ETV Bharat / bharat

ପ୍ରଚାର କରିବାକୁ ମନ ବଳାଇଲେଣି ମନୀଷ ସିସୋଦିଆ, କୋର୍ଟରେ କଲେ ଜାମିନ ଆବେଦନ - Manish Sisodia bail petition

author img

By ETV Bharat Odisha Team

Published : Apr 12, 2024, 1:13 PM IST

Manish Sisodia bail petition
Manish Sisodia bail petition

Manish Sisodia bail petition: ଲୋକସଭା ନିର୍ବାଚନରେ ପ୍ରଚାର କରିବାକୁ ଚାହୁଁଛନ୍ତି ମନୀଷ ସିସୋଦିଆ । କୋର୍ଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କଲେ ସିସୋଦିଆ । ଆଜି ଶୁଣାଣି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ଆବେଦନ କଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମନୀଷ ସିସୋଦିଆ ଆଜି (ଶୁକ୍ରବାର) ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ସାମିଲ ହେବାକୁ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ନିବେଦନ କରିଛନ୍ତି । ଏହି ଆବେଦନର ଶୁଣାଣି ଆଜି ଅପରାହ୍ନ 2ଟା ହେବା ନେଇ ସୂଚନା ରହିଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ଘଟଣାରେ ଟଙ୍କା ହେରଫେର ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ଆପ୍ ନେତା ମନୀଷ ସିସୋଦିଆ । 10 ଏପ୍ରିଲରେ ନ୍ୟାୟିକ ହେପାଜତ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ବିଚାରପତି ଏହି ମାମଲାର ଶୁଣାଣି କରି ପୁଣି 18 ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ବୃଦ୍ଧି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ନିଯୁକ୍ତି ଅନିୟମିତତା ଅଭିଯୋଗରେ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବରଖାସ୍ତ - Kejriwals Private Secretary Sacked

2023ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ: ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରଥମେ ଅଗଷ୍ଟ 2022ରେ ଗିରଫ ହୋଇଥିଲେ ସିସୋଦିଆ । ଅନ୍ୟ ଅଭିଯୁକ୍ତଙ୍କ ସହ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା । ଏହାପରେ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ 26 ଫେବୃଆରୀ 2023ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ସେବେ ଠାରୁ ସେ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି । ସିସୋଦିଆ ଫେବ୍ରୁଆରୀ 2023ରେ ଦିଲ୍ଲୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ..ଜେଲରେ ଭାବୁକ ହେଲେ ସିସୋଦିଆ: ଲେଖିଲେ ଚିଠି, 'ଲଭ ୟୁ ଅଲ୍, ଖୁବଶୀଘ୍ର ଦେଖା ହେବା' - SISODIA LETTER FROM TIHAR JAIL

ଏହି ମାମଲାରେ ସେ ଜାମିନ ପାଇଁ ଅନେକ ଆବେଦନ କରିଛନ୍ତି କିନ୍ତୁ ତାଙ୍କୁ ଜାମିନ ମିଳିନାହିଁ । ଏହି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପର ଅନେକ ନେତା ଗିରଫ ହୋଇଛନ୍ତି । ମନୀଷ ସିସୋଦିଆଙ୍କ ପରେ ଆପ ନେତା ସଞ୍ଜୟ ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ସଞ୍ଜୟ ସିଂ ବର୍ତ୍ତମାନ ଜାମିନ ପାଇସାରିଛନ୍ତି । ଅନ୍ୟପଟେ ମାର୍ଚ୍ଚ 21ତାରିଖରେ ଇଡି ମଧ୍ୟ ଏହି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଜେଲରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.