏହାମଧ୍ୟ ପଢନ୍ତୁ.. 'ମୁମ୍ବାଇ ଏୟାରପୋର୍ଟର ଟର୍ମିନାଲ-1ରେ ଅଛି ବୋମା', କଲ୍‌ରେ ଏମିତି କହିଲେ ଅଜଣା ବ୍ୟକ୍ତି - Mumbai Airport Receives Bomb Call

ଅନ୍ୟପଟେ ଏନେଇ ଦିଲ୍ଲୀ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ଏବେସୁଦ୍ଧା ଧମକ ଦେଇଥିବା ଆତତାୟୀ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ଆସିଥିବା ଧମକପୂର୍ଣ୍ଣ ମେସେଜରେ ହିନ୍ଦୀ ଭାଷାରେ ଲେଖାଯାଇଥିବା ବେଳେ ସେଥିରେ ଏକ ବମର ଇମୋଜୀ ମଧ୍ୟ ରହିଥିଲା । ମେଲ ମିଳିବା ପରେ ଏୟାରପୋର୍ଟର କନଫରେନ୍ସିଙ୍ଗ ହଲରେ ଜରୁରୀକାଳୀନ ବୈଠକ ମଧ୍ୟ ଡକାଯାଇଥିଲା । ଏଥିରେ ସିଆଇଏସଏଫ ଓ ଉତ୍ତରପ୍ରଦେଶ ପୋଲିସ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପରେ ବିମାନବନ୍ଦରରେ ଆଲର୍ଟ ମଧ୍ୟ ଘୋଷଣା କରାଯାଇଛି । ଏୟାରପୋର୍ଟ ନିକଟତମ ଗାଁଗୁଡିକରେ ବି ମିଳିତ ଯାଞ୍ଚ କରାଯାଇଛି ।

ସିଆଇଏସଏଫର ବରିଷ୍ଠ କମାଣ୍ଡାଣ୍ଟ୍ ଅଜୟ କୁମାର କହିଛନ୍ତି ଯେ, ସୋମବାର ଏକ ଅଜଣା ଇମେଲ ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ନିକଟକୁ ଆସିଥିଲା । ଯେଉଁଥିରେ ବାରାଣସୀ ସମେତ ଦେଶର ଅନ୍ୟ ୩୦ଟି ଏୟାରପୋର୍ଟକୁ ବୋମା ବିସ୍ଫୋରଣରେ ଉଡାଇଦେବାକୁ ଧମକ ଦିଆଯାଇଛି । ଯଦିଓ ଏହା କାହାର ପାଗଳାମୀ ବୋଲି ଜଣାପଡୁଛି ତଥାପି ସତର୍କତା ଅବଲମ୍ବନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.