ETV Bharat / bharat

ସାଥୀକୁ ହତ୍ୟା କଲା ପ୍ରେମିକ, ପ୍ରେମ ପାଇଁ ପରିବର୍ତ୍ତନ କରିଥିଲେ ଲିଙ୍ଗ

author img

By ETV Bharat Odisha Team

Published : Mar 7, 2024, 6:43 AM IST

3 arrested in Eunuch death case: ଗାଜିଆବାଦରେ କିନ୍ନରଙ୍କୁ ହତ୍ୟା କଲା ପ୍ରେମିକ । ବିବାହକୁ ନେଇ ନିୟମିତ ଚାପ ପକାଇ ଆସୁଥିଲା କିନ୍ନର । ଶେଷରେ ତିନି ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

କିନ୍ନରକୁ ହତ୍ୟା କଲା ପ୍ରେମିକ, ବିବାହ ପାଇଁ କରିଥିଲେ ଲିଙ୍ଗ ପରିବର୍ତ୍ତନ
କିନ୍ନରକୁ ହତ୍ୟା କଲା ପ୍ରେମିକ, ବିବାହ ପାଇଁ କରିଥିଲେ ଲିଙ୍ଗ ପରିବର୍ତ୍ତନ

କିନ୍ନରକୁ ହତ୍ୟା କଲା ପ୍ରେମିକ, ବିବାହ ପାଇଁ କରିଥିଲେ ଲିଙ୍ଗ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରେମ ମଣିଷକୁ କିଛି ବି କରିବା ପାଇଁ ବାଧ୍ୟ କରିପାରେ । ମଣିଷର ଚିନ୍ତନ ଶକ୍ତିକୁ ମଧ୍ୟ ବେଶ ପ୍ରଭାବିତ କରିଥାଏ ପ୍ରେମ । ପ୍ରେମ ମଣିଷକୁ ଅମଣିଷ ମଧ୍ୟ ବନାଇପାରେ । ଗାଜିଆବାଦରେ ଏଭଳି ଭଳି ଏକ ଲୋମହର୍ଷଣ ଘଟଣା ସାମନାକୁ ଆସିଛି । ଯେଉଁଠି ଜଣେ ପୁରୁଷ ଆଉ ଜଣେ ପୁରୁଷକୁ ଭଲ ପାଇ ବସିଥିଲେ ଏବଂ ସେଥିପାଇଁ ନିଜର ଲିଙ୍ଗ ମଧ୍ୟ ପରିବର୍ତ୍ତନ କରି ଦେଇଥିଲେ । ହେଲେ ଯେଉଁ ପ୍ରେମିକ ପାଇଁ ନିଜର ଅସ୍ତିତ୍ବକୁ ବଦଳାଇଥିଲେ ସିଏ ହିଁ ତାକୁ ନିଜ ରାସ୍ତାରୁ ସବୁଦିନ ପାଇଁ ହଟାଇଦେଲା ।

ସୂଚନା ଅନୁଯାୟୀ, ୬ ମାର୍ଚ୍ଚରେ ଜଣେ ବ୍ୟକ୍ତିଙ୍କ ହତ୍ୟା ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା । ପୋଲିସକୁ ମୃତକଙ୍କ ପରିବାର ବର୍ଗ ଜଣାଥିଲେ ଯେ ସେ ଗହଣା ବ୍ୟବସାୟ କରୁଥିଲେ । ତେବେ ସେ ଆକାଶ ନାମକ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ । ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ସମଲିଙ୍ଗୀ ସମ୍ପର୍କକୁ ବିବାହର ରୂପ ଦେବା ପାଇଁ ୪ ବର୍ଷ ପୂର୍ବେ ନିଜର ଲିଙ୍ଗ ପରିବର୍ତ୍ତନ ଅପରେସନ କରି କିନ୍ନର ସାଜିଥିଲେ ।

ଏହା ମଧ୍ୟ ପଢନ୍ତୁ... ଅଜବ ପ୍ରେମ: ୫୦ ଲକ୍ଷ ଦେଇ ହୋଇଥିଲେ ଝିଅ, ପ୍ରେମିକ ବାହା ନହେବାରୁ ଜାଳିଦେଲେ କାର୍

ପୋଲିସ କହିବା ମୁତାବକ, ଅଭିଯୁକ୍ତ ଗୌରବ, ଆକାଶ ଓ ଉଜ୍ବଳକୁ ପଚରାଉଚୁରା କରିଥିଲା । ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ୩ ଅଭିଯୁକ୍ତ ମୃତକଙ୍କ ଠାରୁ ୧୫ ଲକ୍ଷ ଟଙ୍କା, ୩ଟି ଆଙ୍ଗୁଠି ଓ ସୁନାର ଚେନ ଧାର ନେଇଥିଲେ । ସେମାନେ ବାକି ଥିବା ଧାର କରଜକୁ ସୁଝି ଦେଇଥିଲେ କିନ୍ତୁ ଆହୁରି ଦେଢ ଲକ୍ଷ ଟଙ୍କା ବଳକା ରହିଥିଲା । ଆକାଶ ଓରଫ୍ ଟୋନି ତା ସହିତ ପ୍ରେମ ସମ୍ପର୍କରେ ଥିଲା କିନ୍ତୁ ସେ ଆକାଶ ଉପରେ ବିବାହକୁ ନେଇ ନିୟମିତ ଚାପ ପକାଇ ଆସୁଥିଲା । ଶେଷରେ ନିରୁପାୟ ହୋଇ ୬ ତାରିଖରେ ସେମାନେ ମୃତ କିନ୍ନରଙ୍କୁ ଏକ ହୋଟେଲ ରୁମକୁ ଡକାଇଥିଲେ । ସେଠାରେ ସେମାନଙ୍କ ମଧ୍ୟରେ ଝଗଡା ହେବା ସହ ମାରପିଟ ମଧ୍ୟ ହୋଇଥିଲା । ମାରପିଟରେ କିନ୍ନର ଜଣଙ୍କ ଅତି ଗୁରୁତର ଭାବେ ଆଘାତ ହୋଇଥିଲେ । ସେମାନେ ତାକୁ ନେଇ ହସ୍ପିଟାଲ ଯାଇଥିଲେ ମଧ୍ୟ କିନ୍ନରଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିଲେ । କିନ୍ତୁ ବୁଧବାର ଦିନ ପୋଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।

ଏସିପି ସଲୋନୀ ଅଗ୍ରୱାଲ କହିଛନ୍ତି ଯେ, ଯେଉଁ ହୋଟେଲ ରୁମରେ ଏହି ଘଟଣା ଘଟିଥିଲା ସେଠାରେ ଫରେନସିକ ଯାଞ୍ଚ ହୋଇଥିଲା ଏବଂ ସେଠାରେ ବ୍ଲଡ ସାମ୍ପଲ ମଧ୍ୟ ମିଳିଥିଲା । ମାମଲାରେ ଅଭିଯୁକ୍ତ ମାନଙ୍କର ଉପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ସୂଚନା ଦେଇଛି ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.