ETV Bharat / bharat

ମନୀଷ ସିସୋଦିଆ ପୁଣି ନିରାଶ, 7 ଯାଏଁ ବଢିଲା ନ୍ୟାୟିକ ହେପାଜତ ଅବଧି - SISODIA JUDICIAL CUSTODY

author img

By ETV Bharat Odisha Team

Published : Apr 24, 2024, 5:20 PM IST

Excise Scam
Excise Scam

Excise Scam: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ବସ୍ତି । ୭ ତାରିଖ ଯାଏଁ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ଝଟକା । ମେ ୭ ତାରିଖ ପର୍ଯ୍ୟନ୍ତ ବଢିଲା ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ବସ୍ତି । ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି ନେଇ ରାୟ ଶୁଣାଇଛନ୍ତି । ଆଜି (ବୁଧବାର) ଏହି ଶୁଣାଣି କରାଯାଇଥିବାବେଳେ ଭିଡିଓ କନଫରେନ୍ସ ଯୋଗେ ହାଜର ହୋଇଥିଲେ ସିସୋଦିଆ । ସୂଚନା ଅନୁସାରେ, ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ଆଜିର ମାହୋଲ ଭିନ୍ନ ରହିଥିଲା । ଓକିଲଙ୍କ ଉପରେ ଖପ୍ପା ହୋଇଥିଲେ ବିଚାରପତି । ଶୁଣାଣି ସମୟରେ ମନୀଷଙ୍କ ଓକିଲ କୋର୍ଟରୁମରୁ ବାହାରକୁ ଚାଲିଯିବାରୁ ଏଭଳି ଆଚରଣକୁ ନେଇ ବିଚାରପତି ଖପ୍ପା ହୋଇଥିଲେ । ପରେ ଏଥିପାଇଁ ସିସୋଦିଆଙ୍କ ଓକିଲ କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଚାର୍ଜଫ୍ରେମ ନକରିବାକୁ ସିବିଆଇ ଆବେଦନ କରିଥିଲା । ତେଣୁ ଆବେଦନ ପଛର କାରଣ ସମ୍ପର୍କରେ ସିବିଆଇକୁ ଉତ୍ତର ମାଗିଛନ୍ତି କୋର୍ଟ । ଏହାସହ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧିକୁ ମେ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତକାଲି (ମଙ୍ଗଳବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆରଏସ ନେତ୍ରୀ କେ କବିତାଙ୍କ ନ୍ୟାୟିକ ହେପାଜତ ଅବଧି ମଧ୍ୟ ମେ ୭ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା । ଏହାସହ ଆମ ଆଦମୀ ପାର୍ଟିର ଫଣ୍ଡ ମ୍ୟାନେଜର ଚନପ୍ରୀତ ସିଂଙ୍କୁ ଆହୁରି ୧୪ ଦିନ ଯାଏଁ ନ୍ୟାୟିକ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ...ପ୍ରଚାର କରିବାକୁ ମନ ବଳାଇଲେଣି ମନୀଷ ସିସୋଦିଆ, କୋର୍ଟରେ କଲେ ଜାମିନ ଆବେଦନ - Manish Sisodia Bail Petition

ସୂଚନା ଯୋଗ୍ୟ, ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରଥମେ ଅଗଷ୍ଟ 2022ରେ ଗିରଫ ହୋଇଥିଲେ ସିସୋଦିଆ । ଅନ୍ୟ ଅଭିଯୁକ୍ତଙ୍କ ସହ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା । ଏହାପରେ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ 26 ଫେବୃଆରୀ 2023ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ସେବେ ଠାରୁ ସେ ତିହାର ଜେଲରେ ରହିଛନ୍ତି । ସିସୋଦିଆ ଫେବ୍ରୁଆରୀ 2023ରେ ଦିଲ୍ଲୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ସାମିଲ ହେବାକୁ ନିକଟରେ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଆବେଦନ କରିଥିଲେ ସିସୋଦିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.