ETV Bharat / politics

ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ - BJD announces candidates

author img

By ETV Bharat Odisha Team

Published : Apr 11, 2024, 6:34 PM IST

Updated : Apr 11, 2024, 8:33 PM IST

BJD announces 9 Assembly, one ls candidates: ବାଲେଶ୍ବରରୁ ବିଜେଡିର ସାଂସଦ ପ୍ରାର୍ଥୀ ହେଲେ ଲେଖାଶ୍ରୀ । 4ର୍ଥ ପର୍ଯ୍ୟାୟରେ ଗୋଟିଏ ଲୋକସଭା ଓ 9 ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଦଳ । ଅଧିକ ପଢନ୍ତୁ

ଗୋଟିଏ ଲୋକସଭା ଓ 9 ବିଧାନସଭା ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ
ଗୋଟିଏ ଲୋକସଭା ଓ 9 ବିଧାନସଭା ପ୍ରାର୍ଥୀ ଘୋଗୋଟିଏ ଲୋକସଭା ଓ 9 ବିଧାନସଭା ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ

ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ (ବିଜେଡି) 4ର୍ଥ ପର୍ଯ୍ୟାୟରେ ଅବଶିଷ୍ଟ ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଦଳ ପୂର୍ବରୁ 20ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ବାକି ଥିବା ଏକମାତ୍ର ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ପ୍ରାର୍ଥୀ କରିଛି । ଲେଖାଶ୍ରୀ ଦୁଇଦିନ ତଳେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ ।

ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ
ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ

ସେହିପରି ବିଧାନସଭା ଆସନ ମଧ୍ୟରେ ପାରାଦ୍ବୀପରେ ସମ୍ବିତ ରାଉତରାୟଙ୍କ ପତ୍ନୀ ତଥା ଦିବଙ୍ଗତ ବରିଷ୍ଠ ନେତା ଦାମ ରାଉତଙ୍କ ବୋହୁ ଗୀତାଞ୍ଜଳି ରାଉତରାୟଙ୍କୁ ଦଳ ଟିକେଟ ଦେଇଛି । ସମ୍ବଲପୁରରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ନର୍ଲାରୁ ମନୋରମା ମହାନ୍ତି, ତେଲକୋଇରୁ ମାଧବ ସର୍ଦ୍ଦାର, ଭୁବନେଶ୍ବର-ମଧ୍ୟ ଆସନରୁ ଅନନ୍ତ ନାରାୟଣ ଜେନା, ବାଲିଗୁଡା ଚକ୍ରମଣି କହଁରଙ୍କୁ ଟିକେଟ ଚଳିତ ପର୍ଯ୍ୟାୟରେ ଟିକେଟ ମିଳିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଲିକା ଘୋଷଣା କରିବା ସହ ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଛନ୍ତି ।

କିଛି ଆସନରେ ରିପିଟ ଦେଖିବାକୁ ମିଳିଥିଲା ବେଳେ କିଛି ଆସନରେ ନୂଆ ଚେହେରା ଦେଇଛି ଦଳ । ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଦଳର ଭେଟରାନ ନେତା ପ୍ରସନ୍ନ ଆଚାର୍ଯ୍ୟ । ଅନେକ ବାଦବିବାଦ ଓ ଆଲୋଚନା ପରେ ଦଳ ପ୍ରସନ୍ନଙ୍କୁ ଟିକେଟ ଦେଇଛି । ରେଢ଼ାଖୋଲ ଆସନରେ ବିଜେଡି ପ୍ରାର୍ଥୀ ରିପିଟ କରିଛି । ରୋହିତ ପୂଜାରୀଙ୍କୁ ଦଳ ପୁନର୍ବାର ସେଠାରୁ ସୁଯୋଗ ଦେଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଆସନରେ ନୂଆ ଚେହେରା ଭାବେ ଦଳ ମାଧବ ସର୍ଦ୍ଦାରଙ୍କୁ ଭରସା କରିଛି । ବହୁଚର୍ଚ୍ଚା ପରେ ଦଳ ତାଳଚେରର ବର୍ତ୍ତମାନ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ରିପିଟ କରିଛି । ନର୍ଲ୍ଲାରୁ ମନୋରମା ମହାନ୍ତି ଟିକେଟ ପାଇଛନ୍ତି । ବାଲିଗୁଡାରେ ଚକ୍ରମଣି କହଁର ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଭୁବନେଶ୍ୱର (ମଧ୍ୟ) ଆସନରେ ଅନନ୍ତ ନାରାୟଣ ଜେନାଙ୍କୁ ମଧ୍ୟ ରିପିଟ କରିଛି ଦଳ ।

ଲୋକସଭା ପାଇଁ 33 ପ୍ରତିଶତ ମହିଳା ସଂରକ୍ଷଣ ଦେଲେ ଦଳ:-

ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କୁ 33ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଥିବା ବିଜେଡି ଚଳିତଥର ଲୋକସଭା ଟିକେଟ ଘୋଷଣା କ୍ଷେତ୍ରରେ ଏହା ପୂରଣ କରିଛି । ଦଳ ମୋଟ 21 ସଂସଦୀୟ ଆସନ ମଧ୍ୟରୁ 7ଜଣ ମହିଳା ପ୍ରାର୍ଥୀ କରିବା ସହ 33 ପ୍ରତିଶତ ମହିଳା ସଂରକ୍ଷଣ ପ୍ରତିଶୃତିକୁ ନିଶ୍ଚିତ କରିଛି । ଗତଥର ବିଜେଡିର 12 ସାଂସଦ ଜିତିଥିବା ବେଳେ ଏଥର 8ଟି ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି । ନୂଆ କରି ଟିକେଟ ପାଇଥିବା 8 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ 6ଜଣ ଅନ୍ୟ ଦଳରୁ ଆସିଥିବା ନେତା ସୁଯୋଗ ପାଇଛନ୍ତି । ସମାନ ମହିଳା ସଂରକ୍ଷଣ ଫର୍ମୁଲା ଦଳ ବିଧାନସଭା ଟିକେଟ ବଣ୍ଟନ କ୍ଷେତ୍ରରେ ମଧ୍ୟ ଆପଣାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଆଜିର ତାଲିକା ପରେ ଦଳର ବିଧାନସଭା ପ୍ରାର୍ଥୀ ସଂଖ୍ୟା 117କୁ ବୃଦ୍ଧି ପାଇଥିବା ବେଳେ ଆଉ 30 ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ଅବଶିଷ୍ଟ ପର୍ଯ୍ୟାୟରେ ମଧ୍ୟ ଦଳ 33 ପ୍ରତିଶତ ମହିଳା ସଂରକ୍ଷଣ ଅନୁପାତକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଘୋଷଣା କରିପାରେ ।

ଲୋକସଭା ଆସନ

1.ବାଲେଶ୍ବର- ଲେଖାଶ୍ରୀ ସାମନ୍ତ ସିଂହାର

ବିଧାନସଭା ଆସନ

1. ଲକ୍ଷ୍ନୀପୁର- ପ୍ରଭୁ ଜାନି

2.ପାରାଦ୍ବୀପ- ଗୀତାଞ୍ଜଳି ରାଉତରାୟ

3.ସମ୍ବଲପୁର - ପ୍ରସନ୍ନ ଆଚାର୍ଯ୍ୟ

4.ରେଢାଖୋଲ- ରୋହିତ ପୁଜାରୀ

5.ତାଳଚେର- ବ୍ରଜ କିଶୋର ପ୍ରଧାନ

6.ବାଲିଗୁଡା- ଚକ୍ରମଣି କହଁର

7 ନର୍ଲା- ମନୋରମା ମହାନ୍ତି

8.ଭୁବନେଶ୍ବର (ମଧ୍ୟ)- ଅନନ୍ତ ନାରାୟଣ ଜେନା

9. ତଲେକୋଇ- ମାଧବ ସର୍ଦ୍ଦାର

ଏହା ମଧ୍ୟ ପଢନ୍ତୁ :-ବିଜେଡିର ୩୮ ଜଣିଆ ଇସ୍ତାହାର କମିଟି; ଚନ୍ଦ୍ରଶେଖର ଅଧ୍ୟକ୍ଷ - BJD Manifesto Committee

ବିଜେଡି ଆଜି 4ର୍ଥ ପର୍ଯ୍ୟାୟ ସହ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଶେଷ କରିଥିବା ବେଳେ ବିଧାୟକ ପ୍ରାର୍ଥୀଙ୍କ ସଂଖ୍ୟା 117ରେ ପହଞ୍ଚିଛି । 21 ସଂସଦୀୟ ଆସନ ମଧ୍ୟରୁ ଅଧିକାଂଶରେ ନୂଆ ଚେହେରାଙ୍କୁ ଦଳ ସୁଯୋଗ ଦେଇଛି । ମାତ୍ର ବିଧାନସଭା ଟିକେଟ କ୍ଷେତ୍ରରେ ଦଳ ଏହାର ଠିକ ବିପରୀତ ଆଭିମୁଖ୍ୟ ଗ୍ରହଣ କରିଛି । ଅଧିକାଂଶ ସିଟିଂ ବିଧାୟକ ରିପିଟ ହୋଇଛନ୍ତି । ପର୍ଯ୍ୟାୟକ୍ରମିକ ପ୍ରାର୍ଥୀ ଘୋଷଣା ଜାରି ରଖିଥିବା ବିଜେଡି ନିର୍ବାଚନ ଇସ୍ତାହାର କମିଟି ମଧ୍ୟ ଗଠନ କରିସାରିଛି । ଦଳର ବରିଷ୍ଠ ଉପ-ସଭାପତି ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ଥିବା ବେଳେ ୬ଜଣ ସହ-ଅଧ୍ୟକ୍ଷ, ୩ଜଣ ଏକ୍ସପର୍ଟଙ୍କୁ ମିଶାଇ ମୋଟ 38 ସଦସ୍ୟ ସ୍ଥାନ ପାଇଛନ୍ତି । ଅମର ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସହ-ଆବାହକ ଭାବେ ସସ୍ମିତ ପାତ୍ର ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 11, 2024, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.