ETV Bharat / bharat

ମୋଦିଙ୍କ ମିଛ ଫ୍ୟାକ୍ଟ୍ରି ଆଉ କାମ କରିବନି, ନିଶ୍ଚିତ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବ: ଖଡ଼ଗେ - Kharge Targets Modi

author img

By ETV Bharat Odisha Team

Published : Apr 27, 2024, 7:12 PM IST

Kharge Targets Modi
Kharge Targets Modi

Kharge Targets Modi: ଆସାମ ଜନସଭାରେ ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ । କହିଲେ 'ମୋଦିଙ୍କ ମିଛ ଫ୍ୟାକ୍ଟ୍ରି ଆଉ କାମ କରିବନି, ନିଶ୍ଚିତ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବ' । ଅଧିକ ପଢନ୍ତୁ

ଦିସପୁର: କଂଗ୍ରେସର ନିର୍ବାଚନୀ ଇସ୍ତାହାର ବିରୋଧରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଯୋଗ ପରେ ଆଜି (ଶନିବାର) ଆସାମ ବାରପେଟାରେ ବର୍ଷିଛନ୍ତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ । ମୋଦିଙ୍କ ମିଛି ଫ୍ୟାକ୍ଟ୍ରି ସବୁଦିନ ଲାଗି କାମ କରିବନି, ନିଶ୍ଚିତ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବ ବୋଲି କହିଛନ୍ତି ଖଡ଼ଗେ । ଏହାସହିତ ବେରୋଜଗାର ପ୍ରସଙ୍ଗ ଉଠାଇ ଖଡ଼ଗେ କହିଛନ୍ତି ଯେ ଦେଶରେ ଏବେ ବେରୋଜଗାର ପ୍ରମୁଖ ସମସ୍ୟା ପାଲଟିଛି । ପ୍ରାୟ 65 ପ୍ରତିଶତ ଯୁବପିଢି ଶିକ୍ଷିତ ହେବା ସତ୍ତ୍ବେ ସେମାନଙ୍କ ନିକଟରେ ଚାକିରି ନାହିଁ ।

ଖଡ଼ଗେ ବାରପେଟା ଜିଲ୍ଲା କୟାକୁଚି ଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, "ଇଣ୍ଡିଆ ମେଣ୍ଟ ନିଶ୍ଚିତ ଭାବେ କ୍ଷମତାକୁ ଆସିବ ଓ ବିଜେପିକୁ ରୋକିବ । ମୋଦିଙ୍କ ବିଜେପି ସରକାରର ବିନାଶ ଘଟିବ । ଯଦି ଆମ ସରକାର କ୍ଷମତାକୁ ଆସିବ, ତେବେ ଆମେ ଦେଶର ବଢୁଥିବା ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବୁ । ଏହାସହିତ ଆମ ଫୋକସ ଗରିବ ଶ୍ରେଣୀର ଲୋକଙ୍କ ଉପରେ ରହିବ । ଏହାସହିତ ସରକାରୀ ବିଭାଗରେ ଖାଲି ପଡ଼ିଥିବା 30 ଲକ୍ଷ ପଦବୀକୁ ଆମେ ପୂରଣ କରିବୁ ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖଡ଼ଗେ 'ମିଛୁଆଙ୍କ ସର୍ଦ୍ଦାର' ସମ୍ବୋଧନ କରି କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦି ବାର୍ଷିକ 2 କୋଟି ନିଯୁକ୍ତି, କଳାଧନକୁ ଦେଶକୁ ଫେରାଇ ଆଣିବା ଓ ଚାଷୀଙ୍କ ରୋଜଗାରକୁ ଦ୍ବିଗୁଣିତ କରିବ ବୋଲି ପ୍ରତିଶୃତି ଦେଇଥିଲ । ମୋଦିଙ୍କ ଏହି ମିଛର ଫ୍ୟାକ୍ଟ୍ରି ଆଉ ବେଶି ଦିନ ରହିବ ନାହିଁ । ଏପରିକି ସେ କଂଗ୍ରେସର ନ୍ୟାୟ ପତ୍ରକୁ ମୁସଲିମ ଲିଗଙ୍କ ନ୍ୟାୟ ପତ୍ର ବୋଲି କହିଛନ୍ତି । ଏହା ସମ୍ପୂର୍ଣ୍ଣ ମିଛ କଥା । ବିଜେପି ଓଲଟା ଜନତାଙ୍କଠୁ ଲୁଟି ଏହାକୁ ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ହାତରେ ଦେଉଛି । ଯେତେବେଳେ ରାହୁଲ ଗାନ୍ଧୀ ସାରା ଦେଶରେ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଭାଙ୍ଗିବା କାର୍ଯ୍ୟ କରୁଥିଲେ ।"

ଏହା ବି ପଢନ୍ତୁ- ମୋଦିଙ୍କୁ ନ୍ୟାୟପତ୍ର ବୁଝାଇବେ ଖଡଗେ, ମାଗିଲେ ସମୟ

ଖଡ଼ଗେ ଆହୁରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲିରେ ଲଗାତାର ଭାବେ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି । ଏହାର ଅର୍ଥ ସେ କ୍ଷମତା ହରାଇବା ନେଇ ଭୟଭୀତ ଅଛନ୍ତି । ୟିଏକି ଗରିବଙ୍କ ଦୁଃଖ ବୁଝିପାରିନି, ସେ କ୍ଷମତାରେ ରହିବା ଉଚିତ ନୁହେଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.