ETV Bharat / bharat

କନୌଜରୁ କଟିଲା ପୁତୁରାଙ୍କ ଟିକଟ, କାଲି ନାମାଙ୍କନ ଭରିବେ ଅଖିଳେଶ ! - Akhilesh To Contest From Kannauj

author img

By ETV Bharat Odisha Team

Published : Apr 24, 2024, 10:57 PM IST

Akhilesh To Contest From Kannauj
Akhilesh To Contest From Kannauj

Akhilesh To Contest From Kannauj: ଅଖିଳେଶ ଯାଦବ କନୌଜ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତେଜ ପ୍ରତାପଙ୍କ ନାଁ ଘୋଷଣାର ମାତ୍ର ୪୮ ଘଣ୍ଟା ଭିତରେ ତାଙ୍କ ଟିକଟ କଟିଛି । ଅଧିକ ପଢନ୍ତୁ

ଲକ୍ଷ୍ନୌ: କନୌଜ ଲୋକସଭା ଆସନକୁ ନେଇ ସରଗରମ ଉତ୍ତରପ୍ରଦେଶ ରାଜନୀତି । କିଏ ହେବେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଅଖିଳେଶ ନିଜ ପୁତୁରାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ପୂର୍ବରୁ ଦଳ ତେଜ ପ୍ରତାପଙ୍କ ନାଁ ଘୋଷଣା କରିଥିଲେ ବି ବର୍ତ୍ତମାନ ପ୍ରାର୍ଥୀ ପରିବର୍ତ୍ତନ ହୋଇଛନ୍ତି । ପୂର୍ବରୁ ଯେପରି ଆକଳନ କରାଯାଉଥିଲା, ତାହା ସତ ହୋଇଛି । ଅର୍ଥାତ୍ ସପା ସୁପ୍ରିମୋ ଅଖିଳେଶ ଯାଦବ ନିଜେ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତେଜ ପ୍ରତାପଙ୍କ ନାଁ ଘୋଷଣାର ମାତ୍ର ୪୮ ଘଣ୍ଟା ଭିତରେ ତାଙ୍କ ଟିକଟ କାଟି ନିଜେ କନୌଜ ଆସନରୁ ପ୍ରାର୍ଥୀ ହୋଇଛନ୍ତି ଅଖିଳେଶ ।

ଗତ ସୋମବାର ସମାଜବାଦୀ ପାର୍ଟି ତରଫରୁ ପ୍ରାର୍ଥୀ ତାଲିକା ଜାରି ହୋଇଥିଲା । କନୌଜ ଲୋକସଭା ଆସନରୁ ତେଜ ପ୍ରତାପ ଯାଦବଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । କନୌଜରୁ ଅଖିଳେଶ ପ୍ରାର୍ଥୀ ହେବା ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । ହେଲେ କନୌଜ ଲୋକସଭା ଆସନରୁ ତେଜ ପ୍ରତାପଙ୍କ ପ୍ରାର୍ଥିତ୍ବ ସ୍ପଷ୍ଟ ହେବା ପରେ ଅଖିଳେଶଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ବିରାମ ଲାଗିଥିଲା । ପୁତୁରା ତେଜ ପ୍ରତାପଙ୍କୁ ଟିକଟ୍ ପ୍ରଦାନ କରିଥିଲେ ସପା ସୁପ୍ରିମୋ ଅଖିଳେଶ । ହେଲେ ପୁଣି ବଦଳିଛି କନୌଜ ଆସନ ଅଙ୍କ ।

ଏହା ବି ପଢନ୍ତୁ...କନୌଜରୁ ଅଖିଳେଶ ନୁହେଁ, ପୁତୁରାଙ୍କୁ ମିଳିଲା ଟିକଟ୍ - Akhilesh Will Not Contest

ଏହା ବି ପଢନ୍ତୁ...ଦିଗପହଣ୍ଡି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା ଟିକଟ - Congress Candidate Replacement

ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କନୌଜ ଆସନ ପାଇଁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏନେଇ ଦଳ ନିଜର ଟ୍ବିଟର (X)ହ୍ୟାଣ୍ଡେଲରେ ସୂଚନା ଦେଇଛି । ସୂଚନା ଅନୁସାରେ, ପୂର୍ବରୁ ଅନେକ ସଭା ସମିତିରେ ଅଖିଳେଶ ଦେଇଥିବା ମନ୍ତବ୍ୟ ଆଧାରରେ ସେ କନୌଜରୁ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ସୋମବାର ନିଜ ପୁତୁରା ତେଜ ପ୍ରତାପଙ୍କ ନାଁ ଘୋଷଣା କରି ଲାଗି ରହିଥିବା ଚର୍ଚ୍ଚାକୁ ଭୁଲ ପ୍ରମାଣିତ କରିଥିଲେ ଅଖିଳେଶ । କିନ୍ତୁ ବର୍ତ୍ତମାନ ପୁଣି ଥରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରି ଅଖିଳେଶ ହିଁ ଏଠାରୁ ପ୍ରାର୍ଥୀ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.