ETV Bharat / bharat

ନିଯୁକ୍ତି ଅନିୟମିତତା ଅଭିଯୋଗରେ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବରଖାସ୍ତ - Kejriwals Private Secretary Sacked

author img

By ETV Bharat Odisha Team

Published : Apr 11, 2024, 9:58 PM IST

Kejriwal's Private Secretary Bibhav Kumar Sacked: ପଦରୁ ହଟିଲେ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର । ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ନେଲା କାର୍ଯ୍ଯାନୁଷ୍ଠାନ । ଅଧିକ ପଢନ୍ତୁ

ନିଯୁକ୍ତି ଅନିୟମିତତା ଅଭିଯୋଗରେ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବରଖାସ୍ତ
ନିଯୁକ୍ତି ଅନିୟମିତତା ଅଭିଯୋଗରେ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବରଖାସ୍ତ

ନୂଆଦିଲ୍ଲୀ: ମଦ ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଜି ଆଉ ଏକ ଝଟକା ଲାଗିଛି । ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଆଜି ପଦରୁ ବରଖାସ୍ତ କରାଯାଇଛି । ନିଯୁକ୍ତି ସମୟରେ ଅନିୟମିତତା ଓ ସର୍ତ୍ତାବଳୀ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗରେ ଆଜି ଆଜି ଭିଜିଲାନ୍ସ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ପଦରୁ ହଟାଇ ଦେଇଛନ୍ତି ।

ତେବେ କେବଳ ନିଯୁକ୍ତି ସର୍ତ୍ତାବଳିରେ ଅନିୟମିତତା ନୁହେଁ ବରଂ ବିଭବଙ୍କ ନାମ ଦିଲ୍ଲୀ ମଦ ଘୋଟାଲାରେ ମଧ୍ୟ ସମ୍ପୃକ୍ତ ଅଛି । ସେ ମଧ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ରାଡାରରେ ରହିଛନ୍ତି । ତାଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ମଧ୍ୟ କରିସାରିଛି । ତେବେ ଅନ୍ୟ ଏକ ରୋଚକ କଥା ହେଉଛି କେଜ୍ରିଓ୍ବାଲଙ୍କ ପରିବାର ଓ ସମ୍ପର୍କୀୟଙ୍କ ବ୍ୟତୀତ ବିଭବ ମଧ୍ୟ କେଜ୍ରିଓ୍ବାଲଙ୍କୁ ଜେଲରେ ସାକ୍ଷାତ କରି ଫେରିଥିଲେ । ଆଜି ବିଭାବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମାମଲାରେ ଭିଜିଲାନ୍ସ ନିର୍ଦ୍ଦେଶାଳୟର ସ୍ବତନ୍ତ୍ର ସଚିବ ରାଜାଶେଖରଙ୍କ ଦସ୍ତକ୍ଷତରେ ଏକ ନିର୍ଦ୍ଦେଶ ପ୍ରକାଶ ପାଇଛି । ସେଥିରେ ବିଭବଙ୍କୁ ପଦରୁ ବରଖାସ୍ତ କରାଯାଉଥିବା ଓ ତାଙ୍କ ନିଯୁକ୍ତି ଉଚିତ ପ୍ରକ୍ରିୟା ଅନୁସରଣ କରାଯାଇ ହୋଇନଥିବା ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢନ୍ତୁ :- ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ - BJD announces candidates

କେଜ୍ରିଓ୍ବାଲ ଏବେ ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଥିବା ବେଳେ ତାଙ୍କ ଅଡୁଆ କ୍ରମାଗତ ଭାବେ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଗିରଫଦାରୀକୁ ଦିଲ୍ଲୀ ହୋଇକୋର୍ଟ ବୈଧ ବୋଲି ରାୟ ଦେବା ସହ ଆବଦନର ଖାରଜ କରିଛନ୍ତି । ଏହା ବିରୋଧରେ ସେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାର ଶୁଣାଣି ସୋମବାର ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଦଳ ଓ ସରକାରରେ ମଧ୍ୟ ଅସ୍ଥିରତା ଦେଖାଯିବା ଆରମ୍ଭ କଲାଣି । ଗତକାଲି କ୍ୟାବିନେଟ ସହଯୋଗୀ ତଥା ଦିଲ୍ଲୀ ସମାଜିକ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦ ଉଭୟ ମନ୍ତ୍ରୀପଦ ଓ ଦଳରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ତେବେ କୌଣସି ପରିସ୍ଥିତିରେ ‘ଆମ ଆଦମୀ ପାର୍ଟି’ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ଏବେ ତିହାର ଜେଲରେ ବନ୍ଦ ଥିବା କେଜ୍ରିଓ୍ବାଲ ମୁଖ୍ଯମନ୍ତ୍ରୀ ଭାବେ ସରକାରୀ କାମ ମଧ୍ୟ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.