ETV Bharat / bharat

ଆମେରିକାରେ ହାଇଦ୍ରାବାଦ ଛାତ୍ରଙ୍କ ମୃତ୍ୟୁ, ମାସେ ହେଲା ଥିଲେ ନିଖୋଜ - Hyderabad Student Dies In US

author img

By ETV Bharat Odisha Team

Published : Apr 9, 2024, 11:14 AM IST

Hyderabad Student Dies In US: ମାସେ ହେଲା ଆମେରିକାରେ ନିଖୋଜ ଥିଲେ ଭାରତୀୟ ଛାତ୍ର । ଏବେ ମିଳିଲା ମୃତଦେହ । ଆମେରିକାରେ ଭାରତୀୟ ଛାତ୍ର ମୃତ୍ୟୁର ସପ୍ତାହକରେ ଏହା ଦ୍ବିତୀୟ ଘଟଣା । ଅଧିକ ପଢନ୍ତୁ

Hyderabad Student Dies In US
Hyderabad Student Dies In US

ହାଇଦ୍ରାବାଦ: ଭାରତୀୟଙ୍କ ପାଇଁ ଅସୁରକ୍ଷିତ ଆମେରିକା । ଅନେକ ସମୟରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ଏବଂ ହତ୍ୟା ଖବର ସାମ୍ନାକୁ ଆସୁଛି । ଏବେ ଆମେରିକାର ଓହିଓ ପ୍ରଦେଶରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ର ହେଲେ ହାଇଦ୍ରାବାଦ ନାଚାରାମର ମହମ୍ମଦ ଅବଦୁଲ ଅରଫତ । ବୟସ 25 ବର୍ଷ । ଗତମାସରେ ସେ ନିଖୋଜ ହୋଇଯାଇଥିବା ବେଳେ ଏବେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆମେରିକାରେ ଭାରତୀୟ ଛାତ୍ର ମୃତ୍ୟୁର ଚଳିତ ସପ୍ତାହରେ ଏହା ଦ୍ବିତୀୟ ଘଟଣା ହୋଇଥିବା ବେଳେ ଚଳିତ ବର୍ଷର ଏହା 11ତମ ଘଟଣା ଅଟେ ।

ସୂଚନା ଅନୁସାରେ, ମହମ୍ମଦ ଗତବର୍ଷ ମେ' ମାସରେ ଆମେରିକା ଯାଇଥିଲେ । କ୍ଲେଭେଲାଣ୍ଡ ୟୁନିଭରସିଟିରେ ପିଜି କରୁଥିଲେ । କ୍ଲେଭଲାଣ୍ଡରୁ ତାଙ୍କ ମୃତଦେହ ମିଳିଥିବା ନେଇ ନ୍ୟୁୟର୍କରେ ରହୁଥିବା ଭାରତୀୟ କନସୁଲେଟ ଜେନେରାଲ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ତାଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିବା ସହିତ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ନେଇ ସ୍ଥାନୀୟ ଏଜେନ୍ସିକୁ କହିଥିବା ସେ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହରେ ତୃତୀୟ ଘଟଣା

ସୂଚନା ଅନୁସାରେ, ଗତ ମାସରେ ହଠାତ ମହମ୍ମଦ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏହି ଭାରତୀୟ ଛାତ୍ରଙ୍କୁ ଖୋଜିବା ପାଇଁ କସରତ ଆରମ୍ଭ ହୋଇଥିଲା । ତେବେ ମହମ୍ମଦଙ୍କ ବାପାଙ୍କ କହିବା ଅନୁସାରେ, ପୁଅଙ୍କ ସହିତ ସେ ମାର୍ଚ୍ଚ 7 ତାରିଖରେ କଥା ହୋଇଥିଲେ । ସେବେଠାରୁ ତାଙ୍କର ପରିବାର ସହିତ ଆଉ ଯୋଗାଯୋଗ ହୋଇପାରିନଥିଲା । ତାଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ରହିଥିଲା । ତାଙ୍କୁ ଶୀଘ୍ର ଖୋଜିବା ପାଇଁ ଆମେ ସ୍ଥାନୀୟ ଆଇନ ପ୍ରଣୟନକାରୀ ସଂସ୍ଥା ସହିତ କାର୍ଯ୍ୟ କରୁଛୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଥିଲା ।

ତେବେ ମହମ୍ମଦଙ୍କ ରୁମମେଟ ଏନେଇ ପୋଲିସରେ ଅଭିଯୋଗ କରିଥିବା ତାଙ୍କ ବାପାଙ୍କୁ ସୂଚନା ଦେଇଥିଲେ । ଇତିମଧ୍ୟରେ ମାର୍ଚ୍ଚ 19 ତାରିଖରେ ତାଙ୍କ ପରିବାରକୁ ଏକ କଲ୍ ଆସିଥିବା ବେଳେ ଡ୍ରଗ୍ସ ବିକ୍ରୟ କରୁଥିବା ଏକ ଗ୍ୟାଙ୍ଗ ଦ୍ୱାରା ମହମ୍ମଦଙ୍କୁ ଅପହହରଣ କରାଯାଇଛି ଏବଂ ପୁଅକୁ ପାଇବା ପାଇଁ ଅପହରଣକାରୀ 1200 ଡଲାର ମାଗିଥିଲେ ବୋଲି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି ।

ମହମ୍ମଦଙ୍କ ବାପା ଆହୁରି ମଧ୍ୟ କହିଛନ୍ତି, "ଯଦି ଟଙ୍କା ନଦେବେ ତାହେଲେ ପୁଅର କିଡନୀ ବିକ୍ରି କରିଦେବା ନେଇ ମଧ୍ୟ ଅପହରଣକାରୀ ଧମକ ଦେଇଥିଲେ । ମୁଁ ଟଙ୍କା ଦେବା ପାଇଁ ହଁ କହିଥିଲି କିନ୍ତୁ ପୁଅ ସହ କଥା ହେବା ପାଇଁ କହିବାରୁ ସେମାନେ ମନା କରିଦେଇଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.