ETV Bharat / bharat

କନୌଜରୁ ଅଖିଳେଶ ନୁହେଁ, ପୁତୁରାଙ୍କୁ ମିଳିଲା ଟିକଟ୍ - Akhilesh Will Not Contest

author img

By ETV Bharat Odisha Team

Published : Apr 22, 2024, 7:21 PM IST

Akhilesh Will Not Contest From Kannauj: କନୌଜ ଲୋକସଭା ଆସନରୁ ତେଜ ପ୍ରତାପ ଯାଦବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ପୂର୍ବରୁ ଅଖିଳେଶ ଏହି ଆସରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ପୁରା ଖବର ପଢନ୍ତୁ

Akhilesh Will Not Contest
Akhilesh Will Not Contest

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ଲଢିବେନି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଆଜି (ସୋମବାର) ସମାଜବାଦୀ ପାର୍ଟି ତରଫରୁ ଜାରି ହୋଇଛି ପ୍ରାର୍ଥୀ ତାଲିକା । କନୌଜ ଲୋକସଭା ଆସନରୁ ତେଜ ପ୍ରତାପ ଯାଦବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ବଲିୟା ଆସନରୁ ବରିଷ୍ଠ ନେତା ସନାତନ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । କନୌଜରୁ ଅଖିଳେଶ ପ୍ରାର୍ଥୀ ହେବା ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । ହେଲେ କନୌଜ ଲୋକସଭା ଆସନରୁ ତେଜ ପ୍ରତାପଙ୍କ ପ୍ରାର୍ଥିତ୍ବ ସ୍ପଷ୍ଟ ହେବା ପରେ ଅଖିଳେଶଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ପୁତୁରା ତେଜ ପ୍ରତାପଙ୍କୁ ଟିକଟ୍ ପ୍ରଦାନ କରିଛନ୍ତି ସପା ସୁପ୍ରିମୋ ଅଖିଳେଶ ।

କନୌଜରୁ ଅଖିଳେଶ ପ୍ରାର୍ଥୀ ହୋଇନଥିଲେ ମଧ୍ୟ ପରିବାରର ସଦସ୍ୟଙ୍କୁ ଦଳ ଟିକେଟ୍ ଦେଇଛି । ଏହା ପୂର୍ବରୁ ମେନପୁରୀ ଆସନରୁ ଡିମ୍ପଲ ଯାଦବ, ଆଜମଗଡରୁ ଧର୍ମେନ୍ଦ୍ର ଯାଦବ, ବନ୍ଦାୟୁଁରୁ ଆଦିତ୍ୟ ଯାଦବ ଏବଂ ଫିରୋଜାବାଦରୁ ଅକ୍ଷୟ ଯାଦବଙ୍କୁ ପ୍ରାର୍ଥୀ କରାଯାଇଛି । ବର୍ତ୍ତମାନ କନୌଜରେ ମଧ୍ୟ ଅଖିଳେଶ ଯାଦବ ତାଙ୍କ ପରିବାର ସଦସ୍ୟ ତେଜ ପ୍ରତାପ ଯାଦବଙ୍କୁ ଟିକଟ୍ ଦେଇଛନ୍ତି । ସୂଚନା ଅନୁସାରେ, ତେଜ ପ୍ରତାପ ଯାଦବ ହେଉଛନ୍ତି ମୁଲାୟମ ସିଂ ଯାଦବଙ୍କ ବଡ଼ ଭାଇ ରତନ ସିଂ ଯାଦବଙ୍କ ନାତି । ତେଜ ପ୍ରତାପଙ୍କ ପିତା ରଣବୀର ସିଂ ଯାଦବ ମଧ୍ୟ ରାଜନୈତିକ ସ୍ତରରେ ବେଶ ସକ୍ରିୟ ଥିଲେ । ମାତ୍ର 36 ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଥିଲା ।

ଏହା ବି ପଢନ୍ତୁ...ମୁଖତାର ଅନସାରୀ ପରିବାର ସଦସ୍ୟଙ୍କୁ ଭେଟିଲେ ଅଖିଳେଶ - Akhilesh Visits Mukhtar Family

ଏହା ବି ପଢନ୍ତୁ...ଆଉ 6 ଆସନରେ ପ୍ରାର୍ଥୀ ଦେଲା ବିଜେଡି: ହିନ୍ଦୋଳରୁ ବିଧାନସଭା ଲଢ଼ିବେ ମହେଶ, କାକଟପୁରରୁ ତୁଷାରକାନ୍ତି ରିପିଟ୍ - BJD CANDIDATE LIST

ସେହି ଦୃଷ୍ଟିରୁ ତେଜ ପ୍ରତାପ ଯାଦବ ହେଉଛନ୍ତି ଅଖିଳେଶ ଯାଦବଙ୍କ ପୁତୁରା । ତେବେ ତେଜ ପ୍ରତାପଙ୍କ ପତ୍ନୀ ରାଜଲକ୍ଷ୍ମୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ । ଅର୍ଥାତ୍ ତେଜ ପ୍ରତାପ ହେଉଛନ୍ତି ଲାଲୁ ପ୍ରସାଦଙ୍କ ଜ୍ବାଇଁ । କନୌଜ ଆସନରୁ ସମାଜବାଦୀ ପାର୍ଟି ତେଜ ପ୍ରତାପଙ୍କୁ ପ୍ରାର୍ଥୀ କରିଛି । ତେବେ ଅଖିଳେଶ ଯଦିଓ ସିଧାସଳଖ କନୌଜରୁ ଲଢିବା କଥା କହିନଥିଲେ, କିନ୍ତୁ ଅନେକ ସଭା ସମିତିରେ ସେ ନିଜେ ଲଢିବେ ବୋଲି ପରୋକ୍ଷରେ କହୁଥିଲେ । ହେଲେ ବର୍ତ୍ତମାନ ଅଖିଳେଶ ଯାଦବ ନିଜ ପରିବାର ସଦସ୍ୟ ତେଜ ପ୍ରତାପଙ୍କୁ ଟିକଟ୍ ପ୍ରଦାନ କରିଛନ୍ତି । ତେଜ ପ୍ରତାପ ପୂର୍ବରୁ ମୈନପୁରୀରୁ ସାଂସଦ ରହିଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.